-+91-9937148622 |

prerana_bgr@rediffmail.com |

  Tuesday 6th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସେବା ସେତୁ କାର୍ଯ୍ୟକ୍ରମ   (06-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (06-Oct-2026)       ||      ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   (06-Oct-2026)       ||      ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   (06-Oct-2026)       ||      ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ    (05-Oct-2026)       ||      ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   (05-Oct-2026)       ||      ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   (05-Oct-2026)       ||      ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ    (05-Oct-2026)       ||      କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   (05-Oct-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   (05-Oct-2026)       ||      *ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   (05-Oct-2026)       ||      ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   (05-Oct-2026)       ||      ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   (05-Oct-2026)       ||      ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ    (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (05-Oct-2026)       ||      ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ    (05-Oct-2026)       ||     

HOME   ଜିଲ୍ଲା

ଚାକିରି ଦେବାକୁ ଲକ୍ଷାଧିକଟଙ୍କା ଠକି କମ୍ପଭାଇ ଗିରଫ,  ସାର୍ଟିଫିକେଟ୍ ମାଫିଆ ଓ ଚାକିରୀଠକ ସକ୍ରିୟ ତଦନ୍ତ ବାଟବଣା  !

22-Jun-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ): ସେକ୍ରେଟେରୀଏଟ୍ ରେ କିଛିଗୋଟେ ସରକାରୀ ଚାକିରୀ କରାଇଦେବାକୁ ପ୍ରାୟ ଅଢେଇ- ତିନିବର୍ଷ ତଳେ ସ୍ଥାନୀୟ ଅଘରିଆପଡାର ପୂର୍ଣ୍ଣ ରାଉତ ନାମକ ଜଣେ ଯୁବକଙ୍କ ଠାରୁ ସାଢେ ଚାରିଲକ୍ଷ ଟଙ୍କା ନେଇ ନ ଫେରାଇବା ସହ ମାଗିଲେ ଝଗଡା କରିବା ଅଭିଯୋଗରେ ଟାଉନଥାନାରେ ଏକ ଏତଲାକ୍ରମେ ପୁଲିସ୍ ବଲାଙ୍ଗୀର ସହରରେ କମ୍ପଭାଇ ଭୋକେସନାଲ୍ ଇନଷ୍ଟିଚ୍ୟୁଟ୍ ଓ ମହାବୀର କଲେଜର ମାଲିକ ଜପବନ୍ଧୁ କମ୍ପକୁ ଗିରଫ କରି କୋର୍ଟ ଚାଲାଣ କରିଛି । 

ପୂର୍ବରୁ ଏହି ବ୍ୟକ୍ତିଙ୍କ ବିରୋଧରେ ଏଭଳି ବହୁ ଗୁରୁତର ଅଭିଯୋଗ ଶୁଣାଯାଇ ଆସୁଥିଲା ।  ନିକଟସ୍ଥ ଛତାପିପଲ ଗ୍ରାମର ଅଭିଯୁକ୍ତ ଯୁବକଟି ବଲାଙ୍ଗୀର ସହରରେ ଏକ କମ୍ପ୍ୟୁଟର ସେଣ୍ଟର୍ ଖୋଲିଥିବା ସହ ଦକ୍ଷତା ତାଲିମ କେନ୍ଦ୍ର ଓ ବିଭିନ୍ନ ସରକାରୀ ବିଭାଗକୁ ଆଉଟ୍ ସୋର୍ସିଂ ଜରିଆରେ ଡାଟା ଏଣ୍ଟ୍ରି ଅପରେଟର ଆଦି ଚୁକ୍ତିଭିତ୍ତିକ ଅସ୍ଥାୟୀ କର୍ମଚାରୀ ଯୋଗାଇବ କାମ କରିଆସୁଥିଲା। ଏହି ପରିପ୍ରେକ୍ଷୀରେ ବନବିଭାଗରେ କିଛି ପିଲାଙ୍କୁ ନିଯୁକ୍ତି ଯୋଗାଇବା ପରିପ୍ରେକ୍ଷୀରେ ଦୁଇବର୍ଷ ତଳେ ପାଉଣା ନଦେଇ ବଦଳି ହୋଇ ଯାଉଥିବା ପୂର୍ବତନ  ବଲାଙ୍ଗୀର ଡିଏଫଓ ସମୀର ଶତପଥୀଙ୍କୁ ପୁଲିସ୍ ଲଗାଇ ଅଟକାଇବା ଘଟଣାର ଚର୍ଚ୍ଚା ହୋଇଥିଲା । ତେବେ ବିଶେଷତଃ ଗତ ବଲାଙ୍ଗୀର ଡାକବିଭାଗରେ ଇଣ୍ଟରଭିଉ ବେଳେ ବହୁ ନକଲି ସାର୍ଟିଫିକେଟ୍ ଧରାପଡ଼ି ପୁଲିସ୍ ହାତରେ ତାହାର ମୁଖ୍ୟ ଅଭିଯୁକ୍ତ ରିଲାଏନସ କୋଚିଂ ସେଣ୍ଟରର ମାଲିକ ମନୋଜ ମିଶ୍ର ଓ ତାଙ୍କ କମ୍ପ୍ୟୁଟର ସହକାରୀ ମାମୁଁପୁଅ ଆଲୋକ ଉଦ୍ ଗାତାଙ୍କ ସମେତ  ଏଭଳି ନକଲି ସାର୍ଟିଫିକେଟ୍ ଜାଲିଆତି ଅଭିଯୋଗରେ ଟାଉନ ଥାନାରେ ୧୯ ଜଣ ଯୁବକଯୁବତୀଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ ପରେ ଜେଲ୍ ହାଜତକୁ ପଠାଇଦିଆଯିବା ସହ ଏହାପଛରେ ବିଭିନ୍ନ ରାଜ୍ୟର ପ୍ରାୟ ୪୦ଟି ବିଶ୍ବବିଦ୍ୟାଳୟର ସମ୍ପୃକ୍ତି ରହିଥିବା ସହ କୋଟି କୋଟି ଟଙ୍କାର କାରବାର ହୋଇଥିବା ଘଟଣା ଚାଞ୍ଚଲ୍ଯ ସୃଷ୍ଟି କରିଥିଲା । ପରେ ଏହା କ୍ରାଇମବ୍ରାଞ୍ଚ ହାତକୁ ଯିବାପରେ ଏଥିରେ ଦୁଇଶହରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କର ସମ୍ପୃକ୍ତି ଥିବା କୁହାଯାଇ ଦୁଇଥର ତା'ର ତଦନ୍ତ ଅଧିକାରୀମାନେ ବଲାଙ୍ଗୀର ଆସି ବିଭିନ୍ନ ସ୍ଥାନରେ ଚଢାଉଆଦି କରିଥିବା ପରେ କୌଣସି ଅଜ୍ଞାତ କାରଣରୁ  ତଦନ୍ତ ଦୀର୍ଘ ଦୁଇବର୍ଷ ହେଲା ଅଧାରୁ ଅଟକିରହିଛି । 

ତେବେ ସେତେବେଳେ ଏହି କମ୍ପଭାଇ ଭୋକେସନାଲ୍ ଇନଷ୍ଟିଚ୍ୟୁଟ୍ ରେ ମଧ୍ୟ ବଲାଙ୍ଗୀର ପୁଲିସ୍ ଓ କ୍ରାଇମବ୍ରାଞ୍ଚର ଚଢାଉ କରାଯାଇ ଥିଲେ ହେଁ, କିଛି ତଥ୍ୟପ୍ରମାଣ ମିଳି ନଥିବା ସଫେଇ ଦିଆଯାଇଥିଲା । ଉଲ୍ଲେଖନୀୟ ଯେ ସେତେବେଳେ ଗିରଫ ହୋଇଥିବା ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ଅନ୍ୟତମ ଅଭିଯୁକ୍ତ ଆଲୋକ ଉଦ୍ ଗାତା ପୂର୍ବରୁ ଏହି କମ୍ପଭାଇ ଭୋକେସନାଲ୍ ଇନଷ୍ଟିଚ୍ୟୁଟ୍ ରେ କମ୍ପ୍ୟୁଟର ସହାୟକ ଥିଲେ । ତେବେ ଏହିଚଢାଉରେ ସଂଶ୍ଳିଷ୍ଟ ତତ୍କାଳୀନ ବଲାଙ୍ଗୀର ଏସ୍ ପି, ବଲାଙ୍ଗୀର ଏସଡିପିଓ ତୋଫାନ୍ ବାଗ, ଟାଉନଥାନା ଆଇଆଇସି ପ୍ରିୟଙ୍କା ରାଉତରାୟ ଏବଂ ଏକାଧିକବାର ଏହାର ପ୍ରାଥମିକ ତଦନ୍ତ ପାଇଁ ଆସିଥିବା କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀ ମାନଙ୍କ ବିରୋଧରେ ପ୍ରଚୁର ହାତଚିକ୍କଣ କରି ଚୁପ୍ ପଡି ଯାଇଥିବାର ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିଲା । ସର୍ବୋପରି ବିଭିନ୍ନ ଗ୍ରାମାଞ୍ଚଳରେ  ଘରୋଇ ସ୍କୁଲକଲେଜ ମାନ ଖୋଲାଇ, ଡିଷ୍ଟାନ୍ସ କୋର୍ସ ପରୀକ୍ଷା ବନାମ ବିନା କୌଣସି ପାଠପଢା ବା ବିନାପରୀକ୍ଷାରେ କେବଳ କମ୍ପ୍ୟୁଟର ହାତସଫେଇ କରି ଓଡିଶା ସମେତ ବିଭିନ୍ନ ରାଜ୍ୟର ବିଶ୍ବବିଦ୍ୟାଳୟଗୁଡିକ ନାଁ'ରେ ଏକ ଆନ୍ତଃରାଜ୍ୟ ଜାଲ୍ ସାର୍ଟିଫିକେଟ ରାକେଟ୍ ଓ ଓଡିଶା ସେକ୍ରେଟେରୀଏଟ୍ ପର୍ଯ୍ୟନ୍ତ ଅସାଧୁ ସରକାରୀ ଅଧିକାରୀ / କିରାଣୀ / କର୍ମଚାରୀ ଓ ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ହାତକରି କୋଟି କୋଟି ଟଙ୍କାର ଠକେଇ କରିବାର କିଙ୍ଗ୍ ପିନ୍ ଏହି ଅଭିଯୁକ୍ତ କମ୍ପଭାଇ ବୋଲି ଚର୍ଚ୍ଚା ହୋଇଆସୁଛି । ତେବେ ଏ ସମ୍ପର୍କରେ ଏହି ସାମ୍ବାଦିକ ଥରେ ଜଣେ ସାମ୍ବାଦିକବନ୍ଧୁଙ୍କ ସହିତ ଏହି କରିତ୍ ‌କର୍ମା କୁଖ୍ୟାତ ଯୁବକକୁ ଡକାଇ ପଚରାଉଚୁରା କରିବାବେଳେ, ସେ ନାଗାଲେଣ୍ଡରେ ଏକ କଲେଜ ଖୋଲିବାକୁ ଫ୍ଲାଇଟ୍ ବୁକ୍ କରିଥିବା ଇତ୍ୟାଦି ବାହାସ୍ଫୋଟ ମାରିଥିଲା । ଏହାପରେ ଏହି ସାମ୍ବାଦିକ ଖପ୍ରାଖୋଲ ବ୍ଲକ୍ ର ଘୁନସରଠାରେ ଏହିପରି ଜଣେ ବାହାରଜିଲ୍ଲାର ଠକଯୁବକ ଏକ ଯୁକ୍ତଦୁଇ ଉଚ୍ଚ ମାଧ୍ୟମିକ ସ୍କୁଲ ବନାମ କଲେଜ ଖୋଲି ବାହାର ରାଜ୍ୟର ଜାଲ୍ ସାର୍ଟିଫିକେଟ ବିକ୍ରିକରିଥିବା ରିପୋର୍ଟ ପ୍ରକାଶ କରିବାରୁ ଉକ୍ତ ସ୍କୁଲ୍ ର ପ୍ରିନ୍‌ସ୍‌ପାଲ୍ ରଜତ ମିଶ୍ରଙ୍କ ପକ୍ଷରୁ ଏହି କମ୍ପ ଏହି ସାମ୍ବାଦିକଙ୍କୁ ଧମକଚମକ ଦେବା ସ୍ଥାନୀୟ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ତେବେ ଅଦ୍ୟାବଧି ଏହି ଆଦର୍ଶଥାନାରେ ଅବସ୍ଥାପିତ ଅଧିକାରୀ ଆଇଆଇସି ମନବୋଧ ବିଶ୍ବଜିତ୍ ଉକ୍ତ ଏତଲାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ । ଏ ସମ୍ପର୍କରେ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏଣୁ ସମ୍ଭବତଃ ସେହି ଅଭିଯୋଗକୁ ଅଭିଯୁକ୍ତର କୌଣସି ପ୍ରିୟାପ୍ରିତିତୋଷଣର ପ୍ରତିଶ୍ରୁତିରେ ସେତେବେଳେ ଚୁପ୍ ପଡିଯାଇଥିବା ପୁଲିସ୍ ଉପରୋକ୍ତ ଠକେଇ ଓ ଗଣ୍ଡଗୋଳ ଅଭିଯୋଗରେ ଅଭିଯୁକ୍ତର ବେକ ଧରିବାର ସୁଯୋଗକୁ ହାତଛଡା ନ କରି ଗିରଫ କରି ପୂର୍ବରାଗ ସୁଝାଇଥିବା ଚର୍ଚ୍ଚା ହେଉଛି । କାରଣ ପୁଲିସ୍ କୁ ଓକିଲ ଜରିଆରେ କୋଡିଏ ହଜାର ଉତ୍କୋଚ ଅଫରକୁ ' ଏହା ଭୁଜାଚୂଡା କଲ କି ? ' କହି ଶେଷରେ ଅଭିଯୁକ୍ତକୁ ଚୁପ୍ ଚାପ୍ କୋର୍ଟଚାଲାଣ କରାଯାଇଥିବା ଗଣମାଧ୍ୟମରେ ପୁଲିସ୍ ର କାର୍ଯ୍ୟକଳାପକୁ ସମାଲୋଚନା ପ୍ରକାଶ ପାଇଛି । ତେଣୁ ପୂର୍ବ ସରକାରଙ୍କ ଅମଳରେ ଗୃହବିଭାଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ଥିବାରୁ ଏପରି ବହୁ ବଡବଡ ବହୁଚର୍ଚ୍ଚିତ ଚାଞ୍ଚଲ୍ୟକର ଅପରାଧ, ନରହତ୍ୟା , ଦୁର୍ନୀତି ଅଭିଯୋଗ ଚପାଇ ଦିଆଯାଉଥିବା ଅଭିଯୋଗ ରାଜ୍ୟବ୍ୟାପି ଜନଅସନ୍ତୋଷ ସୃଷ୍ଟି କରିଥିବା ବେଳେ ଏବର ନୂତନ ଡବଲ୍ ଇଞ୍ଜିନ୍ ଭାଜପା ସରକାର ବନାମ ଗୃହବିଭାଗ ହାତରେ

ରଖିଥିବା ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟିଆକର୍ଷଣ କରାଯାଉଛି । ଆହୁରି ମଧ୍ୟ ଜିଲ୍ଲାର ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଜିଲ୍ଲାର ଏଭଳି ଜଣେ କୁଖ୍ୟାତ ଠକମାଫିଆଙ୍କ ବିରୁଦ୍ଧରେ ଠୋସ୍ ପଦକ୍ଷେପ ନେବାକୁ ଲୋକେ ଅନୁରୋଧ କରୁଛନ୍ତି ।

ଏହି ଅଭିଯୁକ୍ତର ମାଷ୍ଟରମାଇଣ୍ଡ୍ ରେ ବଲାଙ୍ଗୀର ଜିଲ୍ଲାର ଘୁନସର, ବଇରାସର, ଗଉଡଗୋଠ, ବୌଦ୍ଧର ଫାସେଡ୍ ଇତ୍ୟାଦି ଘରୋଇ ଯୁକ୍ତଦୁଇ ଉଚ୍ଚ ମାଧ୍ୟମିକ ସ୍କୁଲଗୁଡିକ ଟଙ୍କାନେଇ ଏଭଳି ଶିକ୍ଷାବେପାର ଚଳାଇଥିବା ସମେତ ଅଭିଯୁକ୍ତର ଭାଇ ମଧ୍ୟ ଏଠାରେ ଏକ କଲେଜ ଚଳାଉଥିବା ଜଣାଯାଇଛି । ଏଣୁ ଏହି ମାମଲାଟିକୁ କେବଳ ଏକ ଚାକିରୀଦେବାକୁ ଠକେଇ ମାମଲାର ତଦନ୍ତରେ ସୀମିତ ରଖା ନଯାଇ ଅଭିଯୁକ୍ତର ଇତିହାସ ଖୋଲାଯିବାକୁ ସରକାର ଦୃଷ୍ଟିଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସେବା ସେତୁ କାର୍ଯ୍ୟକ୍ରମ   06-Oct-2026
  ଜିଲ୍ଲା  
ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ   06-Oct-2026
  ଜିଲ୍ଲା  
ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   06-Oct-2026
  ଜିଲ୍ଲା  
ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   06-Oct-2026
  ଜିଲ୍ଲା  
ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ   05-Oct-2026
  ରାଜ୍ୟ  
ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   05-Oct-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   05-Oct-2026
  ରାଜ୍ୟ  
ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ   05-Oct-2026
  ଜିଲ୍ଲା  
କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   05-Oct-2026
  ଜିଲ୍ଲା  
ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   05-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   05-Oct-2026
  ଜିଲ୍ଲା  
ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   05-Oct-2026

You Might Also Like