-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
22-Jun-2024
ସିନାପାଲି(ଚିନ୍ତାମଣି ନେତାମ): ନୂଆପଡ଼ା ଜିଲ୍ଲା ସିନାପାଲି ଜଗନ୍ନାଥ ମନ୍ଦିରରେ ଶନିବାର ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ସହ ବିରଳ ଗଜାନନ ବେଶ ଅନୁଷ୍ଠିତ ହୋଇଛି l ସକାଳ ଆଳତି ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପରମ୍ପରା ଅନୁଯାୟୀ ଗୋଟି ପହଣ୍ତିରେ ସ୍ନାନ ବେଦୀକୁ ଅଣାଯାଇଥିଲା l ବିଧି ମୁତାବକ ପୂଜା ପରେ ସୁବାସିତ ଅଭିମଂତ୍ରିତ ଜଳରେ ଶ୍ରୀବିଗ୍ରହ ମାନଙ୍କୁ ୧୦୮ ଗଡ଼ୁ ଜଳରେ ମହାସ୍ନାନ କରାଯାଇଥିଲା l ଏହା ପରେ ସାଧାରଣ ଭକ୍ତ ମହାପ୍ରଭୁଙ୍କୁ ଜଲାଭିଷେକ କରିଥିଲେ ା ଅପରାହ୍ଣରେ ପରମ୍ପରା ଅନୁଯାୟୀ ଶ୍ରୀଜିଉଙ୍କ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା l ସଂଧ୍ଯାରେ ଶ୍ରୀଜିଉ ମାନଙ୍କୁ ଅଣସର ଘରେ ବିଜେ କରାଯାଇଥିବା ବେଳେ ଆସନ୍ତା ନେତ୍ରୋତ୍ସବ ଯାଏଁ ସେଠାରେ ଗୁପ୍ତ ସେବାନୀତି କରାଯିବ ବୋଲି ମନ୍ଦିର କମିଟୀ ତରଫରୁ ସୂଚନା ଦିଆଯାଇଛି l ମହାସ୍ନାନ ଓ ଗଜାନନ ବେଶ ଦେଖିବାକୁ ଆଜି ଦିନତମାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲିକ୍ଷିତ ହୋଇଥିଲା l