-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
22-Jun-2024
ସିନ୍ଧେକେଲା(ଦୀନେଶ ଜୈନ):ଭଗବାନ ମହାବୀର ସ୍ୱାମୀଙ୍କ ୫୦୨୫ ତମ ନିର୍ମାଣ ଦିବସ ଅବସରରେ ଗତ ଦୀପାବଳିରୁ ଦିଲ୍ଲୀ ରୁ ବାହାରି ସାରା ଭାରତରେ ଭ୍ରମଣ କରି ଆସନ୍ତା ଦୀପାବଳିରେ ଗନ୍ତବ୍ୟ ସ୍ଥଳ ପାୱାପୁରୀକୁ ପହଞ୍ଚିବାକୁ ଥିବା ଅହିଂସା ରଥ କୁ ବିଭିନ୍ନ ସହର ଓ ଗ୍ରାମରେ ସ୍ୱାଗତ କରାଯିବା ସହ ପୂଜା ତଥା ଆଳତି ଦେଇ ଲୋକେ ଦର୍ଶନ କରିଥିବା ବେଳେ ଯେତେବେଳେ ଉକ୍ତ ପାୱାପୁରୀ ଅହିଂସା ରଥ ସିନ୍ଧେକେଲା ପହଞ୍ଚିଥିଲା ଏଠାରେ ମଧ୍ୟ ସ୍ଥାନୀୟ ତେରାପଂଥ ସଭା ପକ୍ଷରୁ ଅଗ୍ରୱାଲ ଜୈନ ତେରାପଂଥ ଭବନ ଠାରେ ଭବ୍ୟ ସ୍ୱାଗତ କରାଯିବା ସହ ପୂଜା ଓ ଆଳତି ଦେଇ ଭକ୍ତମାନେ ଦର୍ଶନ କରିଥିଲେ ଓ ଉକ୍ତ ରଥ କୁ ନଗର ପରିକ୍ରମା କରାଯାଇଥିଲା ପରେ ଏଠାରୁ ଆଗାମୀ ଯାତ୍ରା ପାଇଁ ବିଦାୟ ହୋଇଥିଲା । ଏହି ଅବସରରେ ଆୟୋଜିତ ସ୍ୱାଗତ କାର୍ଯ୍ୟକ୍ରମରେ ତେରାପଂଥ ସଭା ନବ ନିର୍ବାଚିତ ଅଧ୍ୟକ୍ଷ ରାମ ଅବତାର ଜୈନଙ୍କ ନେତୃତ୍ବରେ ସମ୍ପାଦକ ଅନିଲ ଜୈନ, କୋଷାଧ୍ୟକ୍ଷ ନବୀନ ଜୈନ, ଉପ ସଭାପତି ଜଗନ୍ନାଥ ଜୈନ, ସଂଗଠନ ସମ୍ପାଦକ ରାଜେଶ ଜୈନ, ମହାସଭା ପ୍ରଭାରୀ ଛତ୍ରପାଳ ଜୈନ, ଅଗ୍ରୱାଲ ସଭା ଅଧ୍ୟକ୍ଷ ପ୍ରସନ୍ନ ଜୈନ, ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ଜୈନ, ଫୁଲଚନ୍ଦ ଜୈନ , ସମ୍ପାଦକ ସୁନିଲ ଜୈନ, ବଣିକ ସଙ୍ଘ ସଭାପତି ସୁବାଷ ଜୈନ, କୋଷାଧ୍ୟକ୍ଷ ପ୍ରୀତମ ଜୈନ, ସାମ୍ବାଦିକ ଦିନେଶ ଜୈନ, ଆଦେଶ ଜୈନ, ରମେଶ ଜୈନ, ନବୀନ ଜୈନ , ଶୀତଳ ଜୈନ, ରମେଶ ଜୈନ, ଯୁବକ ପରିଷଦର ପୂର୍ବତନ ସଭାପତି ଅନିଲ ଜୈନ, ମହିଳା ମଣ୍ଡଳ ବରିଷ୍ଠ ସଦସ୍ୟା ରାମକଲି ଜୈନ, ସରଲା ଜୈନ, ଗରୀମା ଜୈନ, କିରଣ ଜୈନ , ସଞ୍ଜୁ ଜୈନ, ମଞ୍ଜୁ ଜୈନ, ପିଙ୍କି ଜୈନ, ପ୍ରୀତି ଜୈନ ପ୍ରମୁଖ ସାମିଲ ହୋଇଥିଲେ ।