-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
22-Jun-2024
ଲୋଇସିଂହା/ଆଗଲପୁର, (ବିନୋଦ କୁମାର ଦୀପ) ଆଜି ଲୋଇସିଂହା ନିର୍ବାଚନ ମଣ୍ଡଳୀ ରେ ଲୋଇସିଂହା ବିଧାୟକ ତଥା ରାଜ୍ୟ ସରକାର ଙ୍କ କ୍ୟାବିନେଟ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରସ୍ତ ହୋଇଯାଇଛି l ବଲାଙ୍ଗୀର ଜିଲ୍ଲା ଗ୍ରସ୍ତ ରେ ଆସି ବିଭିନ୍ନ ଅନ୍ତର୍ଜାତୀୟ ଯୋଗ ଶିବିର ରେ ଯୋଗ ଦେଇଥିବା ବେଳେ ଅପରାହ୍ନ ରେ ନଅଗାଁ (ଖ )ସ୍ଥିତ ବିଜେପି କାର୍ଯ୍ୟାଳୟ ରେ ବିଭିନ୍ନ ଅନୁଷ୍ଠାନ ର ତଥା ବିଜେପି କର୍ମକର୍ତା ଙ୍କ ସହିତ ଆଲୋଚନା କଲେ ଓ ପରେ ଲୋଇସିଂହା ବ୍ଲକ ବୁର୍ଡl ଗ୍ରାମକୁ ପହଂଚିଥିଲେ ସେଠାରେ ସରପଞ୍ଚ ସୁଦିପ ସା ଙ୍କ ଉପସ୍ଥିତି ରେ ବାଣ ଫୁଟାଇ, ବାଜା ବଜାଇ, ଫୁଲମାଳ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ବିପୁଳ ସ୍ୱାଗତ କରାଗଲା l ଏହାପରେ ଆଗଲପୁର ବ୍ଲକ ର ହରଭଙ୍ଗା, ମୁରଶୁଣ୍ଡି, ଡୁଙ୍ଗୁରିପାଲି, କୁଟାସିଂହା କୁ ପହଂଚିଥିଲେ l ସେଠାରେ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ବେଳେ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ କୁ ବିପୁଳ ପରିମାଣ ରେ ସ୍ୱାଗତ ସମର୍ଦ୍ଧନା ଦିଆ ଯାଇଥିବା ଦେଖିବାକୁ ମିଳିଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ର ବହୁ ବିଜେପି କର୍ମକର୍ତା ସାମିଲ ଥିବା ଦେଖିବାକୁ ମିଳିଥିଲା l ଲୋଇସିଂହା ବିଧାୟକ ଡ଼ ମହାଲିଙ୍ଗ ଙ୍କୁ କ୍ୟାବିନେଟ ମନ୍ତ୍ରୀ ମିଳିଥିବା ରୁ ନିର୍ବାଚନ ମଣ୍ଡଳୀ ରେ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି l ଆଗକୁ ଏ ଅଂଚଳ ର ବିକାଶ ଉପରେ ଗୁରୁତ୍ୱ ଦେବେ ବୋଲି ଲୋକଙ୍କ ଆଶା ଓ ଭରସା ରହିଥିବା ଜନସାଧାରଣରେ ଚର୍ଚ୍ଚା ହେଉଛି l