-+91-9937148622 |

prerana_bgr@rediffmail.com |

  Monday 12th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   (12-Oct-2026)       ||      *ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   (12-Oct-2026)       ||      ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ    (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   (12-Oct-2026)       ||      *ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   (12-Oct-2026)       ||      *ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   (12-Oct-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (12-Oct-2026)       ||      *ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   (12-Oct-2026)       ||      *ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   (12-Oct-2026)       ||      କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   (12-Oct-2026)       ||      ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା ଆଗଲପୁର ହାଇସ୍କୁଲ ପାଇଲା ଉଚ୍ଚ ମାଧ୍ୟମିକ ମାନ୍ୟତା   (12-Oct-2026)       ||      ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   (12-Oct-2026)       ||      ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ    (12-Oct-2026)       ||      ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   (12-Oct-2026)       ||     

HOME   ଜିଲ୍ଲା

ମଠଖାଇ,ଖର୍ସେଲ, ବଣ୍ଡା ଓ ଚାନ୍ଦଲି ଜଙ୍ଗଲକୁ ଇକୋଟୁରିଜମରେ ସାମିଲ କରାଯାଉ

15-Jun-2024



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ଏକ ବଣ ପାହାଡ ଘେରା ଜିଲ୍ଲା ଭାବରେ ପରିଗଣିତ। ଜିଲ୍ଲାର ପ୍ରାୟ ୧୭.୩୪ ପ୍ରତିଶତ ଅଂଚଳରେ ଜଙ୍ଗଲ ରହିଛି। ମୁଖ୍ୟତଃ ମଠଖାଇ, ଗନ୍ଧମାର୍ଦ୍ଧନ, ଛତ୍ରଦାଣ୍ଡି, କିରିବାଞ୍ଜୀ, ତିଖାରୀ, ବେନ୍ଦେର, ଚାନ୍ଦଲି,ବର୍ଣ୍ଣେଇ ଇତ୍ୟାଦି ବଡବଡ ଜଙ୍ଗଲ ରହିଛି । ଜିଲ୍ଲାଟି ଗୋଟିଏ ଦିନରେ ଘଂଚ ଜଙ୍ଗଲ ଓ ବୃକ୍ଷରାଜି ଦ୍ୱାରା ପରିପୂର୍ଣ୍ଣ ହୋଇ ରହିଥିଲା। କାଳକ୍ରମେ ଲୋକଙ୍କ ସଚେତନତାର ଅଭାବ ଓ ସରକାରଙ୍କ ଅଜବନୀତି ଯୋଗୁଁ ଜଙ୍ଗଲ କ୍ଷୟ ହେବାକୁ ବସିଲା। ଜିଲ୍ଲାର ଗନ୍ଧମାର୍ଦ୍ଦନ, ମହଖଣ୍ଡ, ବର୍ଣ୍ଣେଇ ଜଙ୍ଗଲର ଆଜି ବି ନାଁ ରହିଛି। କିନ୍ତୁ କାଠମାଫିଆ ଓ ବିଭାଗୀୟ ଅଧିକାରୀମାନଙ୍କ ମଧୂଚନ୍ଦ୍ରୀକା ଯୋଗୁଁ ଗତ ୪୦ ବର୍ଷ ଭିତରେ ଜଙ୍ଗଲ ଧ୍ୱଂସ ହୋଇଯାଇଛି। ବହୁତ ବଡବଡ ଜଙ୍ଗଲ ଶ୍ରୀହୀନ ହୋଇପଡିଛି। ବନବିଭାଗ ସୂତ୍ରରୁ ମିଳିଥିବା ସଦ୍ୟ ସମାପ୍ତ ଏକ ସରକାରୀ ସର୍ଭେ ତଥ୍ୟରୁ ଜଣାଯାଇଛି ଯେ,ବଲାଙ୍ଗୀର ଜିଲ୍ଲାରେ ମୋଟ ୬୫୭୫ ହେକ୍ଟର (୧୭.୩୪%) ଜଙ୍ଗଲ ରହିଛି । ସେଥିରୁ ୭୦.୧୩ ବର୍ଗ କିଲୋମିଟର ଘଞ୍ଚଜଙ୍ଗଲ, ୨୨୩.୨୫ ବର୍ଗକିଲୋମିଟର ମଧ୍ୟମଧରଣର ଜଙ୍ଗଲ, ୮୪୬ ବର୍ଗକିଲୋମିଟର ଖୋଲା ଜଙ୍ଗଲ, ଏପରି ମୋଟ ୧୧୪୦.୧୧ ବର୍ଗ କିଲୋମିଟର ଜଙ୍ଗଲ ରହିଛି । ୫୦ବର୍ଷ ପୂର୍ବରୁ ବଲାଙ୍ଗୀର ଜିଲ୍ଲାରେ ୨୩% ଜଙ୍ଗଲ ଥିବା ବେଳେ ସରକାରୀ ଅବହେଳାରୁ ଏହା ୧୯୯୧ ମସିହାରେ ୧୧,୯୮%କୁ ଖସି ଆସିଥିଲା । ଏହାପରେ ସରକାରଙ୍କ ଚେତା ପଶିଲା ଓ ବିଭିନ୍ନ ଯୋଜନାରେ ବନିକରଣ କରାଯାଇ ଜଙ୍ଗଲ ପରିମାଣ ବଢାଯାଇଛି । ଗତ ୪ବର୍ଷ ଭିତରେ ବଲାଙ୍ଗୀର ଜିଲ୍ଲାରେ ୪.୮୫ ବର୍ଗ କିଲୋମିଟର ଜଙ୍ଗଲ ପରିମାଣ ବଢାଯାଇଥିବା ସର୍ଭେ ରିପୋର୍ଟ କହୁଛି । କିନ୍ତୁ ତଥାପି ଅନେକ ବଡବଡ ଜଙ୍ଗଲ ଉଜୁଡି ଗଲାଣି । ସେଥିମଧ୍ୟରୁ ବଲାଙ୍ଗୀର ସହର ନିକଟସ୍ଥ ମଠଖାଇ ଜଙ୍ଗଲ ଅନ୍ୟତମ । ବଲାଙ୍ଗୀର ସହରରୁ ମାତ୍ର ୨କିମି ଦୂରରେ ମଠଖାଇ ରିଜର୍ଭ ଜଙ୍ଗଲ ଅବସ୍ଥିତ । ବଲାଙ୍ଗୀର-ଟିଟିଲାଗଡ ରାସ୍ତାରେ ଗଲେ ବିଜାଖମନ ପୋଲ ପରେ ଠିକ ବାମ ପଟକୁ ସୁଉଚ୍ଚ ଓ ସୁଦୀର୍ଘ ମଠଖାଇ ଜଙ୍ଗଲ ଲମ୍ବିଯାଇଛି । ବଲାଙ୍ଗୀର ରେଞ୍ଜ ଅଧିନରେ ଥିବା ଏହି ଜଙ୍ଗଲର ପରିସୀମା ୨୮୫୪ ହେକ୍ଟର ରହିଛି । ୮ କିମି ଦୈର୍ଘ୍ୟ ଓ ୬କିମି ଓସାର ଥିବା ଏହି ଜଙ୍ଗଲ ଚାରିକଡେ ୮ଟି ଗାଁ ରହିଛି । ସବୁ ଗାଁରେ ଜଙ୍ଗଲ ବିଭାଗ ପକ୍ଷରୁ ବନସଂରକ୍ଷଣ ସମିତି ଗଠନ କରାଯାଇଛି । ହେଲେ ଜଙ୍ଗଲ ସୁରକ୍ଷା ହୋଇପାରୁ ନାହିଁ । ଓ ଜଙ୍ଗଲକ୍ଷୟ ହୋଇଚାଲିଛି । ବଲାଙ୍ଗୀର ସହରର ଦକ୍ଷିଣରେ ମଠଖାଇ, ବଣ୍ଡା, କଦଳୀମୁଣ୍ଡା, ପଶ୍ଚିମରେ ଖରସେଲ ଇତ୍ୟାଦି ଜଙ୍ଗଲ ରହିଥିବା ବେଳେ ଉତ୍ତର-ପଶ୍ଚିମରେ ଚାନ୍ଦଲି ପାହାଡ ରହିଛି । ସଦାଇପାଲି ନିକଟସ୍ଥ ଚାନ୍ଦଲି ପାହାଡକୁ ଛାଡିଦେଲେ ପ୍ରାୟ ସବୁ ଜଙ୍ଗଲ ଘଂଚ ରହିଥିଲା । କିନ୍ତୁ କାଳକ୍ରମେ ଲୋକଙ୍କ ଅପରିଣାମଦର୍ଶି କାର୍ଯ୍ୟ ଯୋଗୁଁ ଜଙ୍ଗଲ କ୍ଷୟ ହୋଇଯାଇଛି । ଜଙ୍ଗଲ ବିଭାଗ ମଧ୍ୟ ଜଙ୍ଗଲକୁ ସୁରକ୍ଷା କରିପାରିଲା ନାହିଁ । ଫଲରେ ପରିବେଶ ସନ୍ତୁଳନ ହରାଉଛି । ବଲାଙ୍ଗୀର ସହର ବଢିଚାଲିବା ସହ ରାସ୍ତାଘାଟ କଂକ୍ରୀଟ ହେଉଛି ଓ ନୂଆଁ ନୂଆଁ ଘର ତିଆରି ଚାଲିଛି । ସୁର୍ଯ୍ୟ କିରଣର ବିକିରଣ ହୋଇ ତାପମାତ୍ରା ବଢୁଛି । ଲୋକଙ୍କ ସଚେତନତା ପାଇଁ ତଥା ଲୋକଙ୍କ ଭାଗିଦାରୀରେ ଜଙ୍ଗଲ ସୁରକ୍ଷା ପାଇଁ ସରକାର ବନ ସଂରକ୍ଷଣ ସମିତି ଗଠନ କରିଛନ୍ତି । ବଲାଙ୍ଗୀର ସହର ପାଖରେ ପ୍ରାୟ ୩୦ଟି ଗ୍ରାମରେ ବନସଂରକ୍ଷଣ ସମିତି ଗଠନ କରାଯାଇଛି । କିନ୍ତୁ ଜଙ୍ଗଲ ସୁରକ୍ଷା ବେଳକୁ କିଛି କାମ ଦେଉନି । ଖରାଦିନେ ଜଙ୍ଗଲରେ ନିଆଁ ଲାଗି ବେଶି ଗଛ ଧ୍ୱଂସ ହେଉଛି । କୁହାଯାଏ ମଠଖାଇ ଓ ଖରସେଲ ଜଙ୍ଗଲରେ ରାଜୁଡା ସମୟରେ ବାଘ ରହୁଥିଲେ । ଏବେ କାଁଭାଁ ଭାଲୁ, ହରିଣ, ବାରହା ଇତ୍ୟାଦି ଜନ୍ତୁ ଛାଡିଦେଲେ ଅନ୍ୟ ବିଶେଷ ବଡଜନ୍ତୁ ନାହାନ୍ତି । ଜଙ୍ଗଲରେ ବଡଗଛ ମଧ୍ୟ ନାହିଁ । କେତେକ ଗାଁରେ ଜଙ୍ଗଲ ସୁରକ୍ଷା କରାଯାଉଥିଲେ ବି ସହରର ଗୁଣ୍ଡାଙ୍କ ଯୋଗୁଁ ତାହା ସଫଳ ହେଉ ନାହିଁ । ମଠଖାଇ ପାଖରେ ଥିବା ଅସୁରଡୁଙ୍ଗୁରିରେ ବ୍ୟାପକ ପଥର ବ୍ଲାଷ୍ଟିଂ ଚାଲିଛି । ଅବଶ୍ୟ ବଲାଙ୍ଗୀରର ଟାଙ୍ଗିଆଜାମ ନାମକ ଏକ ସଂଗଠନ ସଚେତନତା କରାଉଛି । ଜଙ୍ଗଲ ସୁରକ୍ଷା ପାଇଁ ଗାଁ ଗାଁରେ ବୈଠକ କରାଉଛି ।  ମୋଟାମୋଟି ଭାବରେ ଜଙ୍ଗଲଟି ଧ୍ୱଂସ ହେବାକୁ ବସିଛି । ଏପଟେ ଜଙ୍ଗଲବିଭାଗ ସିଟି ଗ୍ରିନେରୀ ଯୋଜନାରେ ସହର ଭିତରେ କିଛି ସ୍ଥାନରେ ବୃକ୍ଷରୋପଣ କରିଛି । ଜଙ୍ଗଲ ସୁରକ୍ଷା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟିର ଯଥେଷ୍ଟ ଆବଶ୍ୟକତା ରହିଛି । ବଲାଙ୍ଗୀର ସହରର ତାପମାତ୍ରା ଖରାଦିନରେ ୪୮ ଡିଗ୍ରି ଛୁଇଁଥାଏ । ଏଭଳିି ଅବସ୍ଥା ଲାଗି ରହିଲେ ଆଗାମୀ କିଛି ବର୍ଷ ମଧ୍ୟରେ ଏହି ଅଂଚଳ ମରୁଭୂମୀ ହେବାର ଆଶଙ୍କା ରହିଛି ବୋଲି ପରିବେଶବିତ ମାନେ ମତ ଦିଅନ୍ତି । ଜଙ୍ଗଲରୁ ବହି ଯାଇଥିବା ଝରଣା ମାନଙ୍କରେ ଚେକଡ୍ୟାମ ଓ ପାହାଡ ନିକଟରେ ପୁଷ୍କରିଣି ଖୋଲାଇ ପାରିଲେ ମୃତ୍ତିକା ସଂରକ୍ଷଣ ହେବା ସାଙ୍ଗକୁ ଜଲସ୍ତର ମଧ୍ୟ ବୃଦ୍ଧି ପାଆନ୍ତା ବୋଲି ଜନସାଧାରଣରେ  ମତପ୍ରକାଶ ପାଉଛି । ତେବେ ରାଜ୍ୟର ଜଙ୍ଗଲ ଓ ପରିବେଶ ବିଭାଗ ରାଜ୍ୟର ବିଭିନ୍ନ ଜଙ୍ଗଲକୁ ଇକୋଟୁରିଜମ ସେଣ୍ଟର କରିବାକୁ ଯୋଜନା କରୁଛନ୍ତି । ମଠଖାଇ ଜଙ୍ଗଲ ବଲାଙ୍ଗୀର ସହର ପାଖରେ ରହିଛି । କଦଳିମୁଣ୍ଡା ରିଜର୍ଭଜଙ୍ଗଲରେ ବନବାଟିକା କାମ ଆରମ୍ଭ ହୋଇଛି । ଠିକସେହିପରି ମଠଖାଇ ଓ ବୈଷ୍ନୋଦେବୀମନ୍ଦୀର ଥିବା ପାହାଡ ମଧ୍ୟରେ ଏକ ରୋପୱେ କରାଗଲେ ପର୍ଯ୍ୟଟକଙ୍କ ପାଇଁ ଅନେକ ସୁବିଧା ହୁଅନ୍ତା ବୋଲି ଦାବି ହେଉଛି । ଉଭୟ ମଠଖାଇ ପାହାଡର ସାମଗ୍ରୀକ ବିକାଶ ପାଇଁ ତଥା ଇକୋଟୁରିଜମର ପ୍ରସ୍ତାବ ଦିଆଯାଇ ଏକ ସମନ୍ୱିତ ବିକାଶ କରାଗଲେ ବଲାଙ୍ଗୀର ସହରର ଲୋକଙ୍କ ପାଇଁ ତଥା ଜିଲ୍ଲାକୁ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ମନୋରଂଜନ ପାଇଁ ସୁବିଧା ହୋଇପାରନ୍ତା। ସହର ଉପକଣ୍ଠରେ ଥିବା ଚାନ୍ଦଲି,ଗନ୍ଧରେଲ ପାହାଡକୁ ନେଇ ମଧ୍ୟ ବିକାଶ କରାଯାଇପାରିବ  ବୋଲି ଜନସାଧାରଣରେ ମତପ୍ରକାଶ ପାଉଛି। ଏବିଷୟରେ ବଲାଙ୍ଗୀର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରାଙ୍କୁ ପଚାରିବାରୁ ଆଗକୁ ଏନେଇ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   12-Oct-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   12-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   12-Oct-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   12-Oct-2026
  ଜିଲ୍ଲା  
*ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   12-Oct-2026
  ଜିଲ୍ଲା  
ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
*ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   12-Oct-2026
  ଜିଲ୍ଲା  
*ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   12-Oct-2026
  ଜିଲ୍ଲା  
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   12-Oct-2026
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   12-Oct-2026

You Might Also Like