-+91-9937148622 |

prerana_bgr@rediffmail.com |

  Tuesday 13th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   (12-Oct-2026)       ||      *ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   (12-Oct-2026)       ||      ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ    (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   (12-Oct-2026)       ||      *ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   (12-Oct-2026)       ||      *ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   (12-Oct-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (12-Oct-2026)       ||      *ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   (12-Oct-2026)       ||      *ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   (12-Oct-2026)       ||      କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   (12-Oct-2026)       ||      ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା ଆଗଲପୁର ହାଇସ୍କୁଲ ପାଇଲା ଉଚ୍ଚ ମାଧ୍ୟମିକ ମାନ୍ୟତା   (12-Oct-2026)       ||      ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   (12-Oct-2026)       ||      ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ    (12-Oct-2026)       ||      ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   (12-Oct-2026)       ||     

HOME   ଜିଲ୍ଲା

କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ବାଲ ସାହିତ୍ୟ ପୁରସ୍କାର ଏବଂ ଯୁବ ପୁରସ୍କାର ଘୋଷଣା

15-Jun-2024



ନୂଆଦିଲ୍ଲୀ(ପ୍ରେରଣା ଖବର): ଆଜି ଗୁଜୁରାଟର ନର୍ମଦା ଜିଲ୍ଲାରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଚଳିତ ବର୍ଷର ବାଲ ସାହିତ୍ୟ ପୁରସ୍କାର ଏବଂ ଯୁବ ପୁରସ୍କାର ଘୋଷିତ ହୋଇଛି। ଏଥର ଗଳ୍ପ ସଂକଳନ ‘ଗପ କଳିକା’ ପାଇଁ ଓଡ଼ିଆ ଭାଷାର ବାଲ ସାହିତ୍ୟ ପୁରସ୍କାର ଲାଭ କରିବେ ବିଶିଷ୍ଟ ଶିଶୁ ସାହିତ୍ୟିକ ଏବଂ ସଂପାଦକ ମାନସ ରଂଜନ ସାମଲ। ସେହିପରି ଗଳ୍ପ ସଂକଳନ ‘ହୁ ବାଇଆ’ ପାଇଁ ଯୁବ ପୁରସ୍କାର ପାଇବେ ସଂଜୟ କୁମାର ପଣ୍ଡା। କଟକ ଜିଲ୍ଲାରେ ରହୁଥିବା ଶ୍ରୀ ସାମଲ ହେଉଛନ୍ତି ଲୋକପ୍ରିୟ ଶିଶୁ ସାହିତ୍ୟ ପତ୍ରିକା ‘ଝୁମୁକା’ର ସଂପାଦକ। ଏହା ପୂର୍ବରୁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ରାଜ୍ୟର ବିଭିନ୍ନ ଅନୁଷ୍ଠାନରୁ ସମ୍ମାନ ଲାଭ କରିଛନ୍ତି।  ସେ ଶିକ୍ଷା ବିଭାଗର ଜଣେ ଅବସରପ୍ରାପ୍ତ ଅଧିକାରୀ। ସେହିପରି ଭଦ୍ରକ ଜିଲ୍ଲାର ଇରମରେ ଜନ୍ମିତ ଯୁବ ଲେଖକ ଶ୍ରୀ ପଣ୍ଡା ବାଲେଶ୍ୱର ଜିଲ୍ଲାର ନଦୀଗାଁ ଆଦର୍ଶ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ପୁରସ୍କୃତ ପୁସ୍ତକ ବ୍ୟତୀତ ତାଙ୍କର ଅନ୍ୟ ପ୍ରକାଶିତ ପୁସ୍ତକ ମଧ୍ୟରେ ରହିଛି କବିତା ସଂକଳନ ‘ହୁଗୁଳି ଗଲାଣି ପେଞ୍ଚ’ ଏବଂ ଗଳ୍ପ ପୁସ୍ତକ ‘ତକିଆ’।  ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ମାଧବ କୌଶିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଜିର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ୨୪ଟି ଭାଷାର ବାଲଊ ସାହିତ୍ୟ ଏବଂ ୨୩ଟି ଭାଷାର ଯୁବ ପୁରସ୍କାର ଘୋଷଣା କରାଯାଇଛି। ସଂସ୍କୃତ

ଭାଷାର ଯୁବ ପୁରସ୍କାର ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ବୈଠକରେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସ ଉପସ୍ଥିତ ଥିଲେ। ଏଥର ଓଡ଼ିଆ ଭାଷାର ବାଲ୍ ସାହିତ୍ୟ ପୁରସ୍କାର ପାଇଁ ବିଚାରକ ଥିଲେ ଡକ୍ଟର ତରୁଣ କୁମାର ସାହୁ, ବୀରେନ୍ଦ୍ର ମହାନ୍ତି ଏବଂ ମମତା ଦାଶ। ସେହିପରି ଯୁବ ପୁରସ୍କାରର ବିଚାରକ ଥିଲେ ପ୍ରଫେସର ଗିରିବାଳା ମହାନ୍ତି, ଡକ୍ଟର ହିରଣ୍ମୟୀ ମିଶ୍ର ଏବଂ ନିତ୍ୟାନନ୍ଦ ସାହୁ। ଉଭୟ ପୁରସ୍କାରର ପ୍ରାପକଙ୍କୁ ଦୁଇଟି ସ୍ୱତନ୍ତ୍ର ଉତ୍ସବରେ ତାମ୍ର ଫଳକ ସହିତ ପଚାଶ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ ସୂଚନା ଦେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   12-Oct-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   12-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   12-Oct-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   12-Oct-2026
  ଜିଲ୍ଲା  
*ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   12-Oct-2026
  ଜିଲ୍ଲା  
ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
*ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   12-Oct-2026
  ଜିଲ୍ଲା  
*ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   12-Oct-2026
  ଜିଲ୍ଲା  
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   12-Oct-2026
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   12-Oct-2026

You Might Also Like