-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
11-Jun-2024
ବୌଦ୍ଧ (ପ୍ରେରଣା ଖବର): ବୌଦ୍ଧ ର ପ୍ରଣାମ ଅନୁଷ୍ଠାନ ପକ୍ଷରୁ ଚତୁର୍ଥ ରାଜ୍ୟସ୍ତରୀୟ ଗ୍ରୀଷ୍ମକାଳୀନ ଓଡ଼ିଶୀ ନୃତ୍ୟ କର୍ମଶାଳା-୨୦୨୪ ଆୟୋଜିତ ହୋଇଯାଇଛି l
ଆଜିର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଡି ଆଇପିଆରଓ ରୀତାକାନ୍ତି ବଳିଆରସିଂହ, ସମ୍ମାନିତ ଅତିଥି ଚିତ୍ତରଞ୍ଜନ ଦାସ, ସଭାପତି, ଜିଲ୍ଲା ଉନ୍ନୟନ ପରିଷଦ, ବୌଦ୍ଧ, ପ୍ରଣାମ ଅନୁଷ୍ଠାନର ସଭାପତି ବସନ୍ତ କୁମାର ସାହୁ, ପ୍ରତିଷ୍ଠାତା
ସୁକାନ୍ତି ସିଂ, ଉପଦେଷ୍ଟା ଡଃ ପ୍ରିୟବ୍ରତ ବେହେରା,ଉପସଭାପତି ଶ୍ରୀମତୀ ଗୀତାଞ୍ଜଳି ସାହୁ, ସମ୍ପାଦକ ଗୁରୁ ପ୍ରଶାନ୍ତ କୁମାର ଭାଇନା ମଞ୍ଚାସୀନ ଥିଲେ l ମଞ୍ଚ ପରିଚାଳନା ଅଧ୍ୟାପକ କୁଳମଣି ମେହେର ସ୍ଵତନ୍ତ୍ର ଭାବେ ପ୍ରଣାମ ତରଫରୁ କର୍ମଶାଳାର ମାର୍ଗଦର୍ଶକ ତଥା ଓଡ଼ିଶୀ ନୃତ୍ୟ ରେ ପ୍ରଥମ ଡି.ଲି ଟ୍ ପାଇଥିବା ଗୁରୁ ଡଃ ମନୋଜ କୁମାର ବେହେରାଙ୍କୁ ପୁଷ୍ପଗୁଛ ଏବଂ ଉତ୍ତରୀୟ ସହ ମୁଖ୍ୟ ଅତିଥି ଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା l