-+91-9937148622 |

prerana_bgr@rediffmail.com |

  Tuesday 13th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||      ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   (13-Oct-2026)       ||      ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   (13-Oct-2026)       ||      ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   (13-Oct-2026)       ||      ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   (13-Oct-2026)       ||      ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||      ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||     

HOME   ଜିଲ୍ଲା

ଦେବଦମ୍ପତି ଙ୍କ ବିବାହ ସଂପନ୍ନ ଆଜି ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା। ଦର୍ଶକ ଙ୍କ ପ୍ରବଳ ଭିଡ କୁ ଦୃଷ୍ଟି ରେ ରଖି ପୋଲିସ ପ୍ରଶାସନ ସଜାଗ

11-Jun-2024



ସୁବର୍ଣ୍ଣପୁର  (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣପୁର ର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଗତ ୭ ତାରିଖ ଠାରୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ ହେଉଛି। ଏଥିପାଇଁ ସମଗ୍ର ସହର ଏକ ଭକ୍ତି ଓ ଭକ୍ତ ଙ୍କ ଭାବ ସହ ଏକାଗ୍ରତା ରଖି ଏକ  ଉତ୍ସବ ମୁଖରିତ ହୋଇଛି। ଗତକାଲି ସଂଧ୍ୟାରେ ବରପିତାଙ୍କ ପ୍ରତିନିଧି ସ୍ଵରୂପ ରେ ଥିବା ପ୍ରଭାତ ଓ ଶିବାନୀ ବକ୍ସି ଙ୍କ ବାସଭବନରୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଦେବଦେବ ମହାଦେବ ୧୦୮ତୋଳା ସୁନା ନାଗ  ଙ୍କ ସହ ବରଯାତ୍ରୀ ଭାବରେ ମହଣ ମହଣ ରୂପା ରେ ନିର୍ମିତ ସହର ର ଅଷ୍ଟଶମ୍ଭୁ, ଅଷ୍ଟବିଷ୍ଣୁଙ୍କ ସହ ସମସ୍ତ ଦେବତା ଙ୍କ ଏକ ବିରାଟ ପଟୁଆର ଭେରୀ,ତୁରୀ,ଘଣ୍ଟ ଘଣ୍ଟା ,ପାରଂପାରିକ ଦୁଲଦୁଲି ବାଦ୍ୟ ଡିଜେ ସହ ଶତାଧିକ ଜନସାଧାରଣ କନ୍ୟାପିତା ଙ୍କ ସ୍ଵରୂପ ରେ ଏଥର ଧାର୍ଯ୍ୟ ଥିବା ରାମକୃଷ୍ଣ ନଗର ର ଗୋପାଳ ପ୍ରସାଦ ଓ ଅନୀତା ଭୂତ ଙ୍କ ବାସଭବନ ରେ ପହଞ୍ଚିଥିଲେ। ସେଠାରେ ସମସ୍ତ ବରଯାତ୍ରୀ ଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ସହ ସମସ୍ତ ଦେବତା ଙ୍କୁ ପୂଜାର୍ଚ୍ଚନା ସହ ମହାଦେବ ଙ୍କ ପାର୍ଶ୍ୱ ରେ ସ୍ଥାପନାକରି ପରେ ସମସ୍ତ ପୂଜାବିଧି ସହ ଦେବାଧିଦେବ ମହାଦେବଙ୍କ ସହ ମାତା ପାର୍ବତୀ ଙ୍କ ବିବାହ ପାଣିଗ୍ରହଣ କାର୍ଯ୍ୟ ସମସ୍ତ ବିଧିପୂର୍ବକ ସମାପନ କରିଥିଲେ। ଆଜି ସକାଳୁ ଦେବ ଦମ୍ପତି ଙ୍କଠାରେ ଷୋଡ଼ଶ ଉପଚାରରେ ପୂଜା ସହ ରୁଦ୍ରାଭିଷେକ ଅନୁଷ୍ଠିତ ହୋଇଥିଲା। ଯୁଗଳ ମୂର୍ତ୍ତି ଙ୍କ ଦର୍ଶନ  ପାଇଁ ହଜାର ହଜାର ଶ୍ରଦ୍ଧାଳୁମାନେ ଉକ୍ତ ସ୍ଥାନରେ ପହଞ୍ଚି ଦେବଦମ୍ପତିଙ୍କସହ ବରଯାତ୍ରୀ ଭାବରେ ଆସିଏଠାରେ  ଦର୍ଶନ ଦେଇଥିବା ବାବା ସୁବର୍ଣ୍ଣମେରୁ, ରାମେଶ୍ବର, ବାଲୁଙ୍କେଶ୍ୱର,ରୁଦ୍ରନାଥ, ଲୋକନାଥ, ପଶ୍ଚିମ ସୋମନାଥ,ଗୋକର୍ଣେଶ୍ଵର ଙ୍କ ସହ ନୃସିଂହ ଭଗବାନ,ବଡ଼ ଜଗନ୍ନାଥ,ଗୋପାଳଜୀ, ଦଧିବାବନ,ରାମଜୀ, ଗୋପିନାଥ ବୃନ୍ଦାବନ ବିହାରୀ ଙ୍କ ସହ ସମସ୍ତ ଦେବତା ମାନଙ୍କୁ ଦର୍ଶନ କରି  ଭକ୍ତ‌ଓ ଶ୍ରଦ୍ଧାଳୁ ଭକ୍ତିଭାବରେ ବିଭୋର ହୋଇଥିବା ଦେଖିବାକୁ ମିଳିଥିଲା। ଦେବାଧିଦେବ ମହାଦେବ ଓ ଜଗତଜନନୀ ମାତା ପାର୍ବତୀଙ୍କ ବିବାହ ଉତ୍ସବ କୁ  ସଂପୂର୍ଣ୍ଣ ରୀତିନୀତି ସହ ପାଳନ ପାଇଁ ଶୀତଳଷଷ୍ଠୀ ଯାତ୍ରା କମିଟି , ଦେବୋତ୍ତର ବିଭାଗ  ସମସ୍ତ   ଦାୟିତ୍ଵ ନିଭେଇ ଥିବାବେଳେ  ଯାତ୍ରା ରେ ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ହଜାର ଶ୍ରଦ୍ଧାଳୁମାନେ ମହାପ୍ରଭୁ ଶିବ ପାର୍ବତୀ ଙ୍କ ଆଶୀର୍ବାଦ ଲାଭ କରିଛନ୍ତି ।  ସୁବର୍ଣ୍ଣପୁର ର ଜିଲ୍ଲା କୋଷାଗାର ରୁ ଅଣାଯାଇଥିବା ୧୦୮ ତୋଳା ର ସୁନା ନାଗମୂର୍ତ୍ତି ବାବା ଚନ୍ଦ୍ରଶେଖର ଙ୍କୁ ଦେବୋତ୍ତର ବିଭାଗ ପୋଲିସ ପ୍ରଶାସନ ଓ ଦେବୋତ୍ତର କମିଟି ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ମଧ୍ୟରାତ୍ରିରେ ଅନୁଷ୍ଠିତ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରାରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦେବ ଦମ୍ପତି ଶିବପାର୍ବତୀ ଓ ଅଷ୍ଠ ଶମ୍ଭୁ ଅଷ୍ଠ ବିଷ୍ଣୁ ଙ୍କ ନଗର ପରିକ୍ରମା ଓ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏହି ଯାତ୍ରା ର ବିଶେଷ ଆକର୍ଷଣ ୧୦୮ ତୋଳା ର ସୁନା ନାଗ ମୂର୍ତ୍ତି ଓ ଶିବ ପାର୍ବତୀ ଙ୍କ ସହିତ ସହର ର ସମସ୍ତ ଦେବା ଦେବୀ ଙ୍କୁ ମହଣ ମହଣ ରୂପା ରେ ନିର୍ମିତ ପାଲିଙ୍କି ରେ ଏକାଠି ଦର୍ଶନ କରିବାର ଅପୂର୍ବ ସୁଯୋଗ ମିଳିଥାଏ l ଯାହାକି ବର୍ଷ କୁ ଥରେ ଏହି ସୁଯୋଗ ସାଧାରଣ ଜନତା ଭକ୍ତ ଶ୍ରଦ୍ଧାଳୁ ପାଇଥାନ୍ତି । ଶୀତଳ ଷଷ୍ଠୀ ଯାତ୍ରା ଉପଲକ୍ଷେ  ସହରର ବିଭିନ୍ନ ଛକରେ   ସାଂସ୍କୃତିକ କାର୍ଯ୍ୟକ୍ରମ ମାନ  ଆୟୋଜନ କରାଯାଇଛି । ବର୍ତ୍ତମାନ ସମଗ୍ର ସହର ଚଳଚଞ୍ଚଳ ରହିଥିବା ବେଳେ  ହଜାର ହଜାର ଶ୍ରଦ୍ଧାଳୁମାନେ ଆସି ମହାପ୍ରଭୁ ମହାଦେବ ଓ ମାତା ପାର୍ବତୀ ଙ୍କୁ ଦର୍ଶନ କରୁଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   13-Oct-2026
  ଜିଲ୍ଲା  
୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ   13-Oct-2026
  ଜିଲ୍ଲା  
*ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   13-Oct-2026
  ଜିଲ୍ଲା  
ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି   13-Oct-2026
  ଜିଲ୍ଲା  
ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   13-Oct-2026
  ଜିଲ୍ଲା  
ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   13-Oct-2026
  ଜିଲ୍ଲା  
ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ   13-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   13-Oct-2026
  ଜିଲ୍ଲା  
ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   13-Oct-2026
  ଜିଲ୍ଲା  
ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   13-Oct-2026
  ଜିଲ୍ଲା  
ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   13-Oct-2026

You Might Also Like