-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
27-Dec-2020
ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର) -ଆମ ଜିଲ୍ଲାର ସୁପୁତ୍ର ତଥା ସର୍ବ ପ୍ରଥମ ମୁଖ୍ୟ ଶାସନ ସଚିବ ଆସନ ଅଳଙ୍କୃତ କରିଥିବା ଅସିତ ତ୍ରିପାଠୀ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇ ଥିବାରୁ ବଲାଙ୍ଗିର ସିଭିଲ ସୋସାଇଟି ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ସ୍ୱାଗତ କରୁଅଛି । ସୂଚନାଯୋଗ୍ୟ ଯେ ବିକାଶ ପରିଷଦ ଗଠନ ହେଲା ଦିନ ଠାରୁ କୌଣସି ପ୍ରଶାସନିକ ଅଧିକାରୀ ଏହାର ଅଧ୍ୟକ୍ଷ ହୋଇ ନ ଥିଲେ । ଫଳରେ ତାହା ଲକ୍ଷ୍ୟ ଠାରୁ ଦୂରେଇ ଯାଇଥିଲା । ତେଣୁ ସୁଦକ୍ଷ ତଥା ବରିଷ୍ଟ ଶିର୍ଷ ସ୍ଥାନର ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ତ୍ରିପାଠି ମହୋଦୟଙ୍କୁ ପରିଷଦର ଅଧ୍ୟକ୍ଷ ଭାବରେ ଅବସ୍ଥାପିତ କରାଯାଇଥିବାରୁ ଅତ୍ୟନ୍ତ ସ୍ୱାଗତଯୋଗ୍ୟ । ପରିଷଦ ଗଠନ ହେଲା ପରେ ବଲାଙ୍ଗିର ଜିଲ୍ଲାର ପରିସ୍ଥିତି ବଦଳିବା ପରିବର୍ତ୍ତେ ଶିଳ୍ପ ବିହିନ ଅନୁନ୍ନତ, ଅବହେଳିତ, ଅଣ ଜଳସେଚିତ, ଦାଦନ ପ୍ରବଣ ପଛୁଆ ଜିଲ୍ଲାରେ ପରିଣତ ହୋଇଅଛି । ଏହାର ନିରାକରଣ ନିମନ୍ତେ ଦୃଷ୍ଟି ଦେଇ ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ ନବ ନିଯୁକ୍ତ ଅଧ୍ୟକ୍ଷ ମହୋଦୟ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି ସଭାପତି ନିଳମଣି ମିଶ୍ର, ସଂପାଦକ ମନରଂଜନ ମିଶ୍ର, ଉପ-ସଭାପତି ପ୍ରଭାକର ମିଶ୍ର, ମନରଂଜନ ସାହୁ, ଉପଦେଷ୍ଟା ପ୍ରମୋଦ କୁମାର ମିଶ୍ର ପ୍ରମୁଖ ଆଶାବ୍ୟକ୍ତ କରିଅଛନ୍ତି ।