-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
27-Dec-2020
ବଲାଙ୍ଗିର, (ସନ୍ତୋଷ କୁମାର ଠାକୁର) -ପଥରଚେପା ଠାରେ ଅନୁଷ୍ଠିତ ହୋଇଯାଇଥିବା ବ୍ଲକ ସ୍ତରୀୟ ଯାଦବ ସମ୍ମିଳନୀରେ ମୁଖ୍ୟ ଅତିଥି ଜିଲ୍ଲା ଯାଦବ ସମାଜ ସଭାପତି ପରମାନନ୍ଦ ହାତି, ମଞ୍ଚାସିନ ଅତିଥି ଜିଲ୍ଲା ସହ-ସଂପାଦକ ମନୋଜ ହାତି, ଜିଲ୍ଲା ଯୁବ ଯାଦବ ସଭାପତି ଦିଲିପ ରାଜଫଳିଆ, ପୌରାଞ୍ଚଳ ସଂପାଦକ ଅରକ୍ଷିତ ଜୁଏଡ୍, ଦିନେଶ ନାଗ ଉପସ୍ଥିତ ଥିଲେ । ବଲାଙ୍ଗିର ଜିଲ୍ଲାର ଯାଦବ ସମାଜ ସମାଜ କ୍ଷେତ୍ରରେ କାମ କରିଥିବା ବିନୋଦ କାଲସାଏ, ସନ୍ଦିପ ବାଗ, ପ୍ରଶାନ୍ତ ମହାକୁର, ଜୟଦେବ ଜାଲଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରିୟ ଦେଇ ସମ୍ମାନିତ କରାଯାଇଥିଲା ।ପରେ ବ୍ଲକସ୍ତରୀୟ କର୍ମକର୍ତ୍ତା ନିଯୁକ୍ତ କରାଯାଇଥିଲା । ବ୍ଲକ ସଭାପତି ଭାବେ ଗୁଲାପ ବାଗ, ସଂପାଦକ ଭାବେ ଚିତ୍ରସେନ ବଗର୍ତ୍ତି, ଯୁବ ଯାଦବ ସଭାପତି ଡୋଳାମଣି ବାଗ ଓ ଏଥିରେ ୨୫ଟି ପଂଚାୟତ ମଧ୍ୟରୁ ୨୦ଟି ପଂଚାୟତର ସଭାପତି ଓ ସଂପାଦକ ଉପସ୍ଥିତ ଥିଲେ ।