-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
27-May-2024
ବଲାଙ୍ଗିର(ପ୍ରେରଣା ଖବର ): ବଲାଙ୍ଗୀର ଜିଲ୍ଲାରେ ଚଳିତବର୍ଷ ସିଏଚଏସସି ବୋର୍ଡଦ୍ୱାରା ପରିଚାଳିତ ଯୁକ୍ତଦୁଇ ବିଜ୍ଞାନ,କଳା ଓ ବାଣିଜ୍ୟ ପରୀକ୍ଷାରେ ଛାତ୍ରଛାତ୍ରୀ ଭଲପ୍ରଦର୍ଶନ କରିଛନ୍ତି । ଜିଲ୍ଲାରେ ୨୦୨୪ ସିଏଚଏସସି ବୋର୍ଡରେ ବିଜ୍ଞାନରେ ୮୧.୧୫% ,କଳାରେ ୭୭.୬୬% ଓ ବାଣିଜ୍ୟରେ ୭୦.୨୩% ପାସ ହାର ହୋଇଛି । ସୂଚନା ଯୋଗ୍ୟ ଯେ,ବିଜ୍ଞାନବର୍ଗରେ ଚଳିତବର୍ଷ ମୋଟ ୩୩୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୨୯୬ଜଣ ପ୍ରଥମ ଶ୍ରେଣ.୭୬୩ଜଣ ଦ୍ୱିତୀୟ ଶ୍ରେଣୀ ଓ ୫୯୮ଜଣ ତୃତୀୟ ଶ୍ରେଣୀରେ ଉତ୍ତିର୍ଣ୍ଣ ହୋଇଛନ୍ତି । ବାଣିଜ୍ୟରେ ମୋଟ ୧୩୧୭ ଜଣ ପରୀକ୍ଷାର୍ଥି ପରୀକ୍ଷା ଦେଇଥିବା ବେଳେ ସେଥିରୁ ୧୯୧ଜଣ ପ୍ରଥମ ଶ୍ରେଣୀ,୧୭୪ଜଣ ଦ୍ୱିତୀୟ ଶ୍ରେଣୀ ଓ ୫୫୩ଜଣ ତୃତୀୟ ଶ୍ରେଣୀରେ ଉତ୍ତିର୍ଣ୍ଣ ହୋଇଛନ୍ତି । କଳା ବିଭାଗରେ ସର୍ବାଧିକ ୧୦ହଜାର ୪୫୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିôବା ବେଳେ ସେଥିରୁ ୧୨୬୯ଜଣ ପ୍ରଥମ ଶ୍ରେଣୀ,୧୨୧୨ଜଣ ଦ୍ୱିତୀୟ ଶ୍ରେଣୀ ଓ ୫୬୩୭ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି । ସେହିପରି ଧନ୍ଦାମୂଲକ ପରୀକ୍ଷାରେ ଜିଲ୍ଲାର ମୋଟ ୨୭୮ଜଣ ପରୀକ୍ଷା ଦେଇଥିବା ବେଳେ ୧୩୩ଜଣ ପାସ କରିଛନ୍ତି ବୋଲି ସୂଚନା ମିଳିଛି ।