-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
26-May-2024
ବୋଡ଼େନ (ରାମନାଥ ପଣ୍ଡା )
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଭଇଁସାଦାନି ପଞ୍ଚାୟତର ୬ ଟି ୱାର୍ଡ ଜଙ୍ଗଲ ଉପରେ ଥିବା ବେଳେ ଅନ୍ୟ ୬ ଟି ୱାର୍ଡ ଜଙ୍ଗଲର ପାଦଦେଶରେ । ଜଙ୍ଗଲ ଉପରେ ଥିବା ଲୋକଙ୍କ ପ୍ରତ୍ୟେକ ପ୍ରକାର ସୁବିଧା ନିମନ୍ତେ ନୂଆ ଏକ ପଞ୍ଚାୟତ ତିଆରି ପାଇଁ ପ୍ରଶାସନ ଆଗଭର । ମାଓ ଅଞ୍ଚଳ ବୋଲି ପରିଚିତ ପାଟଦର୍ହା ପାଖରେ ଆଦିବାସୀ ବହୁଳ କୋଦୋଭଟା ଅନ୍ୟ ଏକ ଗାଁ ସେଠାକାର ଲୋକଙ୍କ ମଧ୍ୟରେ ଶିକ୍ଷା,କୁସଂସ୍କାର ଆଉ ସଚେତନତାର ଅଭାବ ଅଛି ବୋଲି ପ୍ରମାଣ କରିଛି ଆସିଥିବା ଏକ ସଂଘାତିକ ଅଭିଯୋଗ ଯାହାକି - ସ୍ନାନ ପାଇଁ ଜଣେ ୧୬ ବର୍ଷୀୟ ନାବାଳିକା ଯାଇଥିବା ସମୟରେ ସେହି ଗାଁର କୃଷ୍ଣ ଚିନ୍ଦା ( ବୟସ ୬୦) ଜୋର୍ ଜବରଦସ୍ତ ବଳାତ୍କାର କରିଥିବା ସୂଚନା ମିଳିଛି। ପିଡୀତା ନାବାଳିକା ବୋଡ଼େନ ଥାନାର ଦ୍ବାରସ୍ଥ ହୋଇ ଏହା ଲିଖିତ ଭାବେ ଅଭିଯୋଗ ଆଣିଛନ୍ତି। ଅଭିଯୋଗକୁ ଭିତ୍ତି କରି ବୋଡ଼େନ ପୋଲିସ କେସ ନମ୍ୱର ୧୩୧/୨୦୨୪ ଧାରା ପୋସ୍କୋ ଅନୁଯାୟୀ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରହିଥିବା ବୋଡ଼େନ ଥାନା ଅଧିକାରୀ ଗୋବିନ୍ଦ ମାଝୀ ସୂଚନା ପ୍ରଦାନ କରିଛନ୍ତି ।ଏହିଭଳି କାମାତୁର ହୋଇ ମାନବିକତା ହରାଉଥିବା ତଥା ସମାଜରେ ଅମାନୁଷିକ ଘଟଣା ଘଟାଉଥିବା ବ୍ୟକ୍ତିଙ୍କୁ ଉଚିତ୍ ଦଣ୍ଡ ମିଳିବା ଦରକାର ବୋଲି ଗ୍ରାମବାସୀ ଆଲୋଚନା କରୁଛନ୍ତି ।