-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ଜିଲ୍ଲାରେ ୭୭୯୮ ହେକ୍ଟର ଜମିରେ ରବିଧାନଚାଷ.... ଧାନକିଣା ଟାର୍ଗେଟ ମାତ୍ର ୨.୫ଲକ୍ଷ କ୍ୱିଣ୍ଟାଲ

25-May-2024



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲାରେ ଜଳସେଚନ ହାର ବଢୁନଥିବାରୁ ରବିଧାନଚାଷ ପରିମାଣ ମଧ୍ୟ ବଢିପାରୁନାହିଁ । ଚଳିତବର୍ଷ ବଲାଙ୍ଗୀର ଜିଲ୍ଲାରେ ମାତ୍ର ୭୭୯୮ ହେକ୍ଟର ଜମିରେ ରବି ଧାନଚାଷ ହୋଇଥିବା କୃଷିବିଭାଗ ସୂତ୍ରରୁ ଜଣାଯାଇଛି । ସେଥିମଧ୍ୟରେ ବଲାଙ୍ଗୀର ଉପଖଣ୍ଡର ଆଗଲପୁର ବ୍ଲକରେ ୧୧୨୦ ହେକ୍ଟର, ଦେଓଗାଁ ବ୍ଲକରେ ୧୦୩୩ ହେକ୍ଟର, ଗୁଡଭେଲା ବ୍ଲକରେ ୧୧୮୦ ହେକ୍ଟର, ବଲାଙ୍ଗୀର ବ୍ଲକରେ ୩୯୫ହେକ୍ଟର, ପୁଇଁତଳା ବ୍ଲକରେ ୩୫୦ ହେକ୍ଟର, ଲୋଇସିଂହା ବ୍ଲକରେ ୪୩୫ ହେକ୍ଟର ଏପରି ମୋଟ-୪୫୧୩ ହେକ୍ଟର ଜମିରେ ରବିଧାନଚାଷ ହୋଇଛି । ସେହିପରି ଟିଟିଲାଗଡ ଉପଖଣ୍ଡର ଟିଟିଲାଗଡ ବ୍ଲକରେ ୭୦୦ ହେକ୍ଟର, ସଇଁତଳା ବ୍ଲକରେ ୩୩୦ ହେକ୍ଟର, ମୁରିବାହାଲ ବ୍ଲକରେ ୧୮୦ହେକ୍ଟର, ବଙ୍ଗୋମୁଣ୍ଡା ବ୍ଲକରେ ୩୫୦ହେକ୍ଟର, ତୁରେକେଲା ବ୍ଲକରେ ୨୮୦ହେକ୍ଟର ଏପରି ମୋଟ ୧୭୪୦ ହେକ୍ଟର ଓ ପାଟଣାଗଡ ଉପଖଣ୍ଡର ପାଟଣାଗଡ ବ୍ଲକରେ ୬୮୫ ହେକ୍ଟର, ବେଲପଡା ବ୍ଲକରେ ୩୨୦ ହେକ୍ଟର ଓ ଖପ୍ରାଖୋଲ ବ୍ଲକରେ ୫୪୦ ହେକ୍ଟର ଜମି ଏପରି ମୋଟ ୧୫୪୫ ହେକ୍ଟର ଜମିରେ ରବିଧାନ ଚାଷ ହୋଇଛି । ତିନିଟି ଯାକ ଉପଖଣ୍ଡକୁ ମିଶାଇ ଜିଲ୍ଲାରେ ମୋଟ ୭୭୯୮ ହେକ୍ଟର ଜମିରେ ରବିଧାନ ଚାଷ ହୋଇଛି । ବିଗତ କିଛିବର୍ଷ ହେଲା ଜିଲ୍ଲାର ଦେଓଗାଁ ବ୍ଲକ ଅଞ୍ଚଳରେ ଆଖୁଚାଷ ପରିମାଣ କମିଯାଇଥିବାରୁ ସେହି ଜମି ମାନଙ୍କରେ ଉଠା ଜଳସେଚନ ଜରିଆରେ ଧାନଚାଷ ପରିମାଣ ବଢିଛି । ଦେଓଗାଁର କିଛି ଅଂଶ ଓ ଗୁଡଭେଲା ବ୍ଲକର କିଛି ଅଂଶରେ ତେଲନଦୀର ମେଗାଲିଫ୍ଟ ପଏଣ୍ଟ ଜରିଆରେ ଜଳସେଚିତ କରାଯାଇଛି ।ସେଥିପାଇଁ ଏହି ଦୁଇ ବ୍ଲକରେ କିଛିମାତ୍ରାରେ ଅଧିକ ରବିଧାନ ଚାଷ ହୋଇଛି । ତେବେ ରାଜ୍ୟସରକାର ଏତେ ପରିମାଣର ଯୋଜନା କରୁଥିଲେ ହେଁ ଜିଲ୍ଲାରେ ନିଶ୍ଚିତ ଜଳସେଚନ ହାର ବଢିପାରୁନାହିଁ । ଆଗଲପୁର ବ୍ଲକ ଅଞ୍ଚଳ କିଛି ଅଂଶରେ ମଧ୍ୟ ହିରାକୁଦ କେନାଲର ପାଣି ମାଡୁଛି। ସେହି କାରଣରୁ ଆଗଲପୁର ବ୍ଲକଅଞ୍ଚଳରେ ମଧ୍ୟ ସାମାନ୍ୟ ଅଧିକ ରବିଧାନ ଚାଷ ହୋଇଛି । ରବିଧାନ ବିକ୍ରୀ ପାଇଁ ମୋଟ ୭୭୬୯ ଜଣ ଚାଷ ପଞ୍ଜିକୃତ ହୋଇଛନ୍ତି । ସେମାନଙ୍କର ଧାନ କିଣିବାକୁ ଯୋଗାଣ ନିଗମକୁ ମାତ୍ର ୨.୫ଲକ୍ଷ କ୍ୱିଣ୍ଟାଲର ଟାର୍ଗେଟ ଆସିଛି ବୋଲି ଜିଲ୍ଲା ଯୋଗାଣବିଭାଗ ସୂତ୍ରରୁ ଜଣାଯାଇଛି। ଧାନ କିଣାରେ ଜିଲ୍ଲାର ମୋଟ ୧୦୩ଟି ପେକ୍ସ ଓ ୧୦ ସ୍ୱୟଂସହାୟିକା ଗୋଷ୍ଠୀ ଭାଗନେବେ। ଏହି ଧାନକୁ ୫୦ଟି ମିଲକୁ ଦିଆଯିବ । ମଣ୍ଡିଗୁଡିକରେ ଆବଶ୍ୟକ ବ୍ୟବସ୍ଥା କରିବାକୁ ବଲାଙ୍ଗୀର, କଣ୍ଟାବାଞ୍ଜି ଓ ପାଟଣାଗଡ ଆରଏମସିକୁ ନିର୍ଦ୍ଦେଶ କରା ଯାଇଥିଲା । ଆସନ୍ତା ୨୭ ତାରିଖରୁ ଧାନକିଣା ବିକା ଆରମ୍ଭ ହେବାକୁ ଯାଉଛି । ପ୍ରକାଶ ଯେ,ଚଳିତ ବର୍ଷ ଖରିଫରେ ବଲାଙ୍ଗୀର ଜିଲ୍ଲାରେ ମୋଟ ୮୯,୪୨୩ଜଣ ଚାଷି ପଞ୍ଜିକୃତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୭୫,୦୪୪ ଜଣ ଚାଷି ସେମାନଙ୍କର ୩୪,୩୪,୩୭୩ କ୍ୱିଣ୍ଟାଲ ଧାନ ବିକ୍ରୀ କରିଥିବା ଜଣାପଡିଛି । ଠିକ ସେହିପରି ଗତବର୍ଷ (୨୦୨୨-୨୩) ରବିରେ ମୋଟ ୭,୮୨୧ ଜଣଚାଷି ପଞ୍ଜିକୃତ ହୋଇ ୨,୭୦,୮୦୩ କ୍ୱିଣ୍ଟାଲ ଧାନ ବିକ୍ରୀ କରିଥିଲେ । ତେବେ ଜିଲ୍ଲାର ଯେତେ ପରିମାଣ ଜମିରେ ରବିଧାନ ଚାଷ ହୋଇଛି ସେହି ସବୁ ଜମି ଧାନବିକ୍ରୀ ପାଇଁ ପଞ୍ଜିକୃତ ହୋଇପାରିନାହିଁ । କେତେକ ଜମିରେ ଝଲଶେଚିତ ବ୍ୟବସ୍ଥା କରି ରବୁଧାନ ଚାଷ କରୁଥିଲେ ହେଁ ସେହି ଜମିର କିସମ ପରିବର୍ତ୍ତନ ହୋଇପାରୁନଥିବାରୁ ସେହି ଜମିର ଧାନ ପଞ୍ଜିକରଣ କରିବାକୁ ଚାଷି ସକ୍ଷମ ହେଉନାହିଁ । ଜିଲ୍ଲାରେ ମୋଟ ୭୭୯୮ ହେକ୍ଟର ଜମିରେ ରବିଧାନ ଚାଷ ହୋଇଥିବା ବେଳେ ଏକର ପିଚ୍ଛା ୨୨କ୍ୱିଣ୍ଟାଲ ଧାନ ଅମଳ ହେଲେ ସେଥିରୁ ପ୍ରାୟ ୩ଲକ୍ଷ୮୦ ହଜାର କ୍ୱିଣ୍ଟାଲ ଧାନ କିଣାଯାଇ ପାରନ୍ତା । କିନ୍ତୁ ତାହା କରାଯାଇ ପାରୁନାହିଁ । ଫଳରେ ଚାଷିମାନେ ଅଭାବୀ ବିକ୍ରୀର ସମ୍ମୁଖିନ ହୋଇ ମଧ୍ୟସ୍ଥି ହାତରେ କମଦରରେ ଧାନ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି । ଏନେଇ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ବି.ପ୍ରଭାକର ପାତ୍ରଙ୍କୁ ପଚାରିବାରୁ ଆମ ପାଖରେ ଯେତେ ଚାଷି ପଞ୍ଜିକୃତ ହୋଇଛନ୍ତି ସେହି ଆଧାରରେ ଟାର୍ଗେଟ ମଗାଯାଇଛି ବୋଲି କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026

You Might Also Like