-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Dec-2020
ଭୁବନେଶ୍ୱର,(ଶୁଭାଶିଷ ନାୟକ) : ଫରେନ୍ସିକ୍ ଲାବ୍ରୋଟାରୀରେ ପରୀକ୍ଷଣ ପରେ ଗତ ୧୪ ତାରିଖରେ ରିପୋର୍ଟ ଆସିଥିଲା । ତେବେ ଜବତ ଫ୍ରକ୍ରେ ଲାଗିଥିବା ସିମେନ୍ ଗ୍ରୁପ୍ ଚିହ୍ନଟ ଅବସ୍ଥାରେ ନାହିଁ ।
ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟାକାଣ୍ଡ ମାମଲା ଦିନକୁ ଦିନ ସନ୍ଦେହ ଘେର ଭିତରକୁ ଯାଉଛି । ବର୍ତ୍ତମାନ୍ ଯଦି ନାବାଳିକା ଫ୍ରକ୍ରେ ଲାଗିଥିବା ସିମେନ୍ ଦାଗ କାହାର ସ୍ପଷ୍ଟ ହୋଇ ଯାଆନ୍ତା ତେବେ ଅଭିଯୁକ୍ତ କିଏ ଜଣା ପଡିଯାଆନ୍ତା । କିନ୍ତୁ ଫୋରେନ୍ସିକ୍ ଯାଞ୍ଚରୁ ଜବତ ଫ୍ରକ୍ରେ ହ୍ୟୁମାନ୍ ସିମେନ୍ର ଦାଗ ଥିବା ତ ସ୍ପଷ୍ଟ ହୋଇଛି, କିନ୍ତୁ ଏହା ନଷ୍ଟ ହୋଇଯାଇଥିବା କାରଣରୁ ତାହାର ଗ୍ରୁପ୍ ଚିହ୍ନଟ ହୋଇପାରୁନି । ତେଣୁ ସିମେନ୍ ଅଭିଯୁକ୍ତ ଭାବେ ଗିରଫ କରାଯାଇଥିବା ସରୋଜର ନା ଆଉ କାହାର ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଭବନେଶ୍ୱର ଫରେନ୍ସିକ୍ ଲାବ୍ରୋଟାରୀରେ ପରୀକ୍ଷଣ ପରେ ଗତ ୧୪ ତାରିଖରେ ରିପୋର୍ଟ ଆସିଥିଲା । ତେବେ ଜବତ ଫ୍ରକ୍ରେ ଲାଗିଥିବା ସିମେନ୍ ଗ୍ରୁପ୍ ଚିହ୍ନଟ ଅବସ୍ଥାରେ ନାହିଁ । ସେହିପରି ଜବତ ହୋଇଥିବା ଝୋଟ ଅଖାରେ ମଧ୍ୟ ସିମେନ୍ କିମ୍ବା ବ୍ଲଡ୍ ଷ୍ଟେନ୍ ଚିହ୍ନଟ ହୋଇପାରି ନାହିଁ ବୋଲି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଏଭଳି ସ୍ଥିତିରେ ଏସ୍ଆଇଟିର ଦାବି ଅନୁଯାୟୀ ଏ ସିମେନ୍ ଯେ ଅଭିଯୁକ୍ତ ସରୋଜ ସେଠୀର ତାହା କିଭଳି ପ୍ରମାଣିତ ହୋଇପାରିନାହିଁ ।
ସେପଟେ ନାବାଳିକା ହତ୍ୟା ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନ୍ୟପଟେ ଏସ୍ଆଇଟିର ତଦନ୍ତ ଉପରେ ଭରସା କରିପାରୁ ନାହାନ୍ତି ମୃତା ନାବାଳିକାର ବାପାମା । ଯେହେତୁ ଏସ୍ଆଇଟି ଟିମ୍ ଏଯାଏଁ କୌଣସି ଗୋଟିଏ ବି ପ୍ରମାଣକୁ ନାବାଳିକା ପରିବାର ଲୋକଙ୍କୁ ଦେଖାଉନି କି ସେମାନଙ୍କ ସନ୍ଦେହ ଘେରରେ ଥିବା ଲୋକଙ୍କୁ ଧରୁନି, ତେଣୁ ଏସଆଇଟି ହାତରୁ ତଦନ୍ତ ଭାର କାଢି ନେଇ ସିବିଆଇକୁ ହସ୍ତଗତ କରିବାକୁ ଦାବି କରିଛନ୍ତି ନାବାଳିକାର ବାପା-ମାଆ ।