-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
19-May-2024
ତୁଷୁରା (ପଞ୍ଚାନନ ନାଏକ), ନିର୍ବାଚନରେ ଶାସକ ଦଳର ଇସାରାରେ ତୁଷୁରା ପୋଲିସ ପକ୍ଷରୁ ବଲାଙ୍ଗୀର ଜିଲ୍ଲା ଗୁଡଭେଲାବ୍ଲକର ବହୁ ବିଜେପି କର୍ମୀ ମାନଙ୍କୁ ହଇରାଣ ହରକତ କରିବା ପାଇଁ ତାଙ୍କ ଘର ମାନଙ୍କୁ ଯାଇ ତଦନ୍ତ ବାହାନାରେ ଥାନାକୁ ଆସିବାକୁ କହୁଥିବା ଗୁଡଭେଲାବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ଜାମୁଟ ସମିତିସଭ୍ଯ ଅଶୋକ ଦୋରା ଗଣମାଧ୍ୟମ ଆଗରେ ଅଭିଯୋଗ କରିବା ସହ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅନ୍ୟ ପକ୍ଷରେ ଏନେଇ ତୁଷୁରା ଥାନାଧିକାରୀ ସଞ୍ଜୀବ କୁମାର ପ୍ରଧାନ କହନ୍ତି ଯେ, ଯେଉଁ ମାନଙ୍କର ନାମରେ ଅଭିଯୋଗ ରହିଛି ତାଙ୍କୁ ତଦନ୍ତ ପାଇଁ ଥାନାକୁ ଡକା ଯାଇଛି।ଏଥିରେ କୌଣସି ଦଳର କିଛି ନାହିଁ ବୋଲି ସଫେଇ ଦେଇଥିଲେ ।