-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Dec-2020
ସମ୍ବଲପୁର, ଲଇଡା, (ଦେବାଶିଷ ବେହେରାଙ୍କ ରିପୋର୍ଟ): ସମ୍ବଲପୁର ଜିଲ୍ଲା କତରବଗା ଥାନା ଅନ୍ତର୍ଗତ ଇଇଡା ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ଶଳା ଓ ଭିଣେଇ ମଧ୍ୟରେ ଝଗଡା ହେବାରୁ ଶଳାର ଠେଙ୍ଗା ମାଡରେ ଭିଣେଇର ମୃତ୍ୟୁ ହୋଇଥିବା ପୋଲିସ ସୁତ୍ରରୁ ଜଣାପଡିଛି। ଭିଣେଇ ରୁପାନନ୍ଦ ବାଗ୍ ଓରଫ କାପ (୫୫) ଗତକାଲି ସନ୍ଧ୍ୟାରେ ମଦ୍ୟପାନ କରି ଅଭଦ୍ର ଭାଷା ବ୍ୟବହାର କରି ଘରକୁ ଫେରୁଥିବା ସମୟରେ ତାର ଶଳା ଉମେଶ ଓରଫ ମାନସ କରାଳୀ (୪୦) ଙ୍କୁ ବାଟରେ ଭେଟିଥିଲେ ଓ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଓ ପାଟିତୁଣ୍ଡ ହେବାରୁ ଉଭୟଙ୍କ ମଧ୍ୟରେ ମାଡପିଟ ହୋଇଥିଲା ଓ ଏହା ମଧ୍ୟରେ ଶଳା ମାନସର ଠେଙ୍ଗା ମାଡରେ ଭିଣେଇ କାପ ର ମୁଣ୍ଡ,ହାତ ଓ ଦେହର ବିଭିନ୍ନ ସ୍ଥାନରେ ଆଘାତ ହୋଇ ରାତ୍ରି ସାରା ଖୋଲା ଆକାଶ ତଳେ ପଡିଥିବାରୁ ମୃତ୍ୟୁ ହୋଇଥିବା ପୋଲିସ ସୁତ୍ରରୁ ଜଣାପଡିଛି। ପରିବାର ଲୋକ ଲଇଡା ପୋଲିସ ଫାଣ୍ଡିରେ ଅଭିଯୋଗ କରିବାରୁ କତରବଗା ଆଇଆଇସି ଅଜୟ ଜେନା ଓ ଲଇଡା ଫାଣ୍ଡି ଅଧିକାରୀ ରବିନାରାୟଣ ପ୍ରଧାନ ଫୋରେନ୍ସିକ ଦଳ ଘଟଣା ସ୍ଥଳକୁ ପହଞି ଅଭିଯୁକ୍ତକୁ ଖୋଜାଖୋଜି କରି ପାଇଥିଲେ ଓ ଫାଣ୍ଡି ରେ ପଚରାଯିବାରୁ ମାନସ ଦୋଷ ସ୍ଵୀକାର କରିଥିବାରୁ ଅଟକ ରଖି ଆଉ ଅଧିକ ଅନୁସନ୍ଧାନ ଜାରି ରଖିଥିବା ପୋଲିସ ସୁତ୍ରରୁ ଜଣାପଡିଛି। ପୋଲିସ ଶବ ଜବତ କରି କୁଚିଣ୍ଡାକୁ ବ୍ୟବଛେଦ ପାଇଁ ପଠାଯାଇଥିବା ଜଣାପଡିଛି।