-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Dec-2020
ଲୋଇସିଂହା, (ବିନୋଦ କୁମାର ଦୀପ): ଲୋଇସିଂହା ନିର୍ବାଚନ ମଣ୍ଡଳୀର ଲୋଇସିଂହା କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳ ତରଫରୁ 24 ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ବିଜେଡିର ଗୋଟିଏ ସ୍ୱର ଶ୍ରେଷ୍ଠ ଓଡିଶା ଗଢିବା ସଂକଳ୍ପ l ଆଜିର ଏହି ଦିବସରେ ରକ୍ତଦାନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ଉପସ୍ଥିତ ମୁଖ୍ୟଅତିଥି ନିହାର ରଞ୍ଜନ ବେହେରା(ରାଜ୍ୟ ପରିଷଦ ବିଜୁ ଜନତା ଦଳ ଓଡିଶା) ବିଜେଡି ଦଳ କେବେ ଓ କିପରି ଭାବେ ଗଢି ଉଠିଲା, ନବୀନ ବାବୁ କିପରି ଦଳକୁ ଆଗେ ବଢ଼ାଇଲେ ଓ ଓଡିଶାରେ ଉନ୍ନତି ବିଷୟରେ ଅଭିଭାଷଣ ରଖିଥିଲେ , ସ୍ୱତନ୍ତ୍ର ଅତିଥିଭାବେ ପୂର୍ବ ବିଜେଡି ସାଂସଦ କଳିକେଶ ନାରାୟଣ ସିଂଦେଓ, ମୁଖ୍ୟବକ୍ତା ହରେକୃଷ୍ଣ ଷଡ଼ଙ୍ଗୀ (ବରିଷ୍ଠ ନେତା ବିଜୁ ଜନତା ଦଳ ବଲାଙ୍ଗୀର) ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ୨ ହଜାର ମସିହାର ପ୍ରଥମ ନିର୍ବାଚନ ଜିତିବା ପରେ ଦୁର୍ନୀତି ବିରୁଦ୍ଧରେ ଲଢେଇ ତା ସାଙ୍ଗକୁ ଲୋକଙ୍କ ଉନ୍ନତି ସଙ୍ଗେ ସଙ୍ଗେ ନାରୀଙ୍କୁ ସମ୍ମାନ ଓ ବିକାଶ ଦିଗରେ ଆଗକୁ ବଢିବା ବିଷୟରେ ବକ୍ତବ୍ୟ ରଖିଥିଲେ l ବିନୟ କୁମାର ପଧାନ (ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ), ଆଶିଷ ସିଂହଦେଓ ଓ ଅଶୋକ ବରିହା (ଜିଲ୍ଲା ସମ୍ପାଦକ ବିଜେଡି), ସୁରେଶ ନାଏକ (ବିଜେଡି ଜିଲ୍ଲା ଉପ ସଭାପତି), ରୋହିତ ସାହୁ (ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଜେଡି), ନୀତେଶ ଅଗ୍ରୱାଲ (ବିଜେଡି ଉପ ସଭାପତି ବଲାଙ୍ଗୀର) ଅନନ୍ତ ନାରାୟଣ ପଧାନ (ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ), କୁନାଲ ସରକାର (ବିଜେଡି ଜିଲ୍ଲା ସମ୍ପାଦକ ବଲାଙ୍ଗୀର) ବିଜେଡିର ବିଷ୍ଣୁ ପଟେଲ, କୁନାଲ ଭୋଇ ଶେଷରେ କାର୍ଯ୍ୟକ୍ରମକୁ ଧନ୍ୟବାଦ ଅର୍ପଣ କଲେ ବିଜେଡିର ବ୍ଲକ ଯୁବ ସଭାପତି ନାରାୟଣ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ l