-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Dec-2020
ପାଟଣାଗଡ଼ (ଗୋରେଖନାଥ ବରିହା) ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ବସାଲେପାଲି ପଞ୍ଚାୟତ ତୁର୍ଲାମାଲ ଗ୍ରାମରେ ଆର୍ଯ୍ୟ ସମାଜ ବୈଦିକ ଯଜ୍ଞ ସ୍ଥାନୀୟ ବିଣାପାଣି କ୍ଳବ ପରିସରରେ ପୂର୍ବତନ ସରପଞ୍ଚ ଧବଲେଶ୍ଵର ଭୋଇଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୁରୁକୁଳ ଆର୍ଯ୍ୟ ସମାଜର ପ୍ରଚାରକ ତଥା ବିଦ୍ୱାନ ସମୁହ ଯୋଗ ଦେଇ ଆର୍ଯ୍ୟ ସମାଜର ବୈଦିକ ରୀତିରେ ବୈଦିକ ଯଜ୍ଞ ସହ ଘୃତ ଯଜ୍ଞରେ ଆହୁତି ଦିଆଯାଇଥିଲା । ଯଜ୍ଞ କାର୍ଯ୍ୟ ସମାପନ ପରେ ପରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଏଥିରେ ଯୋଗ ଦେଇଥିବା ଆର୍ଯ୍ୟ ସମାଜ ବିଦ୍ୱାନ ସମୁହ ବୈଦିକ ଯଜ୍ଞ କଲେ ମାନବ ସମାଜର କଲ୍ୟାଣ ତଥା ବିଶ୍ଵ କଲ୍ୟାଣ ହୋଇଥାଏ । ଦୁର୍ଲ୍ଲଭ ମାଧବ ଜନ୍ମ ସାର୍ଥକ କରିବା ପାଇଁ ଭଗବତ୍ ଚିନ୍ତନ ଓ ବୈଦିକ ଯଜ୍ଞ ସହ ଭଗବାନଙ୍କ ନାମସ୍ମରଣ, ପ୍ରତ୍ୟେକ ଦିନ ଯଜ୍ଞ କରିବା, ଓଁକାର ଉଚ୍ଚାରଣ କରିବା ସହ ସାତ୍ତ୍ୱିକ ଆହାର ଗ୍ରହଣ କରିବା ସତ୍ କର୍ମ କରିବା, ନିଶା ସେବନ ନକରିବା, ଗୋମାତାର ସେବା ସୁରକ୍ଷା କରିବା, ସାଂସାରିକ ଜୀବନ ରହି ମଧ୍ୟ ଇଶ୍ଵର ପ୍ରାପ୍ତି ଲାଭ କିପରି କରି ପାରିବା,ବର୍ତ୍ତମାନ ସମାଜରେ ମାତୃଶକ୍ତି ହିଁ ଶାନ୍ତି ଶୃଙ୍ଖଳିତ ସମାଜ ଗଠନ ଦିଗରେ ଗୁରୁତ୍ବ ଭୂମିକା ରହିଛି ଓ ମାଁ ମାନେ ମଧ୍ୟ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରି ସନ୍ତାନ ମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ କରାଇବା, ସାତ୍ତ୍ୱିକ ଭୋଜନର ଶାରୀରିକ ପାଇଁ ଉପକାରିତା ଆଦି ସମ୍ପର୍କରେ ପ୍ରବଚନ ଦେଇଥିଲେ । ଏଥିରେ ଯଜ୍ଞକର୍ତ୍ତା ଭାବେ ହିରସାଗର ଭୋଇ ସପତ୍ନୀ କ୍ରିଷ୍ଣା ପ୍ରିୟା , ଲୋକନାଥ ବୁଡେକ ସପତ୍ନୀ ଆରତୀ ଭୋଇ , ବିଷ୍ଣୁ ଥପା ସପତ୍ନୀ ଦୁଲଣୀ ଥପା , ଧର୍ମୁଭୋଇ ସପତ୍ନୀ ମାଳା ଭୋଇ , ବିଶ୍ଵାମିତ୍ର ଭୋଇ ସପତ୍ନୀ ସମାରି ଭୋଇ ପ୍ରମୁଖ କାର୍ଯ୍ୟ ତୁଲାଇଥିବା ବେଳେ ଗିରିଧାରୀ ଭୋଇ ,ଶିବ ଥପା ,ପରଦେଶି ବରିହା, କୈଲାଶ ଭୋଇ , ଲିଙ୍ଗରାଜ ଭୋଇଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ । ସମସ୍ତ ପାଇଁ ଅନ୍ନ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ।। ପୂର୍ବତନ ସରପଞ୍ଚ ଧବଲେଶ୍ଵର ଭୋଇଙ୍କ ଉଦ୍ୟମ ଓ ଗ୍ରାମବାସୀ ସହଯୋଗରେ ଏପରି ମହତ୍ ବୈଦିକ ଯଜ୍ଞ ର ଆୟୋଜନ କରିଥିବାରୁ ଗୁରୁକୁଳ ଆର୍ଯ୍ୟ ସମାଜ ବିଦ୍ୱାନ ସମୁହ ନିଶ୍ଚିତ ଇଶ୍ଵରଙ୍କ ଆର୍ଶିବାଦ ରହିଛି ବୋଲି କହିଥିଲେ ।।