-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||     

HOME   ରାଜନୀତି

କଣ୍ଟାବାଞ୍ଜି ଓ ବଲାଙ୍ଗୀର ନିର୍ବାଚନମଣ୍ଡଳିରେ ନବୀନଙ୍କ ମାରାଥନ ପ୍ରଚାର, ମିଛ କହି କୁମ୍ଭିରକାନ୍ଦଣା କାନ୍ଦୁଛି ବିଜେପି-ନବୀନ ପଟ୍ଟନାୟକ, ବିଜେପି ବିଦ୍ୟୁତବିଲ ଛାଡ କଥାକହି ଦିନବେଳା ଲଣ୍ଠନ ଦେଖାଉଛନ୍ତି-ପାଣ୍ଡିଆନ

12-May-2024



ବଲାଙ୍ଗୀର/କଣ୍ଟାବାଞ୍ଜି(ପ୍ରେରଣା ଖବର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କର ନିଜ ନିର୍ବାଚନମଣ୍ଡଳି ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିରେ ପ୍ରଚାର ଆରମ୍ଭ କରିଛନ୍ତି। କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳି ବଙ୍ଗୋମୁଣ୍ଡା ବ୍ଲକର ସିନ୍ଧେକେଲା ଓ ମୁରିବାହାଲ ବ୍ଲକର ଗଅଁରେଇଠାରେ ଦୁଇଟି ସ୍ଥାନରେ ନିର୍ବାଚନୀ ସଭାପରେ ବଲାଙ୍ଗୀର ସହରର କୋଶଲ କଳାମଣ୍ଡଳ ପଡିଆଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ବଲାଙ୍ଗୀର ଲୋକସଭା ସାଂସଦ ଓ ୭ଟି ଯାକ ବିଧାନସଭାପ୍ରାର୍ଥିମାନଙ୍କ ପାଇଁ 

ଯୋଡିଶଙ୍ଖରେ ଭୋଟ ଦେବାକୁ ଉପସ୍ଥିତ ଜନସମାବେଶକୁ ନିବେଦନ କରିଛନ୍ତି । ନବୀନ ଏହି ଅବସରରେ ବିଜେପିର ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ବିଜେଡିଦଳ ହିଁ ଓଡିଶାର ବିକାଶ କରୁଛି କିନ୍ତୁ ବିରୋଧି ବିଜେପିଦଳ କେବଳ ମିଛି କହି କୁମ୍ଭିରକାନ୍ଦଣା କାନ୍ଦୁଛି ବୋଲି ହାଲୁକା ଜବାବ ରଖିଛନ୍ତି ।
  ମୁଖ୍ୟମନ୍ତ୍ରୀ ଆଜି ପ୍ରଥମେ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳିର ବଙ୍ଗୋମୁଣ୍ଡା ବ୍ଲକଅନ୍ତର୍ଗତ ସିନ୍ଧେକେଲାଠାରେ ନିର୍ବାଚନୀ ସଭାରେ ଯୋଗଦେଇଥିଲେ । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଭି.କେ.ପାଣ୍ଡିଆନ, ବିଜେଡିନେତା ଅଜୟ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ଏଠାରେ ନବୀନ ପଟ୍ଟନାୟକ ନିଜେ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳିର ସାମଗ୍ରୀକ ବିକାଶ ସାଙ୍ଗେ ସାଙ୍ଗେ ବଲାଙ୍ଗୀର ଜିଲ୍ଲାର ଦୃତବିକାଶ ପାଇଁ ପ୍ରାର୍ଥି ହୋଇଥିବା କହିଛନ୍ତି । ସମସ୍ତେ ଯୋଡସଙ୍ଖରେ ଭୋଟଦେବାକୁ ସମସ୍ତଙ୍କୁ ନିବେଦନ କରିଥିଲେ । ସେହିପରି ସେହି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିର ମୁରିବାହାଲ ବ୍ଲକ ଗଅଁରେଇଠାରେ ଏକ ବିଶାଳ ଜନସଭାରେ ଉଦବୋଧନ ଦେଇଥିଲେ। ଏହି ସଭାରେ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ହାଜିମହମ୍ମଦ ଆୟୁବ ଖାନ, ଆଦିବାସୀନେତା ଗିରିରାଜ ସିଂମାଝୀ, ଫିରୋଜ ଖାନ ପ୍ରମୁଖ ମଞ୍ଚାସୀନ ରହି ନବୀନ ପଟ୍ଟନାୟକଙ୍କ ପାଇଁ ଭୋଟ ମାଗିଥିଲେ । ସେଠାରୁ ହେଲିକେପଟରରେ ଆସି ରିଜର୍ଭ ପୋଲିସ ପଡିଆଠାରେ ଓହ୍ଲାଇ ସେଠାରୁ ଆସି ବଲାଙ୍ଗୀର କୋସଳ କଳାମଣ୍ଡଳ ପଡିଆଠାରେ ଆୟୋଜିତ ସଭାରେ  ଯୋଗ ଦେଇଥିଲେ । ବଲାଙ୍ଗୀର ଜିଲ୍ଲା ପରିଷଦର ଅଧ୍ୟକ୍ଷା ଦେବକୀ ସାହୁ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ଅଧ୍ୟକ୍ଷ ଭି.କାର୍ତ୍ତିକେୟନ ପାଣ୍ଡିଆନ, ସୋନପୁର ବିଧାୟକ ପ୍ରାର୍ଥି ନିରଂଜନ ପୂଜାହାରୀ, ଟିଟିଲାଗଡ ବିଧାୟିକା ପ୍ରାର୍ଥି ଟୁକୁନୀ ସାହୁ, ବଲାଙ୍ଗୀର ବିଧାୟକ ପ୍ରାର୍ଥି କଳିକେଶନାରାୟଣ ସିଂଦେଓ, ସାଂସଦ ପ୍ରାର୍ଥି ସୁରେନ୍ଦ୍ର ସିଂଭୋଇ, ବୀରମହାରାଜପୁର ବିଧାୟକ ପ୍ରାର୍ଥି ପଦ୍ମନାଭ ବେହେରା, ପାଟଣାଗଡ ବିଧାୟକ ପ୍ରାର୍ଥି ସତୋଜ ମେହେର ଓ ଲୋଇସିଂହା ବିଧାୟକ ପ୍ରାର୍ଥି ନୀହାରରଂଜନ ବେହେରା ପ୍ରମୁଖ ଉଦବୋଧନ ଦେଇଥିଲେ । ମନ୍ତ୍ରୀ ନିରଂଜନ ପୂଜାହାରୀ ତାଙ୍କ ବକ୍ତବ୍ୟରେ ଗତକାଲି ପ୍ରଧାନମନ୍ତ୍ରୀ ବଲାଙ୍ଗୀର ଜନସଭାରେ ଧାନର ଏମଏସପି ନେଇ ଦେଇଥିବା ମନ୍ତବ୍ୟକୁ ଜୁମଲା ବୋଲି କହି ତାତ୍ସଲ୍ୟ କରିଥିଲେ। ସେ କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ,ଧାନର ଏମଏସପି ମୁଲ୍ୟ ସ୍ଥିର କରିବା କେନ୍ଦ୍ରସରକାରଙ୍କ ଦାୟୀତ୍ୱ। ସେ ବାଚସ୍ପତି ଥିବା ବେଳେ ରାଜ୍ୟର ସର୍ବଦଳୀୟ ବୈଠକରେ ଧାନକ୍ୱିଣ୍ଟାଲ ପିଚ୍ଛା ୨୯୩୦ ଟଙ୍କା କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିଲା । ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ପ୍ରତିନିଧିଦଳକୁ ଭେଟିବାକୁ ସୁଦ୍ଧା ସମୟ ଦେଇନଥିଲେ । ଆଜି ଏମଏସପି କଥା କହି ଲୋକଙ୍କୁ ଭ୍ରମିତ କରୁଛନ୍ତି । ବିଜେଡି ଦେଇଥିବା ଇସ୍ତାହାର ପଥରର ଗାର ଓ ମୋଦୀଙ୍କ ଅଭିଯୋଗ ସବୁ ନୀରାଧାର ବୋଲି ନିରଂଜନ କହିଥିଲେ । ସେହିପରି ମନ୍ତ୍ରୀନ ଟୁକୁନୀ ସାହୁ ତାଙ୍କ ବକ୍ତବ୍ୟରେ ବଲାଙ୍ଗୀର ଜିଲ୍ଲାର ଆଜି ଯାହା କିଛି ବିକାଶ ହୋଇଛି ତାହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶିର୍ବାଦରେ ହୋଇଛି ବୋଲି କହିଥିଲେ । କଳିକେଶନାରାୟଣ ସିଂଦେଓ ତାଙ୍କ ବକ୍ତବ୍ୟରେ ବଲାଙ୍ଗୀର ମେଡିକାଲ କଲେଜ, ଲୋୟରସୁକତେଲ ଜଳସେଚନ ପ୍ରକଲ୍ପ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗୀର ସହରକୁ ୧୪୦କୋଟି ଟଙ୍କାର ପାନୀୟଜଳ ପ୍ରକଲ୍ପ ତଥା ଅନ୍ୟାନ୍ୟ ବିକାଶପ୍ରକଲ୍ପ ପାଇଁ ଧନ୍ୟବାଦ ଜଣାଇଥିଲେ । ଏହା ସହିତ ବଲାଙ୍ଗୀରକୁ ଏକ ଅପରାଧମୁକ୍ତ ସହର ଭାବରେ ଗଢିତୋଳିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହା ସହିତ ସହରର ଗରୀବଙ୍କ ଘର ଭଙ୍ଗାଇଥିବା ବିରୋଧି ବିଧାୟକଙ୍କୁ କଳିକେଶ ଟାର୍ଗେଟ କରିବା ସହ ଆସନ୍ତା ୩ମାସ ମଧ୍ୟରେ ଗରୀବଙ୍କୁ ସେମାନେ ରହୁଥିବା ଜମିର ପଟ୍ଟା ମିଳିବ ବୋଲି ପ୍ରତିଶୃତି ଦେଇଥିଲେ । ପାଟଣାଗଡ ବିଧାୟକ ପ୍ରାର୍ଥି ତାଙ୍କ ଅଞ୍ଚଳରେ ହରିଶଙ୍କରର ଉନ୍ନତିକରଣ,ଅପରଲାନ୍ଥ ଜଳସେଚନ ପ୍ରକଲ୍ପ ଓ ବାଇପାସ ପ୍ରକଲ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଥିଲେ । ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ତାଙ୍କ ବକ୍ତବ୍ୟରେ ବିଜେପିକୁ ସିଧାସଳଖ ଟାର୍ଗେଟ କରି ବିଜେପି ଓଡିଶାବାସୀଙ୍କୁ ଦିନବେଳା ଲଣ୍ଠନ ଦେଖାଉଛନ୍ତି ବୋଲି କହିଥିଲେ । ବିନା ଯୋଜନାରେ କେବଳ ସୋଲାର ଲାଇଟ ଦେଇ ବିଦ୍ୟୁତବିଲ ଉପରେ ବିଜେପି ଲୋକଙ୍କୁ ବିଭ୍ରାନ୍ତ କରୁଛି । ରାଜ୍ୟସରକାର ଗରୀବଲୋକଙ୍କୁ ୧୦୦ୟୁନିଟ ପର୍ଯ୍ୟନ୍ତ ବିଜୁଳିବିଲ ଛାଡ କରିବାକୁ ଘୋଷଣା କରିଛି ବୋଲି କହିଛନ୍ତି । ଏମଏସପି କଥା କହି ଗତ ୧୦ବର୍ଷ ହେଲା ସେମାନେ କେଉଁଠି ଶୋଇପଡିଥିଲେ କି ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ଆୟୁଷ୍ମାନ ଯୋଜନାରେ ଓଡିଶାର ମାତ୍ର ୩୦ଲକ୍ଷ ଲୋକଙ୍କୁ ଲାଭ ମିଳିଥାନ୍ତା 

କିନ୍ତୁ ଆଜି ବିଏସକେୱାଇ ଯୋଜନାରେ ୯୦ଲକ୍ଷ ଲୋକ ଉପକୃତ ହେଉଛନ୍ତି ବୋଲି କହି ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି।ଶେଷରେ ବଲାଙ୍ଗୀରକୁ ଏକ ଅପରାଧମୁକ୍ତ ସହର ଭାବରେ ଗଢିବାକୁ ଆହ୍ୱାନ କରି ଲୋକଙ୍କ ଜନସମର୍ଥନ କାମନା କରି ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭାପୂର୍ବରୁ ରକଷ୍ଟାର ରୁକୁସୁନା ଓ ତାଙ୍କ ଟିମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଲୋକସଭା କ୍ଷେତ୍ର ଅଞ୍ଚଳରୁ ପ୍ରାୟ ୨୦ହଜାର ପୁରୁଷ/ମହିଳା ଯୋଗ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026

You Might Also Like