-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
12-May-2024
(ଡୋଲୋଶ୍ଵର ଵାଗ)ନୂଆପଡ଼ା ଜିଲ୍ଲାର ଦୁଇ ଗୋଟି ନିର୍ବାଚନ ମଣ୍ଡଳୀ ରହିଥିବା ବେଳେ ମହିଳା ମାନେ ମଧ୍ୟ ଚଳିତ ସାଧାରଣ ନିର୍ବାଚନରେ ନିୟୋଜିତ ହୋଇ ଦାୟିତ୍ବକୁ ଅତି ସୁରୁଖୁରୁରେ ନିର୍ବାହ କରିବା ପାଇ ଆଦର୍ଶ ବୁଥ କରାଯାଇଛି। ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ରେ ୨୦ ଗୋଟି ସଖୀ ବୁଥ ରହିଥିବା ବେଳେ ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ୨୦ ଟି ସଖୀ ମତଦାନ କେନ୍ଦ୍ର ରହିଅଛି। ଏହି ମତଦାନ କେନ୍ଦ୍ରରେ ମହିଳା କର୍ମଚାରୀ ମାନେ ନିୟୋଜିତ ହୋଇ ଥିବା ବେଳେ ଆଜି ଜିଲ୍ଲା ନିର୍ବାଚନ ନିୟନ୍ତ୍ରଣ କକ୍ଷ ଠାରୁ ଇଭିଏମ, ଭିଭି ପେଡ, ନିର୍ବାଚନ ସାମଗ୍ରୀ ନେଇ ନିଜ ନିଜ ମତଦାନ କେନ୍ଦ୍ରକୁ ଯାଇଛନ୍ତି। ସେମାନେ ମଧ୍ୟ ଅଧିକ ଖୁସି ବ୍ୟକ୍ତ କରିଛନ୍ତି। ନିର୍ବାଚନ କମିଶନଙ୍କ ପକ୍ଷରୁ ଉଚିତ୍ ନିଷ୍ପତ୍ତି ନେଇଛନ୍ତି। ଯେ ମହିଳା ମାନେ ମଧ୍ୟ କୌଣସି ଗୁଣରେ କମ୍ ନୁହନ୍ତି। ସେମାନେ ମଧ୍ୟ ନିର୍ବାଚନ ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିବାକୁ ଆଗେଇ ଆସିଛନ୍ତି। ଜିଲ୍ଲା ର ୪୦ ଗୋଟି ସକ୍ଷୀ ବୁଥ ରେ ୨୮୦ ଜଣ ମହିଳା କର୍ମଚାରୀ ନିର୍ବାଚନ ଦାୟିତ୍ବ ତୁଲାଇବେ। ସକ୍ଷୀ ବୁଥ କୁ ମଧ୍ୟ ଅତି ସୁନ୍ଦର୍ ସାଜ ହୋଇଥିବା ନେଇ କୌଣସି ବିବାହ ମଣ୍ଡପ ରୁ କାମ ନୁହେଁ। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ଆଦର୍ଶ ବୁଥ କରିଛନ୍ତି।