-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
07-May-2024
ବଲାଙ୍ଗିର (ଚିତ୍ରସେନ ବେହେରା ): 25 ବର୍ଷର ଓଡ଼ିଶା ଶାସନ ରେ ରାଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା ବୋଲି କିଛି ନାହିଁ l ଏଠାରେ ଦୁର୍ନୀତି ଗ୍ରସ୍ତ ଅଫିସରଙ୍କ ରାଜୁତି ଚାଲିଛି l ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନ ର ହତ୍ୟା ହେଉଛି ବୋଲି ବିଜେପି ପକ୍ଷରୁ l କୁହାଯାଇଛି l ବିପୁଳ ପ୍ରାକୃତିକ ସମ୍ପଦ, ଜଳ ସମ୍ପଦ ଓ ବିସ୍ତୀର୍ଣ୍ଣ ବେଳାଭୂମି ରେ ପରିପୂର୍ଣ୍ଣ ଆମ ରାଜ୍ଯ ଆଜି କାହିଁକି ପଛରେ ପଡିଛି , ତାର ଜାବାବ ରାଜ୍ଯ ସରକାର ରଖନ୍ତୁ ବୋଲି ବିଜେପି ଦାବି କରିଛି ବଲାଙ୍ଗିର ବିଜେପି ଦଳ ତରଫରୁ ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଥିଲା l ଏଥିରେ ରାଜ୍ଯ ବିଜେପି ମୁଖପତ୍ର ସତ୍ୟବ୍ରତ ପଣ୍ଡା ଯୋଗ ଦେଇ ଓଡିଶା ପରି ଏକ ରାଜ୍ୟରେ ନବୀନ ପଟ୍ଟନାୟକ ଙ୍କ ନାଁ ରେ ଜଣେ ତାମିଲ ବ୍ଯକ୍ତି ଶାସନ କରୁଛନ୍ତି l ରାଜ୍ଯବାସୀ ଙ୍କୁ ସରକାର ଆଉ ବୋକା ବନାଇ ପାରିବେ ନାହିଁ l ଓଡ଼ିଶାରେ ଅଉ ତାମିଲ ଶାସନ ଚାଲି ପାରିବ ନାହିଁ l ଆଉ କିଛି ଦିନ ପରେ ଏହି ସରକାରର ଏକ୍ସପାଏରି ଡେଟ ସରି ଯିବ ଓ ରାଜ୍ୟରେ ନରେନ୍ଦ୍ର ମୋଦୀ ଙ୍କ ସରକାର ଚାଲିବ ବୋଲି ଶ୍ରୀ ପଣ୍ଡା କହିଥିଲେ l ଏହି ଅବସରରେ ଦଳ ପକ୍ଷରୁ ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗ ପତ୍ର ଓ ବିଜେପି ର ସଂକଳ୍ପ ପତ୍ର ଉନ୍ମୋଚିତ ହୋଇଥିଲା l ଏହି ସାମ୍ବାଦିକ ସମ୍ବିଳନୀରେ ସମ୍ପଦ ବିଜେପି ଜିଲ୍ଲା ସଭାପତି ଶିବାଜି ମହାନ୍ତି, ବଲାଙ୍ଗୀର ବିଧାୟକ ପାର୍ଥି ଗୋପାଲଜୀ ପାଣିଗ୍ରାହୀ,ବରିଷ୍ଠ ବିଜେପି ନେତା ଯଜ୍ଞେଶ୍ଵର, ବାବୁ,ଧୀରେନ୍ ସେନାପତି ଓ ସାଂସଦଙ୍କ ସଂଯୋଜକ ଦିନେଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ l