-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Dec-2020
(ପ୍ରେରଣା ଖବର) ଚିକିଟି: କେ.ନୂଆଗାଁ ଥାନା ଅଧୀନ ଧାନଘର ସ୍ଥିତ ଟିଭିଏସ୍ ସୋ’ରୁମର ପଛପଟ କବାଟ, ଝରକା ଭାଙ୍ଗି ଚୋରମାନେ ୨.୭୭ ଲକ୍ଷ ଟଙ୍କା ସହ ସିସିଟିଭି ହାର୍ଡ଼ଡିସ୍କ୍ ଚୋରି କରି ନେଇଥିବା ସୋ’ରୁମ ମାଲିକ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ପ୍ରକାଶ ଯେ, ସୋ’ରୁମ୍ କର୍ମଚାରୀ ପ୍ରଦୀପ କୁମାର ସାହୁ ସୋ’ରୁମ ଖୋଲିବା ବେଳେ ପଛପଟ କବାଟ, ଝରକା ଭଙ୍ଗା ଯାଇଥିବା ଦେଖି ମାଲିକଙ୍କୁ ଖବର ଦେଇଥିଲେ। ମାଲିକ ପି.ଧନରାଜ ସୋ’ରୁମ୍କୁ ଆସି କବାଟ, ଝରକା ଭଙ୍ଗା ଯାଇଥିବା ଏବଂ ଟେବୁଲ୍ ଡ୍ରରୁ ନଗଦ୨ ଲକ୍ଷ ୭୭ହଜାର ଟଙ୍କା ଚୋରି ହୋଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଥାନା କେସ୍ ନଂ. ୨୮୮/୨୦ ମାମଲା ରୁଜୁ କରିଛି। ଗତକାଲି ପୁଲିସ ସାଇଣ୍ଟିଫିକ ଟିମ୍ ଏବ˚ ସନ୍ଧାନୀ କୁକୁର ଆଣି ତଦନ୍ତ କରି ଫେରିଥିବା ବେଳେ ଆଜି ସୋରୁମ୍ କର୍ମଚାରୀଙ୍କୁ ଡ଼ାକି ପଚରାଉଚରା କରୁଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୨୯ତାରିଖ ବିଳମ୍ବିତ ରାତିରେ କେ.ନୂଆଗାଁ ଥାନା ଠାରୁ ମାତ୍ର ଅଧ କିଲୋମିଟର ଦୂର ୪ଟି ସ୍ଥାନରୁ ଚୋରି କରିଥିଲେ। ଏଯାଏଁ ଚୋରି ଜିନିଷ, ଟଙ୍କା ଉଦ୍ଧାର ହୋଇନାହିଁ।