-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Dec-2020
ସମ୍ବଲପୁର (ପ୍ରେରଣା ଖବର) : ଶାସନ ଥାନା ଭାଲୁବାହାଲ ଛକରେ ଶୁକ୍ରବାର ରାତିରେ ଏକ ଆପାଚି ବାଇକ୍(ଓଡି ୧୫ ଏଲ୍ ୧୫୩୨) ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତେବେ ମୃତ ଯୁବକଜଣଙ୍କ ହେଲେ ସ୍ଥନୀୟ ଭାଲୁବାହାଲ ଗ୍ରାମର ରାମ ମୁଣ୍ଡା(୩୮)। ଏହି ଘଟଣାରେ ଶାସନ ପୁଲିସ୍ ଏହି ଘଟଣାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ମିଳିଥିବା ସୂଚନା ଅନୁସାରେ, ଭାଲୁବାହାଲ ଛକରେ ରାମ ଚାଲିଚାଲି ରାସ୍ତା ପାର୍ କରୁଥିବା ସମୟରେ ସମୟରେ ଶାସନ ପଟରୁ ଦ୍ରୁତଗତିରେ ଯାଉଥିବା ବାଇକ୍ଟି ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଗ୍ରହଣ ଘୋଷଣା କରିଥିଲେ।