-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Dec-2020
1)- ଆଜିଠୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ପୁରୀ ସହରବାସୀ। ଆଜିଠୁ ୱାର୍ଡୱାରୀ ଦର୍ଶନ କରିବେ ପୁରୀ ସହରବାସୀ। ଚିରୁକୁଟି ଓ ପରିଚୟପତ୍ର ଦେଖାଇବା ବାଧ୍ୟତାମୂଳକ। ଚିରୁକୁଟି ନ ପାଇଥିଲେ ଜଗନ୍ନାଥବଲ୍ଲଭରୁ ଦେଖାଇ ନେଇପାରିବେ। ପରିଚୟ ପତ୍ର ଦେଖାଇ ନେଇପାରିବେ ଚିରିକୁଟି। ଦର୍ଶନ ବ୍ୟବସ୍ଥା ସମୀକ୍ଷା କଲେ ପୁରୀ ଜିଲ୍ଲାପାଳ
2)-ଆଜି ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ । ୧୦ଟାରେ ବିଜେଡି ମୁଖ୍ୟାଳୟରେ ଅନୁଷ୍ଠିତ ହେବ ସଭା । ଭର୍ଚୁଆଲରେ ମିଟିଂରେ ନେତା ଓ କର୍ମୀଙ୍କୁ ସମ୍ବୋଧନ କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ୧୯୯୭ ମସିହା ଆଜିର ଦିନରେ ଜନ୍ମ ନେଇଥିଲା ବିଜେଡି l
3)- ବିଶ୍ବରେ କୋରୋନା ମୃତ୍ୟୁ ୧୭,୫୬,୯୪୬କୁ ବୃଦ୍ଧି। କୋରୋନାରୁ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୫୬, ୪୬୦, ୧୯୭। ବିଶ୍ବରେ ଏଯାଏ ୮,୦୧,୯୩, ୯୩୨ କୋରୋନା ଆକ୍ରାନ୍ତ ଚିହ୍ନଟ। ବିଶ୍ବର ୨୧୮ ଦେଶର କାୟା ମେଲାଇଛି କୋରୋନା
4)-ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କ ରିମାଣ୍ଡର ଆଜି ଶେଷ ଦିନ, ଚୋରା ବନ୍ଧୁକ କାରବାର ନେଇ ପଚରାଉଚରା କରୁଛି କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍*