-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
01-May-2024
ବଲାଙ୍ଗୀର, (ପ୍ରେରଣା ଖବର) ଆଜି ଆମ୍ ଆଦମୀ ପାର୍ଟି ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନମାଙ୍କନ ପତ୍ର ଦାଖଲ କଲେ l ବଲାଂଗୀର ସମଲେଇ ମନ୍ଦିର ଠାରୁ ମା ସମଲେଇଙ୍କ ଦର୍ଶନ କରି ପଦଯାତ୍ରା ମାଧ୍ୟମରେ ସହସ୍ର କାର୍ଯ୍ୟକର୍ତ୍ତାଙ୍କ ସହିତ ଆସି ବଲାଙ୍ଗିର ଜିଲ୍ଲାପାଲ୍ ଅଫିସ୍ ସାମ୍ନାସ୍ଥିତ ଆମ୍ବେଦକର ଷ୍ଟେଚ୍ୟୁ ଏବଂ ଭାଗିରଥୀ ଛକ୍ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟା ଅର୍ପଣ କରି ଉପଜିଲ୍ଲାପାଳ ଅଫିସରେ ନାମାଙ୍କନ ଦାଖଲ କରିଥିଲେ l ଶ୍ରୀ ପାଣ୍ଡେ କହିଥିଲେ ବିଜେଡ଼ି, ବିଜେପି, କଂଗ୍ରେସ ବଲାଂଗୀର କୁ ବର୍ଷ ବର୍ଷ ଧରି ଶାସନ କରି ବର୍ଵାଦ କରି ସାରିଛନ୍ତି l ନିଜ ନିଜ ପ୍ରପଟି ଏବଂ ନିଜ ନିଜ ପରିବାରର ବେଲେନ୍ସ ବଢାଇ ଚାଲିଛନ୍ତି l ଦାଦନ ସମସ୍ୟା ରେ ବଲାଂଗୀର କୁ ନମ୍ୱର୍ ୱାନ କରିଛନ୍ତି , ବେରୋଜ୍ ଗାର ରେ ବଲାଂଗୀର କୁ ନମ୍ବର୍ ୱାନ କରିଛନ୍ତି ଏବଂ ଜଳସେଚନ ସୁବିଧା ନାହିଁ । ମୋର ବଲାଙ୍ଗିର, ଜୟ ବଲାଂଗୀର, ପକ୍କା ବଲାଙ୍ଗିରିଆ ବୋଲି ଖାଲି ଢ଼ୋଙ୍ଗ କରିଛନ୍ତି, ବଲାଙ୍ଗୀର ରେ ପ୍ରତିନିଧିତ୍ଵ କରୁଥିବା ଏହି ତିନି ଦଳର ଠକ ନେତା ମାନେ ବୋଲି ଶ୍ରୀ ଆଶିଷ ପାଣ୍ଡେ ପ୍ରତିକ୍ରିୟା ରଖିଥିଲେ ତେଣୁ ଏମାନଙ୍କ ଏହି ବର୍ବାଦ୍ ନୀତି ଯୋଗୁଁ ଏଥର ଏମାନଙ୍କୁ ଜନତା ଉଚିତ୍ ଜୱାବ ଦେବେ ଏବଂ ଝାଡୁ ଦ୍ଵାରା ବିଜେଡି ବିଜେପି କଂଗ୍ରେସକୁ ଜନତା ସଫା କରିଦେବା ସହ ଆମ୍ ଆଦମୀ ପାର୍ଟି କୁ ବିପୁଳ ମାତ୍ରା ରେ ଭୋଟଦେଇ ଜୟଯୁକ୍ତ କରାଇବେ। ବଲାଂଗୀରରେ ମଧ୍ୟ ବିଜୁଳି ପାଣି ଶିକ୍ଷ୍l ସ୍ବାସ୍ଥ୍ୟ ରୋଜଗାର ଏଵଂ ଚାଷୀ ଙ୍କୁ ସଠିକ୍ ଏମ୍ ଏସ୍ ପି ମିଳିବ ବୋଲି ଶ୍ରୀ ପାଣ୍ଡେ କହିଥିଲେ l