-+91-9937148622 |

prerana_bgr@rediffmail.com |

  Sunday 10th May 2026 |

| | | |

R.N.I. Regd No. ODIODI/2010/46693

Breaking News

*ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କଳାକାର ଜୀଵନ ଅବହେଳିତ,ଭୁଲିଆ ସିକୂଆଁ ଗ୍ରାମର ପୂର୍ଣ୍ଣ ସିନ୍ଧୁର ଆଜିବି ଅନେକ ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କରୁଥିବା ବେଳେ ନାଁ ବାର୍ଦ୍ଧକ୍ୟ ଭତ୍ତା, ନାଁ ମିଳେ କଳାକାର ଭତ୍ତା*   (10-May-2026)       ||      *ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ- ୨୦୨୬ ରେ ୫୭୯୬ ଗୋଟି ମାମଲା ସମାଧାନ,*   (10-May-2026)       ||      *ଡାବୁଗାଁ ଥାନା IIC ରଘୁନାଥ ମାଝୀ ସସ୍‌ପେଣ୍ଡ୍‌*   (10-May-2026)       ||      ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ, ପୁଲିସ ଡିଜିଙ୍କ ଉପରେ ବର୍ଷିଲେ: ବାଲିଅନ୍ତା ଜିଆରପି କନେଷ୍ଟବଳ ହତ୍ୟା ଘଟଣାର କ୍ରାଇମବ୍ରାଚ ତଦନୁ ନିର୍ଦ୍ଦେଶ   (09-May-2026)       ||      ଲକ୍ଷ୍ମୀ ବସ ଚଳାଚଳ ରୁଟ ପରିବର୍ତ୍ତନ ପାଇଁ ଦାବି   (09-May-2026)       ||      ବଲାଙ୍ଗିର: ସିଭିଲ କୋର୍ଟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ   (09-May-2026)       ||      ସେଣ୍ଟସ୍ ଭେଲି ହାଇସ୍କୁଲ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   (09-May-2026)       ||      ପଞ୍ଚାୟତ ସମିତି ବୈଠକ ରେ ତରଭା କୁ ଉପ ଖଣ୍ଡ ମାନ୍ୟତା ଦାବି ଉଠିଲା   (09-May-2026)       ||      ବଲାଙ୍ଗୀର : ଜୀବନ ସହ ଲଢ଼ୁଛନ୍ତି କୁଡ଼ସିଂହାର ଗୋପାଳ ସାହୁ   (09-May-2026)       ||      ବଲାଙ୍ଗୀର ସିଭିଲ୍ କୋର୍ଟ ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର    (09-May-2026)       ||      ଜଗତସିଂହପୁର ଥାନାରେ ଭର୍ଚୁଆଲ ଜରିଆରେ ଯୁଭେନ୍ଟିକା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-May-2026)       ||      ବିନା ୟୁନିଫର୍ମରେ ପିସିଆର୍‌ ମଧ୍ୟ ପିଟିଥିଲା   (09-May-2026)       ||      ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର    (09-May-2026)       ||      ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର    (09-May-2026)       ||      *ଜାମୁଗୁଡା ଠରେ ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ଅଷ୍ଟମ ସାମ୍ବତ୍ସରିକ ନାମଯଜ୍ଞ ଅନୁଷ୍ଠିତ*   (09-May-2026)       ||      ଡ. ସଂଗୀତା ମିଶ୍ରଙ୍କୁ ଓଡିଶା ଗୌରବ ସମ୍ମାନ   (09-May-2026)       ||      ପିକେଏସ୍ ଫାଉଣ୍ଡେସନ୍ ର ବାର୍ଷିକୋତ୍ସବ♦️ ଡଃ. ମଞ୍ଜୁବାଳା ପଣ୍ଡା ଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ: ସମାଜରେ ଉଦାରବାଦୀ ଲୋକଙ୍କର ଆବଶ୍ୟକତା ରହିଛି- ଲିଙ୍ଗରାଜ    (09-May-2026)       ||      *ନବରଙ୍ଗପୁର ଜିଲ୍ଲାରେ କେନ୍ଦୁପତ୍ର ଦେଉଛି ଆଦିବାସୀ ଲୋକଙ୍କୁ ରୋଜଗାର*   (09-May-2026)       ||      ଲୋକ ମାଳ ମାଳ ମଦ ପ୍ରବଳ , ଜଗତସିଂହପୁର ଥାନା କବଜାରେ ପୁଣି ବଡ଼ ମଦ ବେପାରୀ    (09-May-2026)       ||      Mm   (09-May-2026)       ||     

HOME   ରାଜ୍ୟ

_ନଗେନ୍ଦ୍ର ଙ୍କ ନାମ ଘୋଷଣା ପରେ ଜ଼ିଲ୍ଲା କଂଗ୍ରେସ କମିଟି ସଭାପତି ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଙ୍କ ଶୁଭେଛା I_

28-Apr-2024




 *_ସମ୍ବଲପୁର:( ସଂଜୀବପାଣିଗ୍ରାହୀ) - ସମ୍ବଲପୁର ଲୋକସଭା ର କଂଗ୍ରେସ ପ୍ରାର୍ଥୀ ଭାବେ ଆଜି ପୂର୍ବତନ ସାଂସଦ ତଥା ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ନଗେନ୍ଦ୍ର କୁମାର ପ୍ରଧାନଙ୍କ ନାମ ଘୋଷଣା ହୋଇଛି I ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଯୁବ ନେତା ଦୁଲାଲ ଚନ୍ଦ୍ର ପ୍ରଧାନ ଙ୍କ ନାମ ଘୋଷଣା କରିଥିଲା l କିନ୍ତୁ, କଂଗ୍ରେସର ଘୋଷିତ ପ୍ରାର୍ଥୀ ଦୁଲାଲ ଙ୍କ ସ୍ଥାନରେ ଆଜି ଅଭିଙ୍କ ନଗେନ୍ଦ୍ର ଙ୍କ ନାମ ଘୋଷଣା କରିଛି ଦଳ l ନଗେନ୍ଦ୍ର ଙ୍କ ନାମ ଘୋଷଣା ପରେ ତାଙ୍କୁ ସମ୍ବଲପୁର ଜ଼ିଲ୍ଲା କଂଗ୍ରେସ କମିଟି ସଭାପତି ଜୟ ଶଙ୍କର ମିଶ୍ର ତଥା ବହୁ କଂଗ୍ରେସ କର୍ମୀ ଶୁଭେଛା ଜଣାଇବା ସହିତ ଉତ୍ସାହିତ ଥିବା ଜଣାପଡିଛି I ସମ୍ବଲପୁର ଲୋକସଭା ଅନ୍ତର୍ଗତ ଆଠମଲ୍ଲିକ ବିଧାନସଭାରୁ ୩ ଥର ଏବଂ ଥରେ ସମ୍ବଲପୁର ସାଂସଦ ଭାବେ ବିଜୟୀ ହୋଇଥିବା ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ନଗେନ୍ଦ୍ର ଙ୍କୁ କଂଗ୍ରେସ ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିବା ପରେ ଏହା ଉଭୟ ବିଜେଡି ଓ ବିଜେପି ର ହିସାବକୁ ବିଗାଡିବା ଥୟ ହୋଇଛି I ନଗେନ୍ଦ୍ର ପ୍ରଧାନ ପ୍ରଥମେ ୧୯୯୦ ରେ ଆଠମଲ୍ଲିକରୁ ବିଧାୟକ ଭାବେ ବିଜୟୀ ହୋଇଥିଲେ I ବିଜେଡି ଗଠନ ହେବାପରେ ସେ ଏହି ଦଳରୁ ୨୦୦୦ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ I ୨୦୦୪ ରେ ତାଙ୍କୁ ପୁଣିଥରେ ବାଛିଥିଲେ ଆଠମଲ୍ଲିକବାସୀ I ୩ ଥର ବିଧାୟକ ରହିବା ସହ ଗୁରୁତ୍ବପୂର୍ଣ୍ଣ ଗଣଶିକ୍ଷା ବିଭାଗର ମନ୍ତ୍ରୀ ହୋଇଥିଲେ ନଗେନ୍ଦ୍ର I ୨୦୧୪ରେ ବିଜେଡି ତାଙ୍କୁ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା I ଏଥିରେ ନଗେନ୍ଦ୍ର ଜିତି ସମସ୍ତଙ୍କୁ ଚମକାଇ ଦେଇଥିଲେ I ହେଲେ ୨୦୧୯ରେ ଦଳ ତାଙ୍କୁ ଟିକେଟ ଦେଇ ନଥିଲା I ନଗେନ୍ଦ୍ର ବିଜେଡି ଛାଡି କଂଗ୍ରେସ ରେ ସାମିଲ ହୋଇଥିଲେ I ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ସମ୍ବିଧାନ, ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷତା କୁ ରକ୍ଷା କରିବା ବୋଲି କଂଗ୍ରେସ ରେ ଯୋଗଦାନ ସମୟରେ ନଗେନ୍ଦ୍ର ପ୍ରକାଶ କରିଥିଲେ I ନଗେନ୍ଦ୍ର ପ୍ରଧାନ ଜଣେ ଦୃଢ ସଙ୍ଗଠକ ଏବଂ ତାଙ୍କର ରୋକଠୋକ୍ କଥା ପାଇଁ ବେଶ ଚର୍ଚ୍ଚିତ I ଚାଷୀ ପରିବାର ରୁ ଆସିଥିବା ନଗେନ୍ଦ୍ର ସବୁବେଳେ ଚାଷ ଏବଂ ଚାଷୀ ର ଉର୍ନତି ପାଇଁ ଲଢେଇ କରିଥାନ୍ତି I ରାଜ୍ୟ ତଥା କେନ୍ଦ୍ର ସରକାର ଚାଷୀ ଙ୍କୁ ସର୍ବ ନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା ରେ ବିଫଳ ହେବା, ଚାଷୀ ଆତ୍ମହତ୍ୟା କୁ ସରକାର ସ୍ୱୀକାର ନ କରିବା ନେଇ ସାଂସଦ ଥିବା ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଙ୍କୁ ସିଧା ସଳଖ ତୀର ମାରି ଚର୍ଚ୍ଚା ରେ ରହିଥିଲେ I ରାଜ୍ୟରେ ଚାଲୁଥିବା ଅମଳାତନ୍ତ୍ରିକ ଶାସନ ବ୍ୟବସ୍ଥା କୁ ନେଇ " ନେତା ବଡ଼ ନା ଅଫିସର ବଡ଼ " ବୟାନ ଦେଇ ରାଜ୍ୟରେ ଚାଲୁଥିବା ହୁଗୁଳା ଶାସନ କୁ କଟୁ ସମାଲୋଚନା କରିଥିଲେ I
ସମ୍ବଲପୁର ଲୋକସଭା ସାଂସଦ ଥିବା ସମୟରେ ପଶ୍ଚିମ ଓଡିଶା ହାଇ କୋର୍ଟ ବେଞ୍ଚ ସମ୍ବଲପୁର ରେ ପ୍ରତିଷ୍ଠା ହେବା, ଓଡିଶାର ଦ୍ଵିତୀୟ ରାଜଧାନୀ ସମ୍ବଲପୁର ରେ ଓଡିଶା ବିଧାନସଭାର ଶୀତ କାଳୀନ ଅଧିବେଶନ କରିବା, ପଶ୍ଚିମ ଓଡିଶା ବିକାଶ ପରିଷଦ କାର୍ଯ୍ୟାଳୟ ଭୁବନେଶ୍ୱର ରୁ ସମ୍ବଲପୁର କୁ ସ୍ଥାନାସ୍ତରିତ ହେବା, ମହାନଦୀ - ବ୍ରାହ୍ମଣୀ ନଦୀ ସଂଯୋଗୀକରଣ ପ୍ରକଳ୍ପ କରିବା, ଜାତୀୟ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ମାଟି ଖିଣ୍ଡା, ସନ୍ଥ କବି ଭୀମ ଭୋଇ ଙ୍କ ସୃତି ପୀଠ ରେଢ଼ାଖୋଲ ର କନ୍ଧରା, ଦେବଗଡ଼ ର ପ୍ରଧାନପାଟ ଜଳ ପ୍ରପାତ ଆଦି ର ବିକାଶ ପାଇଁ ଦୃଢ ଦାବି କରିଥିଲେ I ସମ୍ବଲପୁର ରେ ଜାତୀୟ ସ୍ତରୀୟ ଶିକ୍ଷାନୁଷ୍ଠାନ "ଆଇଆଇଏମ୍ " ପ୍ରତିଷ୍ଠା,ରାଜଧାନୀ ଏକ୍ସପ୍ରେସ୍ ଟ୍ରେନ ଚଳାଚଳ, କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ର ଚିର ଅବହେଳିତ ଜମନାକିରା ବ୍ଲକ ର ସରଡ଼ା ଏବଂ ବର୍ଷ କୁ ୪ ମାସ ଜଳ ବନ୍ଦୀ ଜୀବନ ଅତିବାହିତ କରୁଥିବା ରେଙ୍ଗାଲି ନିର୍ବାଚନ ମଣ୍ଡଳୀର କୁଦଗୁଣ୍ଡେରପୁର କୁ ସାଂସଦ ଆଦର୍ଶ ଗ୍ରାମ ରେ ସାମିଲ କରି ଉଭୟ ପଞ୍ଚାୟତ ର ସର୍ବାଙ୍ଗୀନ ବିକାଶ କରିବା ଆଦି ନଗେନ୍ଦ୍ର ଙ୍କ ପ୍ରଚେଷ୍ଟା ର ପ୍ରତିଫଳନ ଅଟେ I ତେବେ ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡ଼ି ବିଜେପି ପ୍ରାର୍ଥୀ ନବାଗତ ଥିବା ବେଳେ କଂଗ୍ରେସ ଅଭିଜ୍ଞ ନଗେନ୍ଦ୍ର ଙ୍କୁ କଂଗ୍ରେସ ପ୍ରାର୍ଥୀ କରିବା ଉଭୟ ଦଳ ପାଇଁ ବଡ଼ ଆହ୍ୱାନ ପାଲଟିଛି I ଭାରତୀୟ ଜାତୀୟ କଂଗ୍ରେସ ସମ୍ବଲପୁର ଲୋକସଭା ରୁ ପ୍ରାର୍ଥୀ କରିଥିବାରୁ ଲୋକସଭା ନିର୍ବାଚନ ମଣ୍ଡଳୀବାସୀଙ୍କ ସହଯୋଗ କାମନା କରିବା ସହିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲୀକାର୍ଜୁନ ଖଡ଼ଗେ, କଂଗ୍ରେସ ନେତା ଜନ ନାୟକ ରାହୁଲ ଗାନ୍ଧୀ, ରାଜ୍ୟ ପ୍ରଭାରୀ ଅଜୟ କୁମାର, ରାଜ୍ୟ ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧକ୍ଷ ଭକ୍ତ ଚରଣ ଦାସ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ନଗେନ୍ଦ୍ର କୁମାର ପ୍ରଧାନ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କଳାକାର ଜୀଵନ ଅବହେଳିତ,ଭୁଲିଆ ସିକୂଆଁ ଗ୍ରାମର ପୂର୍ଣ୍ଣ ସିନ୍ଧୁର ଆଜିବି ଅନେକ ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କରୁଥିବା ବେଳେ ନାଁ ବାର୍ଦ୍ଧକ୍ୟ ଭତ୍ତା, ନାଁ ମିଳେ କଳାକାର ଭତ୍ତା*   10-May-2026
  ଜିଲ୍ଲା  
*ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ- ୨୦୨୬ ରେ ୫୭୯୬ ଗୋଟି ମାମଲା ସମାଧାନ,*   10-May-2026
  ଜିଲ୍ଲା  
*ଡାବୁଗାଁ ଥାନା IIC ରଘୁନାଥ ମାଝୀ ସସ୍‌ପେଣ୍ଡ୍‌*   10-May-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ, ପୁଲିସ ଡିଜିଙ୍କ ଉପରେ ବର୍ଷିଲେ: ବାଲିଅନ୍ତା ଜିଆରପି କନେଷ୍ଟବଳ ହତ୍ୟା ଘଟଣାର କ୍ରାଇମବ୍ରାଚ ତଦନୁ ନିର୍ଦ୍ଦେଶ   09-May-2026
  ଜିଲ୍ଲା  
ଲକ୍ଷ୍ମୀ ବସ ଚଳାଚଳ ରୁଟ ପରିବର୍ତ୍ତନ ପାଇଁ ଦାବି   09-May-2026
  ଜିଲ୍ଲା  
ବଲାଙ୍ଗିର: ସିଭିଲ କୋର୍ଟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ   09-May-2026
  ଜିଲ୍ଲା  
ସେଣ୍ଟସ୍ ଭେଲି ହାଇସ୍କୁଲ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   09-May-2026
  ଜିଲ୍ଲା  
ପଞ୍ଚାୟତ ସମିତି ବୈଠକ ରେ ତରଭା କୁ ଉପ ଖଣ୍ଡ ମାନ୍ୟତା ଦାବି ଉଠିଲା   09-May-2026
  ଜିଲ୍ଲା  
ବଲାଙ୍ଗୀର : ଜୀବନ ସହ ଲଢ଼ୁଛନ୍ତି କୁଡ଼ସିଂହାର ଗୋପାଳ ସାହୁ   09-May-2026
  ଜିଲ୍ଲା  
ବଲାଙ୍ଗୀର ସିଭିଲ୍ କୋର୍ଟ ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର   09-May-2026
  ରାଜ୍ୟ  
ଜଗତସିଂହପୁର ଥାନାରେ ଭର୍ଚୁଆଲ ଜରିଆରେ ଯୁଭେନ୍ଟିକା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   09-May-2026
  ଅପରାଧ  
ବିନା ୟୁନିଫର୍ମରେ ପିସିଆର୍‌ ମଧ୍ୟ ପିଟିଥିଲା   09-May-2026

You Might Also Like