-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||     

HOME   ରାଜ୍ୟ

ନିଖୋଜପୁଅକୁ ଝୁରି ଝୁରି ବିଧବା ବୃଦ୍ଧାମାଆର ଆତ୍ମହତ୍ୟା ଉଦ୍ୟମ ! କେହି ଶୁଣିଲେନି : ପୁଲିସ୍ , ଜିଲ୍ଲାପାଳ , ଶ୍ରମବିଭାଗ କି ସ୍ବେଚ୍ଛାସେବୀ

26-Apr-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ) ଏଥର ପଶ୍ଚିମ ଓଡିଶାରେ ଦଳର ଦୁର୍ବଳସ୍ଥିତିକୁ ସଜାଡିବାକୁ ଅଥବା  ନିଜର ସହଜବିଜୟ ସମ୍ଭାବନା ନିମନ୍ତେ ପୁଣିଥରେ ପଶ୍ଚିମଓଡିଶାକୁ ବାଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜଳି ସମେତ କଣ୍ଟାବାଞ୍ଜି ବିଧାନସଭା ଆସନରେ ଠିଆହେବାକୁ ଘୋଷଣା କରାଯାଇଛି । ତେବେ  ନକଲି ରାଜଧାନୀ ଓ ଦାଦନଗଡର ଅପଖ୍ୟାତ କଣ୍ଟାବାଞ୍ଜି ଏଥିରେ କେତେ ସହାୟକ ହେବ, ପରେ ଜଣାପଡିବ । 

କିନ୍ତୁ ବିଡମ୍ବନା ହେଲା , ଆଜି ପୁଲିସ୍ ଓ ପ୍ରଶାସନଠାରୁ ନିରାଶ ହୋଇ ପାଗଳୀପ୍ରାୟ ହୋଇଯାଇଥିବା ଜଣେ ବିଧବାବୃଦ୍ଧା ଦାଦନଚାଲାଣ ହେବାପରେ ନିଖୋଜ ହୋଇଯାଇଥିବା ନିଜର  ଯୁଆନ୍ ପୁଅକୁ ଝୁରି ଝୁରି କଣ୍ଟାବାଞ୍ଜି ଡାକ୍ତରଖାନା  ତିନିମହଲାକୋଠାର ଛାତ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ଚର୍ଚ୍ଚିତ ହୋଇପଡିଛି ।

ପ୍ରାୟ ଚାରିମାସ ତଳେ ମୁରିବାହାଲ ଥାନା ଅନ୍ତର୍ଗତ ବଡସାଇମରା ପଞ୍ଚାୟତର ସାନ ଝରବାହାଲି ଗ୍ରାମର ମଇତ୍ର ସେଠ୍ ( ୨୧ )କୁ ସେହି ପଞ୍ଚାୟତର ଅଣ୍ଡାଲଦରୋ ଗ୍ରାମର ସର୍ଦ୍ଦାର ସୁଶାନ୍ତ ପାତ୍ର ଆନ୍ଧ୍ରପ୍ରଦେଶକୁ ଦାଦନଶ୍ରମିକ ଭାବରେ ଚାଲାଣ କରିଥିଲା । ସେଠାରେ ସେ ନିଖୋଜ ହୋଇଯାଇଥିବା କୁହାଯିବାରୁ ତା'ର ବିଧବା ବୃଦ୍ଧା ମାଆ ପଦ୍ମାବତୀ ସେଠ୍ କେତେକ ତଥାକଥିତ ସ୍ବେଚ୍ଛାସେବୀଙ୍କ ସହାୟତାରେ ସ୍ଥାନୀୟ ମୁରିବାହାଲ ଥାନା , ଶ୍ରମବିଭାଗ ଓ ପ୍ରଶାସନ ନିକଟରେ ଏତଲା ଦେବା ସହ ଖୋଜି ଆଣିବାକୁ ଦରଖାସ୍ତ କରିଥିଲେ । ପୁଲିସ୍ ଆଗରେ ସର୍ଦ୍ଦାର ତାକୁ ଫେରାଇ ଆଣିବାପାଇଁ ପ୍ରତିଶ୍ରୁତି ଦେଇ କିଛିଦିନ ମହଲତ ମାଗିଥିବା ପ୍ରକାଶ । କିଛିଦିନ ପରେ ପୁଅର କୌଣସି ଖୋଜଖବର ନ ମିଳିବାରୁ ଅନ୍ୟ କୌଣସି ଉପାୟ ନପାଇ ବୃଦ୍ଧାଜଣକ ଚାଲି ଚାଲି ଗାଁ'ରୁ ପ୍ରାୟ ୭୦ କିମି ଯାଇ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଗୁହାରି କରିଥିଲା । ତଥାପି କେହି କର୍ଣ୍ଣପାତ କରି ନଥିଲେ ଓ ଅଭିଯୋଗ ଅନୁଯାୟୀ  ତଦନ୍ତକାରୀ ପୁଲିସ୍ , ଶ୍ରମ ଅଧିକାରୀ , ତଥାକଥିତ ସ୍ବେଚ୍ଛାସେବୀମାନେ ସର୍ଦ୍ଦାରଠାରୁ ହାତଚିକ୍କଣ କରି ଚୁପ୍ ପଡିଯାଇଥିଲେ ଓ ଜିଲ୍ଲାପାଳ ଆଦୌ କର୍ଣ୍ଣପାତ କରି ନଥିଲେ । ସେହିଦିନଠାରୁ ବୃଦ୍ଧାମାଆଟି ପାଗଳୀପ୍ରାୟ ହୋଇଯାଇଥିବା ଶୁଣିବାକୁ ମିଳୁଛି । 

ଆଜି ତା ୨୬ ତାରିଖରେ ପଦ୍ମାବତୀ ଅସୁସ୍ଥ ବଡପୁଅକୁ ଚିକିତ୍ସା ନିମନ୍ତେ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଅନ୍ୟମାନଙ୍କ ପୁଅକୁ ଦେଖି ତାଙ୍କର ନିଖୋଜ ସାନପୁଅର କଥା ମନେପଡିବାରୁ ସେ ଡାକ୍ତରଖାନା ମେଡିସିନ୍ ଉଆର୍ଡର ତିନିମହଲା କୋଠାର ଛାତକୁ ଚଢିଯାଇ  ଡେଇଁପଡି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେତେବେଳେ ତାଙ୍କୁ ଦୈବାତ୍ ସୁସ୍ମିତା ଖୁରା ନାମ୍ନୀ ଜଣେ ମହିଳା ଦେଖିପାରି ସୁରକ୍ଷାକର୍ମୀ ଓ ଲୋକଙ୍କ ସହାୟତାରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ପୁଲିସ୍ ମଧ୍ୟ ପହଞ୍ଚି ତଦନ୍ତ କରୁଛି । ଅସମର୍ଥିତ ସୂତ୍ରରୁ ପ୍ରକାଶ ଯେ , ସର୍ଦ୍ଦାର ଦ୍ବାରା ପଠାରାଇଥିବା ଯୁବକଟି ସେଠାରେ ଜେସିବି ଚଳାଇବାବେଳେ କୌଣସି ଦୁର୍ଘଟଣାରେ ମରିଯାଇଥାଇପାରେ ବୋଲି ଶୁଣିବାକୁ ମିଳୁଛି । ସେ ଯା'ହେଉ ଏହି ଅଞ୍ଚଳରେ କୌଣସି ଦାଦନଶୋଷଣ ବା ନିର୍ଯାତନା ମାମଲାର ସଠିକ୍ ତଦନ୍ତ ହେଉନଥିବା ସହିତ ପୁଲିସ୍ , ଶ୍ରମବିଭାଗ ଓ ପ୍ରଶାସନ ସମେତ ରାଜନେତା , ଲୋକପ୍ରତିନିଧି ଓ ସାମ୍ବାଦିକ ଦାଦନବଟିରେ ଜଡିତ ହୋଇପଡିଛନ୍ତି । ଶହେବର୍ଷର ଏହି ପରମ୍ପରା ଭାଙ୍ଗିବା ଓ ଲୋକଙ୍କ ପାଇଁ ବିକଳ୍ପ ରୋଜଗାରର ବ୍ୟବସ୍ଥା କରିବାରେ ବର୍ଷ ବର୍ଷ ଧରି ସରକାର ବିଫଳ ହୋଇଛନ୍ତି । ଏପରିକି ଦାଦନ ସମସ୍ୟାର ନିରାକରଣ ପାଇଁ କାର୍ଯ୍ୟକାରୀ ହେଉଥିବା ମନରେଗା ଯୋଜନା ପ୍ରହସନରେ ପରିଣତ ହୋଇଛି । ମିଛ ଶ୍ରମଦିବସ ଓ ମିଛମଜୁରୀରେ କୋଟି କୋଟି ଟଙ୍କାର ବାଟମାରଣା ଅବ୍ୟାହତ ରହିଛି । ଅଭିଯୋଗ ହେଲେ ମଧ୍ୟ ସଠିକ୍ ତଦନ୍ତ ହେଉନଥିବାର ଉଦାହରଣ ଅନେକ । ତେବେ ଏଭଳି ଏକ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିବାରୁ ଏପରି ଦାଦନଦୁଃଖ ଏଥର ତାଙ୍କ ନିର୍ବାଚନକୁ ପ୍ରଭାବିତ କରିବ କି ବୋଲି ଲୋକେ ଆଲୋଚନା କରୁଛନ୍ତି ।

ଦାଦନଚାଲାଣର ମୁଖ୍ୟକାରଣ ହେଉଛି ମୋଟାଅଙ୍କର ଅଗ୍ରୀମ । ଓଡିଶା ବା କଣ୍ଟାବାଞ୍ଜି ଇତ୍ୟାଦି ଦାଦନପ୍ରବଣ ଅଞ୍ଚଳକୁ ବ୍ୟାଙ୍କ୍ , ଅନ୍ ଲାଇନ୍ ଓ ବିଡା ବିଡା ଟଙ୍କା ଧରି ଆସୁଥିବା ସେଠ୍ ମାନଙ୍କୁ ଧରାଯାଇ କୋଟି କୋଟି ଟଙ୍କାର ଅଗ୍ରୀମ ଜବତ କରାଯାଇପାରିଲେ , ଏହା ଅନେକପରିମାଣରେ ଅଟକାଯାଇ ପାରିବ । ଏହାଦ୍ୱାରା ମଧ୍ୟ ଏହି ବିପୁଳ ବେଆଇନ ଟଙ୍କାରୁ କମିଶନୀ ନେଉଥିବା ପୁଲିସ୍ , ଶ୍ରମବିଭାଗ ଅଧିକାରୀ ଓ ସଂରକ୍ଷଣ ଦେଉଥିବା ରାଜନେତା ବା ଲୋକପ୍ରତିନିଧିଙ୍କ ସହାୟତାକୁ ରୋକାଯାଇ ପାରିବ । ଉଲ୍ଲେଖନୀୟ ଯେ ଗତବର୍ଷ ପ୍ରାୟ ଏକକୋଟି ଟଙ୍କା ରାଜ୍ୟବାହାରର ସେଠ୍ ମାନଙ୍କଠାରୁ ହଡପ କରି କଣ୍ଟାବାଞ୍ଜିର ପୂର୍ବତନ ଏସଡିପିଓ ଧରାପଡିଥିବା ଏହାର ଏକ ଜ୍ବଳନ୍ତ ଉଦାହରଣ ।  ଏଣୁ ଶହେବର୍ଷର ବେଆଇନ୍ ଦାଦନଚାଲାଣର ମୂଳ ପର୍ଯ୍ୟନ୍ତ ସରକାର ପହଞ୍ଚିବା ଆବଶ୍ୟକ । ମୁଖ୍ୟମନ୍ତ୍ରୀଙ୍କ ଏଥରର ଏଠାରେ ନିର୍ବାଚନ ଲଢିବା ଅନ୍ତତଃ ଏହି ବେଆଇନ୍ କାରବାରକୁ ରୋକିବା ଦିଗରେ ସରକାରଙ୍କ ଦୃଷ୍ଟି ପଡୁ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026

You Might Also Like