-+91-9937148622 |

prerana_bgr@rediffmail.com |

  Wednesday 2nd September 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   (02-Sep-2026)       ||      ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ   (02-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ : ସ୍ୱଭାବ କବିଙ୍କ କବିତା ସମ୍ଭାର ମାନବୀୟ ବାର୍ତ୍ତା ବହନ କରିଥାଏ ବୋଲି ଅତିଥି ଗଣ ଙ୍କ ଅଭିମତ   (02-Sep-2026)       ||       ଆଜି ଠାରୁ ଆରମ୍ଭ ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍....   (02-Sep-2026)       ||      ସଂଶୋଧିତ ଖଣି ଆଇନ ପ୍ରତିବାଦରେ ବାମପନ୍ଥୀ ଦଳ ମାନଙ୍କର ସାମ୍ବାଦିକ ସମ୍ମିଳନୀ   (02-Sep-2026)       ||      ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ   (02-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   (02-Sep-2026)       ||      ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   (02-Sep-2026)       ||      ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   (02-Sep-2026)       ||      ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   (02-Sep-2026)       ||      ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   (02-Sep-2026)       ||      ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   (02-Sep-2026)       ||      ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   (01-Sep-2026)       ||      ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (01-Sep-2026)       ||      ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   (01-Sep-2026)       ||      ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   (01-Sep-2026)       ||      ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   (01-Sep-2026)       ||      ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   (01-Sep-2026)       ||      ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    (01-Sep-2026)       ||      ବଲାଙ୍ଗୀରରେ ମହିଳାଙ୍କ ପରିବେଶ ସଚେତନତା : ସ୍କୁଲ ପରିସରରେ ବୃକ୍ଷରୋପଣ   (01-Sep-2026)       ||     

HOME   ରାଜ୍ୟ

ଆରମ୍ଭ ହେଲା ଛାତ୍ର,ଛାତ୍ରୀଙ୍କ ପାଇଁ ଓଡିଶା କ୍ୟାରିଅର ପୋର୍ଟାଲ;୧୭ ଲକ୍ଷ ବିଦ୍ୟାର୍ଥୀ

24-Dec-2020



ଭୁବନେଶ୍ୱର,(ଶୁଭାଶିଶଷ ନାୟକ) : ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ  ସମୀର ରଞ୍ଜନ ଦାଶ ଛାତ୍ରଛାତ୍ରୀମାନଙ୍କ ପାଇଁ ଓଡ଼ିଶା କ୍ୟାରିଅର୍ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ପୋର୍ଟାଲ ଶୁଭାରମ୍ଭ ଅବସରରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଏହି ନୂତନ ଓଡ଼ିଶା କ୍ୟାରିଅର୍ ପୋର୍ଟାଲ୍ ଅଦ୍ୱିତୀୟ ଏବଂ ସମୟୋପଯୋଗୀ । ଶିକ୍ଷାର୍ଥୀମାନେ ଆବଶ୍ୟକ କରୁଥିବା ବୃତ୍ତିଗତ ଶିକ୍ଷାପ୍ରାପ୍ତି ନିମନ୍ତେ ଏକ ଯଥାର୍ଥ ସୂଚନାଦାତା ରୂପେ ଏହି କ୍ୟାରିଅର୍ ପୋର୍ଟାଲ କାର୍ଯ୍ୟ କରିବ ବୋଲି ସୂଚନା ଦିଆଯାଇଛି।

ଏହି ପୋର୍ଟାଲରେ ସର୍ବାଧିକ ଚିତ୍ତାକର୍ଷକକାରୀ ଦିଗଟି ହେଲା, ଏହାର ସମସ୍ତ ପାଠ୍ୟ ବିଷୟଗୁଡ଼ିକରେ ଆଞ୍ଚଳିକ ଭାବାପନ୍ନତା ଏବଂ ସାଂପ୍ରତିକତା ବଜାୟ ରହିଛିା ଶିକ୍ଷାର୍ଥୀମାନେ ଏହାର ଡ୍ୟାସବୋର୍ଡକୁ ଖୁବ୍ ସହଜରେ ନିଜର ଆଇଡି ଦ୍ୱାରା ଲଗ୍ଇନ୍ କରି ଏହାକୁ ଖୋଲିପାରିବେ ଏବଂ ଆବଶ୍ୟକୀୟ ସୂଚନା ପାଇ ପାରିବେ । ଏଥିସହିତ ନିଜର ସନ୍ଦେହ ମୋଚନ କରିପାରିବେ ଏବଂ ସଠିକ୍ ଭାବେ ସେଥିରେ ଶିକ୍ଷାପ୍ରାପ୍ତି ନିମନ୍ତେ ଆବେଦନ କରିପାରିବେ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।
ଏହା ସହିତ ୟୁନିସେଫ୍ ସହଯୋଗରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା କ୍ୟାରିଅର୍ ପୋର୍ଟାଲର ଶୁଭାରମ୍ଭ ହୋଇଛିା ଯାହା ଦ୍ବାରା ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍ତରର ଶିକ୍ଷାର୍ଥୀମାନେ ନିଜର ଭବିଷ୍ୟତ ବୃତ୍ତିଗୁଡ଼ିକ ସମ୍ବନ୍ଧରେ ଜାଣିବା ସହିତ ତତସମ୍ବନ୍ଧୀୟ ବିଶେଷଜ୍ଞ ପରାମର୍ଶ ମଧ୍ୟ ପାଇପାରିବୋ ନିଜର ଲଗ୍ଇନ୍ ଆଇଡି ଏବଂ ପାସ୍ଓ୍ୱାର୍ଡ ମାଧ୍ୟମରେ www.odishacareerportal.com କୁ ଲଗ୍ଇନ୍ କରି ଏହି ସହାୟତା ପାଇପାରିବେ । ଏହି ପୋର୍ଟାଲ ଦ୍ୱାରା ଶିକ୍ଷାର୍ଥୀମାନେ ବିଭିନ୍ନ ବୃତ୍ତି ଏବଂ ଶିକ୍ଷାନୁଷ୍ଠାନ ସମ୍ବନ୍ଧରେ ଜାଣିବେ ଏବଂ ଶିକ୍ଷକମାନଙ୍କ ସହିତ ସିଧାସଳଖ କଥାବାର୍ତ୍ତା ମଧ୍ୟ କରିପାରିବ। ଏହି ପୋର୍ଟାଲ ବ୍ୟବହାର କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ମୋବାଇଲ୍ ଉପଯୋଗୀ ଆପକୁ ପ୍ରୟୋଗ କରି ପ୍ରାୟ ୧୭ ଲକ୍ଷ ଶିକ୍ଷାର୍ଥୀ ଏଥିରୁ ଉପକୃତ ହୋଇପାରିବେ ।

ଏହି ଓଡ଼ିଶା କ୍ୟାରିଅର୍ ଗାଇଡାନ୍ସ ପୋର୍ଟାଲ ଓଡ଼ିଆ ଭାଷାରେ ପ୍ରସ୍ତୁତ କରାଯାଇଅଛିା ଏହି ଅନନ୍ୟ ପୋର୍ଟାଲ ବିଭିନ୍ନ ବୃତ୍ତି ଓ ସେଗୁଡ଼ିକ ସହ ଜଡ଼ିତ ଥିବା ମହାବିଦ୍ୟାଳୟ, ଧନ୍ଦାମୂଳକ ଅନୁଷ୍ଠାନ ଏବଂ ସେଥିପାଇଁ ରହିଥିବା ପ୍ରବେଶିକା ପରୀକ୍ଷା ତଥା ବୃତ୍ତିଗୁଡ଼ିକ ସମ୍ବନ୍ଧରେ ସଂପୂର୍ଣ୍ଣ ଭାବେ ସୂଚନା ପ୍ରଦାନ କରିଥାଏ। ଏହି ପୋର୍ଟାଲରେ ୫୫୦ରୁ ଊର୍ଧ ବୃତ୍ତି ବା ଧନ୍ଦା ସମ୍ବନ୍ଧୀୟ ସଂପୂର୍ଣ୍ଣ ତଥ୍ୟ ରହିଛି ଏବଂ ଏହାର ଉପଯୋଗ କରି ଶିକ୍ଷାର୍ଥୀମାନେ ୨,୬୨,୨୦୦ରୁ ଊର୍ଧ ମହାବିଦ୍ୟାଳୟ ଏବଂ ଧନ୍ଦାମୂଳକ ଅନୁଷ୍ଠାନ ବିଷୟରେ ଜାଣିବା ସହିତ ରାଜ୍ୟ ଏବଂ ଦେଶରେ ଥିବା ୧୭୦୦ରୁ ଊର୍ଧ ନିମ୍ନସ୍ନାତକ ଏବଂ ସ୍ନାତକୋତ୍ତର ମହାବିଦ୍ୟାଳୟ ଏବଂ ଧନ୍ଦାମୂଳକ ଅନୁଷ୍ଠାନ ବିଷୟରେ ସବିଶେଷ ତଥ୍ୟ ପାଇପାରିବ। ଏତଦ ବ୍ୟତୀତ ଏଥିପାଇଁ ଥିବା ୧୧୫୦ଟି ପ୍ରବେଶିକା ପରୀକ୍ଷା ଏବଂ ସେମାନଙ୍କର ଆବେଦନ ପ୍ରଣାଳୀ ବିଷୟରେ ମଧ୍ୟ ଜାଣିପାରିବେ । 

ପ୍ରଦତ୍ତ ଧନ୍ଦାଗୁଡ଼ିକ ସଂଲଗ୍ନ ୧୧୨୦ଟି ଛାତ୍ରବୃତ୍ତି, ପ୍ରତିଯୋଗିତାମୂଳକ ପରୀକ୍ଷା ଏବଂ ଭାରତ ତଥା ଭାରତ ବାହାରେ ଉଚ୍ଚଶିକ୍ଷା ନିମନ୍ତେ ଥିବା ଫେଲୋସିପଗୁଡ଼ିକ ସମ୍ବନ୍ଧରେ ମଧ୍ୟ ସବିଶେଷ ବିବରଣୀ ପ୍ରାପ୍ତ ହୋଇପାରିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ଯେ ରାଜ୍ୟର ସମସ୍ତ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍ତରର ଶିକ୍ଷାର୍ଥୀମାନେ ଯେପରି ନିଜ ପାଇଁ ଉପଯୁକ୍ତ ବୃତ୍ତିର ଚୟନ କରିପାରିବେ, ସେଥିପାଇଁ ଓଡ଼ିଶା କ୍ୟାରିଅର୍ ପୋର୍ଟାଲର ଆକାଂକ୍ଷା ରହିଛିା ଅତିଥିମାନଙ୍କୁ ସ୍ବାଗତ କରିବାବେଳେ ଭୂପିନ୍ଦର ସିଂ ପୁନିଆ ଆଲୋକପାତ କରିଥିଲେ ଯେ ଆଗାମୀ ବର୍ଷରେ ଓଡ଼ିଶାର ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଜୀବନରେ ବ୍ୟାପକ ସକାରାତ୍ମକ ପ୍ରଭାବ ପକାଇବା ସହିତ ବିଶ୍ୱବ୍ୟାପୀ ଆହ୍ୱାନର ସମ୍ମୁଖୀନ ହେବା ପାଇଁ କିଶୋରକିଶୋରୀ ଛାତ୍ରମାନଙ୍କ ବିକାଶର ଆବଶ୍ୟକତା ଏବଂ ବୃତ୍ତିଗତ ଚିନ୍ତାଧାରାକୁ ସମାଧାନ ମଧ୍ୟ କରିବ । 

ୟୁନିସେଫ୍ କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ଡ. ମୋନିକା ନେଲ୍ସନ୍ କହିଛନ୍ତି ଯେ ଓଡ଼ିଶା କ୍ୟାରିଅର ପୋର୍ଟାଲ, ରାଜ୍ୟର ମାଧ୍ୟମିକ ସ୍ତରର କିଶୋର ଶିକ୍ଷାର୍ଥୀମାନଙ୍କୁ ବିଦ୍ୟାଳୟରୁ ବାହାରି କର୍ମଜଗତରେ ପ୍ରବେଶ କରିବା ପାଇଁ ଉଚ୍ଚତର ଅଧ୍ୟୟନ କରିବା ନିମନ୍ତେ ଏକ ଉଲ୍ଲେଖନୀୟ ମାଧ୍ୟମ ରୂପେ କାର୍ଯ୍ୟ କରିବ। ଏଥି ନିମନ୍ତେ ଆବଶ୍ୟକୀୟ ଗୁଣାତ୍ମକ ଶିକ୍ଷା ପାଇଁ ସମସ୍ତ ପ୍ରକାର ସାହାଯ୍ୟ କରିବା ନିମନ୍ତେ ୟୁନିସେଫ୍ ସଂକଳ୍ପବଦ୍ଧ ଅଟେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   02-Sep-2026
  ଜିଲ୍ଲା  
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ   02-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ : ସ୍ୱଭାବ କବିଙ୍କ କବିତା ସମ୍ଭାର ମାନବୀୟ ବାର୍ତ୍ତା ବହନ କରିଥାଏ ବୋଲି ଅତିଥି ଗଣ ଙ୍କ ଅଭିମତ   02-Sep-2026
  ଜିଲ୍ଲା  
 ଆଜି ଠାରୁ ଆରମ୍ଭ ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍....   02-Sep-2026
  ଜିଲ୍ଲା  
ସଂଶୋଧିତ ଖଣି ଆଇନ ପ୍ରତିବାଦରେ ବାମପନ୍ଥୀ ଦଳ ମାନଙ୍କର ସାମ୍ବାଦିକ ସମ୍ମିଳନୀ   02-Sep-2026
  ଜିଲ୍ଲା  
ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ   02-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   02-Sep-2026
  ଜିଲ୍ଲା  
ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   02-Sep-2026
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   02-Sep-2026
  ଜିଲ୍ଲା  
ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   02-Sep-2026
  ଜିଲ୍ଲା  
ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   02-Sep-2026
  ଜିଲ୍ଲା  
ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   02-Sep-2026

You Might Also Like