-+91-9937148622 |

prerana_bgr@rediffmail.com |

  Thursday 1st October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||      ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା    (30-Sep-2026)       ||      ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   (30-Sep-2026)       ||      ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   (30-Sep-2026)       ||      ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   (30-Sep-2026)       ||      ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   (30-Sep-2026)       ||      ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା     (30-Sep-2026)       ||      ୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||     

HOME   ରାଜନୀତି

ଦେଓଗାଁ ବ୍ଲକ ବିଜେଡି କାର୍ଯ୍ୟାଳୟ ଉଦ୍‌ଘାଟନୀ ଓ କର୍ମୀ ସମ୍ମିଳନୀ, ନବୀନ ସରକାର ୬ଷ୍ଠଥର କ୍ଷମତାକୁ ଆସିଲେ ବିକାଶ ଧାରା ଦ୍ୱୀଗୁଣିତ ହେବ

21-Apr-2024



ବଲାଙ୍ଗୀର(ପ୍ରେରଣା ଖବର ): ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ସାଗରପାଲି ଛକରେ ବିଜେଡି ଦଳର କାର୍ଯ୍ୟାଳୟ ଉଦଘାଟନ ସହ କଲୋନୀପଡା ନିକଟରେ ଏକ ବିଶାଳ କର୍ମିସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଜେଡି ରାଜ୍ୟ ସମ୍ପାଦକ ଲକ୍ଷ୍ମଣ କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀ କଳିକେଶନାରାୟଣ ସିଂଦେଓ ଓ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂଭୋଇ ଯୋଗଦେଇ ପ୍ରଥମେ କୁତୁର୍ଲା

ପଞ୍ଚାୟତର ସାରସବାହାଲ ,କୁତୁର୍ଲା ଓ ମୁରସିଂ ଗାଁ ସଭା ରେ ଯୋଗଦେଇ ରାଜ୍ୟ ସରକାରଙ୍କ ଜନହୀତକର ଯୋଜନା ସମ୍ପର୍କରେ ଅବଗତ କରି ଭୋଟଭିକ୍ଷା କରିଥିଲେ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ  ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିବାରୁ ଏହି ଜିଲ୍ଲାର ସାମଗ୍ରୀକ ବିକାଶ ଉପରେ ବିରାଟ ପରିବର୍ତ୍ତନ ହେବ ବୋଲି ପ୍ରାର୍ଥିମାନେ ଅବଗତ କରିଥିଲେ । ପରେ ସାଗରପାଲି ଛକଠାରେ ବିଜେଡିଦଳର ଅସ୍ଥାୟୀ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିବାପରେ ସ୍ଥାନୀୟ କଲୋନୀପଡା ଠାରେ କର୍ମି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସମ୍ମିଳନୀରେ ବିଧାୟକ ପ୍ରାର୍ଥୀ ସିଂ ଦେଓ , ସାଂସଦ ପ୍ରାର୍ଥୀ ସିଂ ଭୋଇ ସମେତ ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂଦେଓ, ଯୁବନେତା ଅର୍କେଶ ନାରାୟଣ ସିଂଦେଓ, ମନ୍ମଥ ବିଜୟ ସିଂଦେଓ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ,ପୂର୍ବତନ ବ୍ଲକଅଧ୍ୟକ୍ଷା ରୀନା ମେହେର, ବ୍ଲକ ବିଜେଡି ସଭାପତି ଶୁଶିଳକୁମାର ଚାନ୍ଦ, ଜିଲ୍ଲା ସମ୍ପାଦକ ଉମା ଶଙ୍କର ସିଂ, ଜିଲ୍ଲା ପରିଷଦ ସଭ୍ୟା ସୁମତି ସେଠ, ମମତା କୁମୁରା, ଦେଓଗାଁ ସରପଞ୍ଚ ନୀନା ଛତ୍ରିଆ ପ୍ରମୁଖ ମଞ୍ଚାସୀନ ରହି ନବୀନ ସରକାର ୬ଷ୍ଠଥର କ୍ଷମତାକୁ ଆସିଲେ ବିକାଶ ଧାରା ଦ୍ୱୀଗୁଣିତ ହେବା ସୁନିଶ୍ଚିତ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ବଲାଙ୍ଗିର ଜିଲ୍ଲାର ସର୍ବାଙ୍ଗିନ ବିକାଶ ପାଇଁ ଉଭୟ ବିଧାୟକ ଓ ଏମପି ଦୁଇଟି ଭୋଟ ବିଜେଡି ସପକ୍ଷରେ ଦେବାପାଇଁ ଆହ୍ୱାନ କରିବାସହ ସମସ୍ତ କର୍ମକର୍ତ୍ତା ସକ୍ରୀୟ ଭାବେ ଗ୍ରାମାଞ୍ଚଳରେ ଲୋକଙ୍କୁ ସରକାରଙ୍କ ଜନହୀତକର ଯୋଜନା ବିଷୟରେ ଅବଗତ କରି ଆଗକୁ ବିକାଶ ଧାରା ନିରନ୍ତର ଭାବେ ଜାରୀ ରହିବାପାଇଁ ବିଜେଡି ସପକ୍ଷରେ ରହିବାଦିଗରେ କାମକରିବାପାଇଁ  ଆହ୍ୱାନ କରିଥିଲେ ।ଏ ଅବସରରେ ସାଂସଦ ପ୍ରାର୍ଥୀ ସିଂ ଭୋଇ ଯୋଗଦେଇ ନବୀନ ପଟ୍ଟନାୟକ ଙ୍କ ଆଦର୍ଶତାରେ ଅନୁପ୍ରାଣିତ ହୋଇ ଅଞ୍ଚଳର ବିକାଶ ପାଇଁ ସେ ଆଗେଇଆସିଥିବା ପ୍ରକାଶ କରିବାସହ ସାଂସଦଭାବେ ବିଜୟୀ ହେଲେ ଦେଓଗାଁ ଅଞ୍ଚଳର ପ୍ରମୁଖ ଦାବୀ ରେଳଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହିବାଦିଗରେ ପ୍ରାଥମିକତା ଭାବେ କାମକରିବି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ପରିଶେଷରେ ବ୍ଲକ ବିଜୁଯୁବ ଜନତାଦଳ ସଭାପତି ଶୈଳେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏ ଅବସରରେ ମହଲାଇର ମୋତିଲାଲ ମାଝୀ , ହାତିସରାର ବଂଶିଧର ରାଉତ,ମୁକୁନ୍ଦପୁରର ଆହାଲ୍ଲାଦ ସ୍ୱାଇଁ ସମେତ ୨୦ରୁ ଉର୍ଦ୍ଧ୍ୱ ବିଜେଡିରେ ଯୋଗଦେଇଥିଲେ ।କାର୍ଯ୍ୟକ୍ରମକୁ ସରପଞ୍ଚ ତେଜ ହରପାଲ, ବିଜେଡି ନେତ୍ରୀ ଜାନକୀ ମେହେର,ଯୁବନେତା ବୁଦ୍ଧଦେବ ପରୁଆ,ଡମ୍ବରୁଧର ହରପାଲ, ଅନ୍ତର୍ଯ୍ୟାମୀ ଭୋଇ, ରାଜପ୍ରତାପ ସିଂ ଦେଓ, ପିନୁ ଚାନ୍ଦ, ସଂଜୀବ ନାଥ, ପ୍ରମୋଦ ବହିଦାର, ସଂଜିବ ପଧାନ, ଟୁନା ଚାନ୍ଦ, ରିତୁ ବୁଡେକ, କିର୍ତ୍ତି ବାଗ, ଦିପକ ପଣ୍ଡା, ବିରେନ ଦଲାଇ, ଜଗ ଦଲାଇ, ସୁଦାମ ବାଗ ପ୍ରମୁଖ ସହଯୋଗ କରିଥିବା ବେଳେ ୨୬ଟି ପଞ୍ଚାୟତରୁ ଶତାଧିକ କର୍ମୀ ଯୋଗଦେଇଥିଲେ ।
 

ବିଜେଡିଦଳ ତାର ଶକ୍ତି ପ୍ରଦର୍ଶନ କରିଛି । ଆଜିର ବାଇକ ରାଲି ଫଳରେ ମୁଖ୍ୟତଃ ଯୁବକାର୍ଯ୍ୟକର୍ତ୍ତା ବେଶି ପରିମାଣରେ ଉତ୍ସାହିତ ହୋଇଛନ୍ତି ବୋଲି କଳିକେଶ କହିଛନ୍ତି । ଗତ କିଛିଦିନ ହେଲା ଉଭୟ କଂଗ୍ରେସ ଓ ବିଜେଡି ମଧ୍ୟରେ ଶକ୍ତିପ୍ରଦର୍ଶନ କରି ନିଜର ଅସ୍ତିତ୍ୱ ଦେଖାଉଛନ୍ତି । ଚଳିତଥର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବାରୁ ବିଜେଡି କାର୍ଯ୍ୟକର୍ତ୍ତା ଉତ୍ସାହିତ ଅଛନ୍ତି । ସେଥିପାଇଁ ଦଳୀୟ ପ୍ରଚାରକୁ ମଧ୍ୟ ଦ୍ୱିଗୁଣିତ କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   30-Sep-2026
  ଜିଲ୍ଲା  
କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ   30-Sep-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି   30-Sep-2026
  ଜିଲ୍ଲା  
ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   30-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   30-Sep-2026
  ଜିଲ୍ଲା  
ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   30-Sep-2026
  ଜିଲ୍ଲା  
ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   30-Sep-2026
  ଜିଲ୍ଲା  
ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା    30-Sep-2026
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026

You Might Also Like