-+91-9937148622 |

prerana_bgr@rediffmail.com |

  Monday 5th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||      ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   (04-Oct-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   (04-Oct-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   (04-Oct-2026)       ||      *ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   (04-Oct-2026)       ||      ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   (04-Oct-2026)       ||      ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||      ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||      ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||     

HOME   ମହାନଗର

ଛିଣ୍ଡୁନି କଣ୍ଟାବାଞ୍ଜିର ଅଛିଣ୍ଡାଗଣିତ... ନୀରୁପମା ମାଝିଙ୍କ ସପକ୍ଷରେ ବାହାରିଲା ଆଦିବାସୀକଲ୍ୟାଣସଂଘ

15-Apr-2024



ବାଲାଙ୍ଗୀର(ପ୍ରେରଣା ଖବର ): ବଲାଙ୍ଗୀର ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ରପାଇଁ ରାଜନୈତିକଦଳମାନଙ୍କ କସରତ ପରେ ଟିକେଟ ଘୋଷଣା କରାଯାଇଛି । କଂଗ୍ରେସଦଳ ଓ ବିଜେପିଦଳ ଉଭୟ ସଂସଦୀୟକ୍ଷେତ୍ର ଓ ୭ଟି ଯାକ ନିର୍ବାଚନମଣ୍ଡଳିରେ ପ୍ରାର୍ଥି ଦେଇସାରିଛି । କିନ୍ତୁ ଶାସକ ବିଜେଡିଦଳ ଅନ୍ୟସବୁ ବିଧାନସଭା କ୍ଷେତ୍ରରେ ବିଧାୟକ ପ୍ରାର୍ଥି ଘୋଷଣା କରିସାରିଥିଲେ ହେଁ କଣ୍ଟାବାଞ୍ଜି ଆସନ ଝୁଲିରହିଛି । ଏପର୍ଯ୍ୟନ୍ତ କାହାରିକୁ ଟିକେଟ ଦିଆଯିବ ତାହା ସ୍ପଷ୍ଟ ହୋଇନାହିଁ । ଏହି ନିର୍ବାଚନ ମଣ୍ଡଳି ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଶାସକ ବିଜେଡିଦଳ ଜଣେ ଆଦିବାସୀ ମହିଳା ନୀରୁପମା ମାଝୀଙ୍କୁ ଟିକେଟ ଦେଉ ବୋଲି ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ ଦାବି ଉଠାଇଛି । ନୀରୂପମା ମାଝି ଅବସରପ୍ରାପ୍ତ ସୈନିକ ଗିରିରାଜ ସିଂମାଝୀଙ୍କ ପତ୍ନୀ ଓ ବଲାଙ୍ଗୀର ଆଦିବାସୀ ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ରହିଛନ୍ତି । ନୀରୁପମା ଓ ତାଙ୍କ ସ୍ୱାମୀ ଗିରିରାଜ ଗତ କିଛିବର୍ଷ ହେଲା କଣ୍ଟାବାଞ୍ଜି ଅଞ୍ଚଳରେ ଲୋକଙ୍କ ସହିତ ମିଶି ସାଂଗଠନକ କାମ କରୁଛନ୍ତିି । ଏହାବାଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କୁ ଗୁରୁତ୍ୱ ଦେଉଥିବାରୁ ଚଳିତଥର ଜଣେ ଆଦିବାସୀ ମହିଳାଙ୍କୁ ଟିକେଟ ଦିଅନ୍ତୁ ବୋଲି ଆଜି ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣମହାସଂଘ ଦାବି କରିଛି । ଆଦିବାସୀସଂଘର ଜିଲ୍ଲା ସଭାପତି ସତ୍ୟନାରାୟଣ ଭୋଇଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବପ୍ରକାଶ ଦାସ(ବିବିଦାସ)ଙ୍କୁ ଭେଟି ଲିଖିତ ଭାବରେ ଏହି ଦାବି କରିଛନ୍ତି ବୋଲି ଜଣାଯାଇଛି । ଆଦିବାସୀ କଲ୍ୟାଣସଂଘ ଦାବି କରିଛି ଯେ,କଣ୍ଟାବାଞ୍ଜିରେ ନୀରୁପମା ହିଁ ଯୋଗ୍ୟ ପ୍ରାର୍ଥି । ତାଙ୍କ ପ୍ରାର୍ଥିତ୍ୱ ଉଭୟ ଆଦିବାସୀ ଓ ମହିଳାଙ୍କ କଲ୍ୟାଣ ପାଇଁ ହେବ । ସତ୍ୟନାରାୟଣ ଭୋଇଙ୍କ ସହିତ ବଙ୍ଗୋମୁଣ୍ଡା ବ୍ଲକସଭାପତି ଶରତଚନ୍ଦ୍ର ଭୋଇ,ତୁରେକେଲା ବ୍ଲକସଭାପତି ଦୁଃଖିଶ୍ୟାମ ଭୋଇ,ମୁରିବାହାଲ ବ୍ଲକସଭାପତି ଅଶ୍ୱିନୀ ମାଝୀ,ସଂପାଦକ ଦୈତାରୀ ଭୋଇ,ଜିଲ୍ଲା ସଂପାଦକ ପୁରୁଷୋତ୍ତମ ଧରୁଆ ପ୍ରମୁଖ ପ୍ରଣବପ୍ରକାଶ ଦାସଙ୍କୁ ଭେଟି ଏହି ଦାବି ରଖିଛନ୍ତି । ପ୍ରକାଶ ଯେ,କଣ୍ଟାବାଞ୍ଜି ଆସନରୁ ଚଳିତଥର ବିଜେଡିରୁ ପୂର୍ବତନ ବିଧାୟକ ଆୟୁବ ଖାନ,ତାଙ୍କ ପୁଅ ଡ.ଅରସଦ ଖାନ,ଗତ ୨୦୧୯ରେ ବିଧାୟକ ପ୍ରାର୍ଥି ହୋଇଥିବା ଅଜୟ ଦାସ,ଆଦିବାସୀନେତା ତଥା ପୂର୍ବସୈନିକ ଗିରିରାଜ ସିଂମାଝୀ ଓ ତାଙ୍କ ପତ୍ନୀ ନୀରୁପମା ମାଝି । ତେବେ ଗତ ୧୦ଦିନ ହେଲା କଣ୍ଟାବାଞ୍ଜି ରାଜନୀତି ସ୍ଥିର ହୋଇଯାଇଛି ।

କଣ୍ଟାବାଞ୍ଜିର କଂଗ୍ରେସ ବିଧାୟକ ସନ୍ତୋଷ ସିଂସାଲୁଜା(କୁକୁ ସିଂ) ବିଜେଡିଦଳକୁ ଯିବେ ଓ ତାଙ୍କୁ ବିଜେଡିଦଳ ଟିକେଟ ଦେଉଛି ବୋଲି ପ୍ରଚାର ହେଲା । ଫଳରେ ବିଜେଡିଶିବିର ସଂପୂର୍ଣ୍ଣ ସ୍ତବ୍ଧ ହୋଇଯାଇଛି । ସେପଟେ ବିଜେଡିଦଳ ୪ଟି ପର୍ଯ୍ୟାୟରେ ବିଧାୟକ ପ୍ରାର୍ଥି ତାଲିକା ପ୍ରକାଶ କରିଥିଲେ ହେଁ କଣ୍ଟାବାଞ୍ଜି ଆସନ ପାଇଁ କାହାରିକୁ ଟିକେଟ ଦେଇନାହିଁ । ଫଳରେ ଲୋକଙ୍କ ମନରେ ସସପେନ୍ସ ଲାଗିରହିଛି । ଗତ ୨୦୧୯ ମସିହାରେ ବିଜେଡିଦଳ ପୂର୍ବତନ ବିଧାୟକ ମହମ୍ମଦ ଆୟୁବ ଖାନଙ୍କ ବଦଳରେ ଅଜୟ ଦାସଙ୍କୁ ଟିକେଟ ଦେଇଥିଲା । ଅଜୟ ଦାସ ବଲାଙ୍ଗୀର ବାସୀନ୍ଦା ହୋଇଥିବାରୁ ବାହାରପ୍ରାର୍ଥି କହି ଲୋକ ଭୋଟ ଦେଇନଥିଲେ । ଫଳରେ ବିଜେଡି ୩ନମ୍ବରରେ ରହିଥିଲା । କିନ୍ତୁ ଗତ ୫ବର୍ଷ ହେଲା ଅଜୟ ଦାସ ମଧ୍ୟ ତାଙ୍କର ସଂଗଠନ ଚଳାଇଛନ୍ତି । ବିଜେଡିଦଳ ଏକ ଦ୍ୱନ୍ଦାତ୍ମକ ସ୍ଥିତିରେ ରହିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   04-Oct-2026
  ଜିଲ୍ଲା  
ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   04-Oct-2026
  ଜିଲ୍ଲା  
ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   04-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   04-Oct-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   04-Oct-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   04-Oct-2026
  ଜିଲ୍ଲା  
ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   04-Oct-2026
  ଜିଲ୍ଲା  
ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   04-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   04-Oct-2026
  ଜିଲ୍ଲା  
*୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   04-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   04-Oct-2026

You Might Also Like