-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
08-Apr-2024
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର)-ଓଡିଶାର ସୋନପୁର ବିଧାନ ସଭା ଆସନ ଏକ ଚର୍ଚ୍ଚିତ ଆସନ । ଏହି ଆସନରୁ ଲଗାତର ତିନିଥର ଜିତି ବିଜେଡିର ନିରଞ୍ଜନ ପୁଜାରୀ ହ୍ୟାଟ୍ରୀକ ଅର୍ଜନ କରିଥିବା ବେଳେ ବର୍ତ୍ତମାନ ଏହି ଆସନରୁ ୪ର୍ଥ ଥର ଲଢିବାକୁ ଦଳ ଟିକେଟ ଦେଇଛି । ଅଂଚଳରେ ବିକାଶର ନାରା, ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଚ ଭାବମୂର୍ତ୍ତୀକୁ ପୁଞ୍ଜିକରି ମଇଦାନକୁ ଓହ୍ଲାଇଥିବା ବେଳେ ଆଜି ଏହି ଆସନରୁ ନବ ନିର୍ମାଣ କୃଷକ ସଂଗଠନର ସମର୍ଥନରେ ସ୍ୱାଧିନ ପ୍ରାର୍ଥୀନି ଭାବେ ସୋନାଲି ବିଶି ମଇଦାନରେ ଅବତୀର୍ଣ୍ଣ ହୋଇଅଛନ୍ତି । ଆଜି ଡୁଙ୍ଗୁରିପାଲି ଶିବ ମନ୍ଦିରରେ ପୂଜା ର୍ଚ୍ଚନା ପରେ ଏକ ବିରାଟ ଟ୍ରାକ୍ଟର ଓ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ତାଙ୍କ ପ୍ରଥମ ଶୋଭାଯାତ୍ରାରେ ସେ ମନ୍ତ୍ରୀ ନିରଋଞ୍ଜନ ପୁଜାରୀଙ୍କୁ ଟାର୍ଗେଟ କରିଥିଲେ । ଏହି ଅଂଚଳରୁ ଦୀର୍ଘ ୨୫ ବର୍ଷ ପ୍ରତିନିଧିତ୍ୱ କରି ଅଂଚଳୁ ଦାଦନ ପ୍ରବଣ, ଶୀଳ୍ପ ବିହୀନ ଜିଲ୍ଲା , ମରୁଡି ପ୍ରପିଡିତ, ବେକାରୀ ସମସ୍ୟା, ଡାକ୍ତର ଶୂନ୍ୟ ଡାକ୍ତରଖାନରେ ପରିଣତ କରିଥିବା ସେ ତାଙ୍କ ଅଭିଭାଷଣରେ ଟାର୍ଗେଟ କରିଥିଲେ । ଏହି ଅଇଚଳର ରାସ୍ତାଘାଟ ତଥା ବିଭିନ୍ନ ଉନ୍ନୟନ ମୂଳକ କାମରେ ୨୦ପ୍ରତିଶତ କମିଶନି କାରବାର କରି ଅଂଚଳକୁ ଠିକାଦାରମାନଙ୍କ ହାତରେ ଟେକି ଦେଇଥିବା ଭଳି ଶାଣିତ ଢଙ୍ଗରେ ଆକ୍ରମଣ କରିଥିଲେ । ରାସ୍ତାରେ ଗଲାବେଳେ ବହୁ ସଂଖ୍ୟାରେ ଟ୍ରାକ୍ଟର, ବାଇକ ଯୋଗୁଁ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଶାନ୍ତିଶଋଙ୍ଖଳା ଦୃଷ୍ଟିରୁ ପୋଲିସ ମଧ୍ୟ ମୁତୟନ ଥିଲେ । ଶୋଭାଯାତ୍ରା ବେଳେ ବିଭିନ୍ନ ପ୍ରକାର ଶ୍ଲୋଗାନ ଦେଇ ମନ୍ତ୍ରୀଙ୍କୁ ଟାର୍ଗେଟ କରି ଜିଲ୍ଲାକୁ ପଛକୁ ନେଇଯାଇଥିବା କହିଥିଲେ । ବିନା ମଦ, ମାଂସ ଟଙ୍କାରେ ଭୋଟ ପାଇ ପାରିବା ନାହିଁ ବୋଲି କହିଥିଲେ । ଅନୁଷ୍ଠିତ ସବାରେ ଉପସ୍ଥିତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ଯେ, ଭୋଟ ଦେବା ବେଳେ ନିଜର ପିଲାଙ୍କ ମୁହଁକୁ ଚାହିଁ ଭବିଷ୍ୟତ ନୂତନ ଗଠନର ଚିନ୍ତା କରି ଭୋଟ ଦେବାକୁ ଅନୁରୋଧ କରିଥିଲେ । ମଦ,ମାଂସ ଟଙ୍କାକୁ ନ ଦେଖି ଚାଷୀଙ୍କ ସରକାରକୁ ଭୋଟ ଦେବାକୁ କହିଥିଲେ । ଅଂଚଳର ଅଧୋପତନକୁ ଦେଖି ସେ ମୁଣ୍ଡର ଓଢଣା ଖୋଲି ତିନି ବର୍ଷର ଝିଅକୁ ଘରେ ଛାଡି ଆଜି ନିର୍ବାଚନ ମଇଦାନରେ ଛିଡା ହୋଇଥିବା ସେ କହିଥିଲେ । ଶ୍ରୀପୁଜାରୀ ଯେତେବେଳେ ଯୋଗାଣ ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲେ ସେହି ଦିନଠାରୁ ଅଂଚଳରେ ଚାଷୀମାନଙ୍କ କଷ୍ଟ ଉପାର୍ଜିତ ଧାନକୁ ଶାଗମାଛ ଦରରେ ମଣ୍ଡି ଗୁଡିକରେ କଟନୀ ଛଟନୀ କରି ବିକ୍ରୀର ଆରମ୍ଭ, ଜଳ ସେଚନ ମନ୍ତ୍ରୀ ହେବା ପରେ କେନାଲ ପାଣିରେ ଅଭାବ ଯୋଗୁଁ ଟେଲ ଅଂଚଳରେ ଚାଷ ଜମି କମି କମି ଯିବା,ସ୍ୱାସ୍ଥ୍ୟମନ୍ତ୍ରୀ ରହି ମଧ୍ୟ ଡାକ୍ତରଖାନାରେ ବିଭିନ୍ନ ପଦବୀ ଖାଲି ରହିବା, ଅବକାରୀ ମନ୍ତ୍ରୀ ହେବା ପରେ ଗାଁ ଗାଁରେ କୁଚିଆ ଦେଶୀ ମଦର ଭାଟି ଖୋଲିଦେଲେ ବୋଲି ସେ ଟାର୍ଗେଟ କରିଥିଲେ । ଶୀଳ୍ପ ମନ୍ତ୍ରୀ ହେବା ପରେ ଶୀଳ୍ପ ବିହିନ ଜିଲ୍ଲାର ଏକ ମାତ୍ର ସୂତାକଳର ପୁନଃରୁଦ୍ଧାର ପରିବର୍ତ୍ତେ ସେହି ସୁତାକଳକୁ ବିକ୍ରୀ କରିଦେବାରୁ ଆଜି ଏହି ଅଂଚଳର ଶହ ଶହ ଯୁବକ ଦାଦନ ଖଟି ଚାଲିଯାଉଛନ୍ତି । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଟ୍ରାକ୍ଟର ସମେତ ଅଂଳରୁ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।