-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
08-Apr-2024
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସାମାଜିକ , ଅର୍ଥନୈତିକ, ବ୍ୟବସାୟୀୟ, ଶିକ୍ଷା ତଥା ବିଭିନ୍ନ ଦୃଷ୍ଟିରୁ ଜିଲ୍ଲାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ସୁବର୍ଣ୍ଣପୁର ଜିଲ୍ଲା ତଥା ପଶ୍ଚିମ ଓଡିଶାର ଭାତ ହାଣ୍ଡି ଡୁଙ୍ଗୁରିପାଲି । ଏଠାକାର ଲୋକେ ଖୁବ ସରଳ, ଅମାୟିକ, ସହ ଯୋଗୀ, ମେଳାପୀ ପ୍ରକୃତିର ଅଟନ୍ତି । ତେଣୁ ଏହି ଅଂଚଳର ସରଳ ଜନସାଧାରଣଙ୍କ ସରଳତାରେ ସୁଯୋଗକୁ ରାଜନୈତିକ, ବ୍ୟବସାୟିକ କ୍ଷେତ୍ରରେ ଲୋକେ ଲୁଟିବାରେ ଲାଗିଛନ୍ତି । ଏଠାରେ ଥିବା ବିଦେଶୀ ମଦ ଦୋକାନୀର ଦାଦାଗିରି କହିଲେ ନ ସରେ । ସେ ବିଭାଗୀୟ ଅଧିକାରୀ, ରାଜନୈତିକ ବ୍ୟକ୍ତିବିଶେଷ ମାନଙ୍କୁ ହାତ କରି ଅଂଚଳରେ ବେଆଇ ଭାବରେ ଲୁଟି ଚାଲିଛନ୍ତି । ଏଠାରେ ଥିବା ଦେଶୀ ଓ ବିଦେଶୀ ମଦ ଦୋକାନ ସକାଳ ୧୦ଟାରୁ ସଂଧ୍ୟା ୧୦.୩୦ ପର୍ଯ୍ୟନ୍ତ ଖୋଲା ରହିବା କଥା କାନ୍ଥରେ ଲେଖାଯାଇଥିବା ସୂଚନା କହୁଛି । କିନ୍ତୁ ହୋଲିର ପୂର୍ବଦିନ ସକାଳ ୭ଟାରେ ଖୋଲା ଯାଇଥିଲା । ସେଠାରେ ଏକ ଟାଟା ଏସ ଗାଡି ମଧ୍ୟ ଲାଗିଥିଲା । ଏ ସଂପର୍କରେ ଦୋକାନ ମେନେଜରଙ୍କୁ ପଚାରିବାରୁ ଖାଲି ବୋତଲ ନେବାକୁ ଆସିଥିଲେ । ସେଥିପାଇଁ କିଛି ସମୟ ଖୋଲା ଯାଇଥିଲା । କିନ୍ତୁ ଉକ୍ତ ବିଦେଶି ମଦ ଦୋକାନଟି ଠିପି ବନ୍ଦ ବିଦେଶୀ ମଦ ଦୋକାନ ହୋଇଥିବା ବେଳେ ସେଠାରେ ଖାଲି ବୋତଲ କେଉଁଠୁ ଆସିଲା । ଦୋକାନ ବାହାରେ ଏଣେତେଣେ ମଧ୍ୟ ବହୁ ସଂଖ୍ୟାରେ ବୋତଲ ପଡି ରହିଥିଲା । ଯଦି ଠିପି ବନ୍ଦ ତାହାଲେ ସେଠାରେ ଖାଲି ବୋତଲ କିପିର ବାହାରିଲା । ଯାହାକି ତଦନ୍ତ ସାପେକ୍ଷ । ଉକ୍ତ ଦିନ ସଂଧ୍ୟାରେ ପୁଣି ଏକ ଟାଟା ଏସ ଗାଡି ଉକ୍ତ ଦୋକାନ ସମ୍ମୁଖରେ ଲାଗିଥିଲେ । ଦୋକାନ ଭିତରୁ ପେଟି ପେଟି ବିଦେଶୀ ମଦ ଦୋକାନ ବାହାରକୁ ଲୋଡିଂ ହୋଇ ଯାଉଥିଲା । ଏ ସଂପର୍କରେ କର୍ମଚାରୀମାନଙ୍କୁ ପଚାରିବାରୁ ଅନ୍ୟ ଏକ ଭାଟିର ମାଲ ଏଠାରେ ରହିଥିବାରୁ ତାଙ୍କୁ ବାହାରକୁ ନିଆଯାଉଛି । କିନ୍ତୁ ଅନ୍ୟ ଭାଟି ବା ଦୋକାନର ମଦ ଅନ୍ୟ ଦୋକାନରେ ରଖାଯିବାର କୌଣସି ନିୟମ ନାହିଁ । ଏହି ସମୟରେ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବୀର ସାମଲଙ୍କୁ ପଚାରିବାରୁ ବାହାରକୁ ଗାଡିରେ ଏଠାରୁ ମଦ ପଠାଯାଇ ପାରିବ ନାହିଁ ବୋଲି କହିଥିଲେ । ସେ ନୂତନ ଭାବରେ ଯୋଗ ଦେଇ ଛନ୍ତି । ଏହା ଉପରେ ତଦନ୍ତ କରାଯିବ ବୋଲି କହିଥିଲେ । ଅନ୍ୟ ପକ୍ଷରେ ବିନିକା ଅବକାରୀ ଅଧିକାରୀ ବଲବୀର ଗଡନାୟକଙ୍କୁ ପଚାରିବାରୁ ସେ ମଧ୍ୟ ସମାଜ ଢଙ୍ଗରେ ପ୍ରତିକ୍ରୀୟା ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଆହୁରି ମଧ୍ୟ ସମସ୍ତ ଦେଶୀ ମଦଭାଟି ଗୁଡିକରେ ମଧ୍ୟ ସକାଳ ୧୦ଟାରୁ ରାତି ୧୦.୩୦ ପର୍ଯ୍ୟନ୍ତ ଖୋଲା ରହିବାର ସୂଚନା ରହିଛି । କିନ୍ତୁ ୨୪ଘଣ୍ଟିଆ ଯିଏ ଯେତେବେଳେ ଚାହୁଁଛି ମଦ ପାଇ ପାରୁଛି । ଭାଟି ଗୁଡିକରେ ଗ୍ରାହକଙ୍କୁ ପିଇବାକୁ ନିର୍ଦ୍ଧିଷ୍ଟ ପରିମାଣର ପାଉଚ ଦେବା କଥା । କିନ୍ତୁ କୁଚିଆ ମାନଙ୍କୁ ବସ୍ତା ବସ୍ତା ପାଉଚ ସହିତ କେତେକ ଭାଟିରୁ ପଲିଥିନ ମୁଣାରେ ଲିଟର ପରିମାଣର ଖୋଲା ମଦ ବିକ୍ରୀ ଚାଲିଛି । କେତେକ ଭାଟିରେ ସିସିଟିଭି ଲାଗିଥିଲେ ମଧ୍ୟ ନାମକୁ ମାତ୍ର ପାଶ୍ୱର୍ ପରିବର୍ତ୍ତନ କରାଯାଇ ଖୋଲମଖୂଲା ବିକ୍ରି ଚାଲିଛି । ମଦ ବିକ୍ରୀ ପାଇଁ ସରକାରଙ୍କଠାରୁ ଲାଇସେନ ପ୍ରାପ୍ତ ଦୋକାନ ହିଁ ମଦ ବିକ୍ରୀ ପରିପାରିବ । କିନ୍ତୁ ଗାଁ ଗୁଡିକରେ ୨୪ଘଣ୍ଟିଆ କୁଚିଆ ମଦ ବିକ୍ରୀ କରିପାରୁଛି । ଏମାନଙ୍କୁ ଲାଇସେନ୍ସ କିଏ ପ୍ରଦାନ କରିଛି । କାହାର ଛତ୍ରଛାୟାରେ ଏମାନେ ଦେଶୀ ମଦ ବିକ୍ରୀ କରୁଛନ୍ତି । ଏଥିରୁ ସାଧାରଣରେ ଚର୍ଚ୍ଚ ହେଉଛି ଯେ ଅବକାରୀ ବିଭାଗ ସହିତ ଦୋକାନୀର ମଧୁଚନ୍ଦ୍ରିକା ରହିଛି । ଆହୁରି ମଧ୍ୟ ଗ୍ରାହକଙ୍କୁ ମଦ କିଣିବା ସମୟରେ ବିଲ ମଧ୍ୟ ଦେଉ ନାହାନ୍ତି ଏବଂ ଚଢା ଦରରେ ବକ୍ରୀ ଚାଲିଛି । ସେହିପରି ଦେଶୀ ମଦ ମଧ୍ୟ ପ୍ରତ୍ୟେକ ଗାଁ ଗହଳୀରେ କିରାଣା ଦୋକାନ ଭଳି ଚାଲିଛି । ଛକମାନଙ୍କରେ ଥିବା ପାନ ଦୋକାନଠାରୁ ଆରମ୍ଭ କରି ଛୋଟ ବଡ ମାଂସ ଦୋକାନ ଗୁଡିରେ ମଧ୍ୟ ବିକ୍ରିୁ ଚାଲିଛି । ନାଁକୁ ମାତ୍ର କେବେ କେମିତି ଚଢାଉ ଚାଲିଛି । ସବୁ କମିଶନି କାରବାର, ମାସିକିଆ କୋଟାରେ ଭିତରିଆ ସଂପର୍କ ବେପାରକୁ ଆହୁରି ବଢାଉଛି । , ଚାଲାଣ ହେଉଛି ଆଗକୁ ନିର୍ବାଚନ ଆସୁଥିବାରୁ ଏହାର ବେପାର ଆହୁରି ବଢିବ ବୋଲି ଲୋକ ମୁଖରେ ଚର୍ଚ୍ଚା ହେଉଛି । ମଦ ବେପାରୀମାନେ ସବୁ ବର୍ଗର ଲୋକଙ୍କୁ ହାତ କରିଥିବାରୁ ସାଧାରଣ ଜନତା ଏହାର ବିରୋଧ କରିବାକୁ ସାହସ ଜୁଟାଇ ପାରୁ ନାହାନ୍ତି । ଏଣୁ ପ୍ରସାଶନ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଦାବୀ ହେଉଛି । ହୋଲି ଦିନର ଘଟଣା ଉପରେ ଅବକାରୀ ବିଭାଗର କୌଣସି ଦତନ୍ତ ହୋଇ ନାହିଁ । ଏ ସଂପର୍କରେ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କୁ ପଚାରିବାରୁ ବିନିକା ଅବକାରୀ ଇନ୍ସପେକ୍ଟରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିନିକା ଅବକାରୀ ବିଭାଗର କାର୍ଯ୍ୟ ବ୍ୟସ୍ତତା ହେତୁ ତଦନ୍ତ କରିନଥିବା ସେ ପ୍ରକାଶ କରିଥିଲେ । ସମୟ ବାହାର କରି ତଦନ୍ତ କରାଯିବ ବୋଲି ପ୍ରକାଶ କରିଥିଲେ । ବର୍ତ୍ତମାନ କଲେଜ ପଡିଆ, ନବ ନିର୍ମୀତ ଅବ୍ୟବହୃତ ହଷ୍ଟେଲ ମଦୁଆଙ୍କ ଆଡ୍ଡାସ୍ଥଳୀ ପାଳଟିଛି । ମଦୁଆମାନେ ମଦ ପିଇ ଗାଡି ଚଲାଇବା ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ପିଇ ବୁଲୁଛନ୍ତି । ତେଣୁ ଆଗକୁ ନିର୍ବାଚନ ଆସୁଛି । ଅଂଚଳରେ ଶାନ୍ତିଶୃଙ୍ଖଳା, ଶୃଙ୍ଖଳିତ ମତଦାନକୁ ଦୃଷ୍ଟିରେ ରଖି ମଦ, ମଦୁଆ, ଭାଟି ଉପରେ ବିଭାଗ ଦୃଷ୍ଟି ନ ଦେଳେ ଅଂଚଳରେ ଅବାଧ ନିର୍ବାଚନ କଷ୍ଟକର ହୋଇ ପଡିବ । ଏଣୂ ବିଭାଗ ମାସିଆକୁ କୋଟାକୁ ଦୃଷ୍ଟି ନ ଦେଇ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟି ଦେଇ ତଦନ୍ତ ସହ ପଦକ୍ଷେପ ଗ୍ରହଣ କରାଯିବାକୁ ଲୋକଙ୍କ ମଧ୍ୟରେ ମତ ପ୍ରକାଶ ପାଉଛି ।