-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
06-Apr-2024
ତରଭା(କପିଳାସ ସେଠ ): ତରଭା ବ୍ଲକ ଦେଉଳପଦର ଗ୍ରାମର ମୁଖ୍ୟ ରାସ୍ତା ରେ ଦୃଘଟଣା କୁ ଜଗି ରହିଛିରାସ୍ତା ଉପରେ ଗାତ ! ହେଲେ ଏଥି ପ୍ରତି ପ୍ରଶାସନ ସମେତ ସ୍ଥାନୀୟ ଅଧିକାରୀ ଙ୍କ ଦୃଷ୍ଟି ପଡୁନାହିଁ I ସାଧାରଣ ଜନତା ହଇରାଣ ହେଉଛନ୍ତି I ମିଳିଥିବା ସୂଚନା ଅନୁଯାୟୀ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଦେଉଳ ପଦର ଗ୍ରାମ କୁ ପାଇପ ଲାଇନ ଯୋଗେ ପାନୀୟ ଜଳ ଯୋଗାଣ କରିବା ପାଇଁ ବ୍ୟବସ୍ଥା କରାଯାଉଛି I ଏହିବିଭାଗ ଦ୍ୱାରା ଏକ ନିର୍ମାଣ କାରି ଠିକା ସଂସ୍ଥା ଦ୍ୱାରା ଯାଉଛି I ଉକ୍ତ ଠିକା ସଂସ୍ଥା କାମ ମନ୍ଥର ଗତି ରେ କରୁଥିବା ବେଳେ ଦେଉଳ ପଦର ଗାଁ ମୁଖ୍ୟ ରାସ୍ତା
ତଥା ଛକ ଠାରେ ଗାତ ଖୋଲି କାମ ଅଧ ପାନ୍ତରୀୟ ଭାବରେ କାମକରି ପକାଇ ଦେଇଛନ୍ତି I ଏହି ରାସ୍ତା ରେ ଯାତାୟାତ କରୁଥିବା ସାଧାରଣ ଜନତା, ବାଇକ ଆରୋହୀ, ଭାରୀଯାନ ଗାଡି ଗୁଡିକୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି I ଏହାର ସମାଧାନ ନେଇ ବିଭାଗୀୟ ଅଧିକାରୀ ଙ୍କ ସହିତ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ୍ୟ ସମ୍ଭବ ହୋଇ ନଥିଲା I ଅଧିକାରୀ ଫୋନ ଗ୍ରହଣ କରିନଥିଲେ I ଏହି ରାସ୍ତା ରେ ରହିଥିବା ଗାତ ର ସୁବିଧା କରିବା ପାଇଁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ପାଇଁ ଅଞ୍ଚଳ ବାସୀ ଦାବୀ କରୁଛନ୍ତି I