-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
06-Apr-2024
ବଲାଙ୍ଗିର (ଚିତ୍ରସେନ ବେହେରା ): ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ଆନୁକୂଲ୍ୟରେ ଆସନ୍ତାକାଲି ୭ ଏପ୍ରିଲ ୨୦୨୪ ରବିବାର ସକାଳ ୧୦ଟାରୁ କଚେରୀ ଛକ ଆଦର୍ଶ ଥାନା ସମ୍ମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଗେଟ ନିକଟରେ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ। ଏହି କାର୍ଯ୍ୟକ୍ରମ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଗ୍ରୀଷ୍ମପ୍ରବାହ ଜାରି ରହିବା ପର୍ଯ୍ୟନ୍ତ ଆଗାମୀ ପ୍ରତ୍ୟେକ ରବିବାର ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ଦ୍ୱାରା ବିଭିନ୍ନ ସ୍ଥାନରେ ଆୟୋଜନ କରାଯିବ ବୋଲି ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ର ସଭାପତି ସନ୍ତୋଷ ପଟ୍ଟନାୟକ ସୂଚନା ଦେଇଛନ୍ତି l