-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
06-Apr-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ସଭାପତି ବିଧାନ ଚନ୍ଦ୍ର ପାଣିଗ୍ରାହୀ ଓ ସଂଘ ସମ୍ପାଦକ ଦାଶଦିପ୍ତ ମହାପାତ୍ର ଙ୍କ ସମେତ ଆଇନଜୀବୀ ମୋନଜ ବିଶି, ଭାସ୍କର ଦାଶ ଆଜି ଆରକ୍ଷୀ ଅଧିକ୍ଷକ ୟସପାଲ ଶ୍ରିମାଲ୍ ଙ୍କୁ ଭେଟି ଜିଲ୍ଲା ର ବୁଢାରଜା ଛକ, ବ୍ଲକ୍ ଛକ, ଆମ୍ବେଦକର ଛକ, ନଳିନୀ ଛକ ର ଟ୍ରାଫିକ ସମସ୍ୟା ଉପରେ ଅବଗତ କରାଇଥିଲେ। ଏବେ ଛିନତାଇ କିଛି ମାତ୍ରାରେ କମିଥିବା ରୁ ଆରକ୍ଷୀ ଅଧିକ୍ଷକ ଙ୍କୁ ଧନ୍ୟବାଦ୍ ଦେଇଥିଲେ ମାତ୍ର ସମୂର୍ଣ୍ଣ ମାତ୍ରା ରେ ଏହା କୁ ହ୍ରାସ କରିବା ନେଇ ଆରକ୍ଷୀ ଅଧିକ୍ଷକ ଙ୍କୁ ଅନୁରୋଧ କରିଥିଲେ। ଦ୍ରୁତ ଗତିରେ ଚଳାଉଥିବା ସ୍ପିଡି ବାଇକ୍ ଚାଳକ କୁ ଚିହ୍ନଟ କରି ତାଙ୍କ ଉପରେ ଆକ୍ସନ ନେବା ଓ ନୂତନ ସରକାରୀ ଡ଼ାକ୍ତର ଖାନା ସହ ବ୍ୟାଙ୍କ୍ ସମ୍ମୁଖ ରାସ୍ତା, ଜୟଗୁରୁ ମାର୍କେଟ ରାସ୍ତା ସହ ମୁଖ୍ୟ ଛକ ମାନଙ୍କ ରେ ଜନତା ଙ୍କ ସୁରକ୍ଷା ଲାଗି ପୋଲିସ ମୁତୟନ କରିବାକୁ ପରାମର୍ଶ କରିଥିଲେ। ନୂତନ ଆରକ୍ଷୀ ଅଧିକ୍ଷକ ସୁବର୍ଣ୍ଣପୁର ରେ ଯୋଗଦାନ କରିବା ପରେ ସର୍ବାଧିକ ରେକର୍ଡ ସଂଖ୍ୟକ ଗଞ୍ଜେଇ ଚାଲାଣକାରି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଶ୍ରୀ ଶ୍ରୀମାଲ ପ୍ରକାଶ କରିଥିଲେ। ଆଗାମୀ ନିର୍ବାଚନ ନିରପେକ୍ଷ ଓ ସୁରୁଖୁରୁ ରେ ପରିଚାଳିନା କରିବା ପାଇଁ କଡ଼ା କଡି ଯାଞ୍ଚ କରିବାକୁ ବାର ତରଫରୁ ପରାମର୍ଶ କରିଥିଲେ।