-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
05-Apr-2024
ବୌଦ୍ଧ(ଜୟା ନନ୍ଦ ମିଶ୍ର ): ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଶହେତମ ପୁଣ୍ୟତିଥିରେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ଏହି ମାଲ୍ୟାର୍ପଣ ସମୟରେ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ସୁଶ୍ରୀ ସୁଚରିତା ମୁଗ୍ରୀ, ଜ଼ିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ବବିତା ମିଶ୍ର, କନିଷ୍ଠ ରାଜସ୍ବ ସହାୟକ ଚୌଧୁରୀ ପପୁନ କୁମାର ଦାଶ , ଗ୍ରନ୍ଥାଗାରିକ ଅକ୍ଷୟ କୁମାର ମହାକୁଡ଼, କର୍ମଚାରୀ ବୀର କିଶୋର କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ l ଜିଲ୍ଲାରେ ତିନିଦିନ ବ୍ୟାପି ଏହି ଉତ୍ସବ ପାଳନ କରାଯାଉଥିବାବେଳେ ଦ୍ୱିତୀୟ ଦିବସରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।