-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
05-Apr-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ):ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଛକ ସ୍ଥିତ ଶ୍ରୀରାମ ମନ୍ଦିର ଠାରେ ଆଜିଠାରୁ 13ତାରିଖ ପର୍ଯ୍ୟନ୍ତ ଦୀର୍ଘ ନଅ ଦିନ ଧରି ହେବାକୁଥିବା ତୁଳସୀ ରାମାୟଣ ପlରାୟଣ ଓ ଶ୍ରୀରାମ ଚରିତ ମାନସ ନବାହ୍ନ ପlରାୟଣ ଓ ପ୍ରବଚନର ଆରମ୍ଭ ହୋଇଛି l ଏନେଇ ସକାଳୁ ଶ୍ରୀରାମ ଭକ୍ତ ଦାମୋଦର ସ୍ୱାଇଁ ଙ୍କ ନେତୃତ୍ୱରେ ମହିଳାମାନଙ୍କ ଏକ କଳସ ଶୋଭାଯାତ୍ରା ଖଲିଆପାଲି ବନ୍ଧରୁ ବାହାରି ଯଜ୍ଞ ମଣ୍ଡପକୁ ପହଞ୍ଚିଥିଲା l ଏଥିରେ ନୀଳାଞ୍ଚଳ ଗୁରୁ ସପତ୍ନୀକ ଯଜ୍ଞ କର୍ତ୍ତା ଓ ପଣ୍ଡିତ ସନତ କୁମାର ମିଶ୍ର ଯଜ୍ଞ ପୁରୋହିତ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ମନ୍ଦିର ପୂଜକ ଆନନ୍ଦ ଚନ୍ଦ୍ର ପାଢ଼ୀ ସହଯୋଗ କରିଥିଲେ l ପରେ ସୁବର୍ଣ୍ଣପୁର ଜିଲ୍ଲା ବଲାଡି ଗ୍ରାମର ଆକାଶ ମିଶ୍ର ବ୍ୟାସ ଭାବେ ତୁଳସୀ ରାମାୟଣ ପରାୟଣ ପାଠ କରି ଭକ୍ତଙ୍କ ହୃଦୟ ରେ ପ୍ରଭୁ କୃପା ଜାଗ୍ରତ
କରିଥିଲେ l ସନ୍ଧ୍ୟାରେ ଶ୍ରୀ ରାମ ଚରିତ ମାନସ “ପ୍ରବଚନ “ ରେ ବହୁ ସଂଖ୍ୟାରେ ରାମ ପ୍ରେମ ରସ ପିପାସୁ ଶୁଦ୍ଧି ସଜ୍ଜନ ଭକ୍ତବୃନ୍ଦ ଯୋଗଦେଇଥିଲେ l ଏଥିରେ ଘଟିକିଆ ଭୁବନେଶ୍ୱର ର (ଶ୍ରୀରାମ କଥା ବାଚକ ) ପଣ୍ଡିତ ବୈଦ୍ୟନାଥ ଦାଶ ବ୍ୟାସ ଭାବେ ଯୋଗଦେଇ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ କଥା ଶୁଣାଇଥିଲେ l କାର୍ଯ୍ୟକ୍ରମ କୁ ବ୍ଲକଛକ ଶ୍ରୀରାମ ମନ୍ଦିର କମିଟି ସଭାପତି ସନ୍ତୋଷ କୁମାର ବିଶି, ସମ୍ପାଦକ ଦାମୋଦର ସ୍ୱାଇଁ, ସନତ କୁମାର ମିଶ୍ର , ଭାଗ୍ୟଧର ମିଶ୍ର,ହରିବନ୍ଧୁ ପୁରୋହିତ, ଆନନ୍ଦ ଚନ୍ଦ୍ର ପାଢ଼ୀ, ନୀଳାଞ୍ଚଳ ଗୁରୁ, ରବୀନ୍ଦ୍ର କୁମାର ମହାପାତ୍ର, ଜୟ କୁମାର ମହାରଣା, ମନୋଜ କୁମାର ରାଜହଂସ, ଗୌରାଙ୍ଗ ବଗର୍ତ୍ତୀ, ଅପର୍ତ୍ତି ପ୍ରଧାନ, ଅରୁଣ ସାହୁ ସମେତ ଅନ୍ୟମାନେ ସହଯୋଗ କରିଥିଲେ l