-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
05-Apr-2024
ସୁବର୍ଣ୍ଣପୁର, (ମନୋରଞ୍ଜନ ତ୍ରିପାଠୀ )
ସାଧାରଣ ନିର୍ବାଚନ ୨୦୨୪ ଅବସରରେ ଜିଲ୍ଲାରେ ଏକକାଳୀନ ବଲାଙ୍ଗୀର ଲୋକସଭା ସାଂସଦ କ୍ଷେତ୍ର ସହ ସୋନପୁର ଓ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ କ୍ଷେତ୍ରରେ ଅନୁଷ୍ଠିତ ମତଦାନ କୁ ମୁକ୍ତ,ସ୍ଵଛ ଓ ବ୍ୟବସ୍ଥିତ ତଥା ଶାନ୍ତି ଶୃଙ୍ଖଳାର ସହ ସମ୍ପାଦନ କରିବା ଉପରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି l ଜିଲ୍ଲାରେ ମତଦାନ ପାଇଁ ମତଦାତା ଯେପରି ଅଧିକରୁ ଅଧିକ ଭାବେ ମତଦାନ କେନ୍ଦ୍ରକୁ ଆସି ସୁରୁଖୁରୁରେ ତଥା ବ୍ୟବସ୍ଥିତ ଭାବେ ନିଜ ନିଜର ମତଦାନକୁ ସାବ୍ୟସ୍ତ କରିପାରିବେ ସେଥିପାଇଁ ଜିଲ୍ଲାପ୍ରଶାସନ ତରଫରୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ ପୂର୍ବକ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁରହିଛି l ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସ ଜିଲ୍ଲାର ବିନିକା ବ୍ଲକ ଅନ୍ତର୍ଗତ କର୍ତ୍ତଙ୍ଗ, ମହାଦେବ ପାଲି, ସକମା, ତୁଣ୍ଡୁପାଲି, ଚରଦା ପ୍ରାଥମିକ ସ୍କୁଲ, ବିନିକା ସହରାଞ୍ଚଳର ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ହେବାକୁ ଥିବା ମତଦାନ କେନ୍ଦ୍ର ଗୁଡିକୁ ପରିଦର୍ଶନ ପୂର୍ବକ ପାରିପାର୍ଶ୍ୱକ ସ୍ଥିତି ତଥା ବୁଥ୍ ଗୁଡିକରେ ଆବଶ୍ୟକ ଭିତ୍ତିଭୂମି ଓ ପ୍ରସ୍ତୁତିର ଯାଞ୍ଚ କରିଛନ୍ତି l
ଜିଲ୍ଲାପାଳ ଶ୍ରୀମତୀ ଦାସ ପରିଦର୍ଶନ ସମୟରେ ସମ୍ପୃକ୍ତ ବି ଏଲ ଓ, ତଥା ଏ ଆର ଓ, ଆର ଓ ଙ୍କୁ ପ୍ରତ୍ୟେକ ବୁଥ୍ ରେ ମତଦାନ ଦିନ ପାନୀୟଜଳ, ଆଶ୍ରୟ ସ୍ଥଳ,/ ବିଶ୍ରାମ କକ୍ଷ, ଆବଶ୍ୟକ ଶୌଚାଳୟ ବ୍ୟବସ୍ଥା, ଆବଶ୍ୟକ ଅନୁଯାଇ ଆଲୋକ ବ୍ୟବସ୍ଥା, ଭିନ୍ନକ୍ଷମ ମତଦାତାଙ୍କ ନିମନ୍ତେ ରେମ୍ପ ସୁବିଧା, ହୁଇଲ ଚେୟାର ବ୍ୟବସ୍ଥା ପୁନଶ୍ଚ ୮0 ବର୍ଷରୁ ଉର୍ଦ୍ଧ ମତଦାତାଙ୍କ ନିମନ୍ତେ ବ୍ୟବସ୍ଥିତ ମତଦାନ ପାଇଁ ଆବଶ୍ୟକ ପ୍ରସ୍ତୁତି ସହ ପାରିପାର୍ଶ୍ଵିକ ବ୍ୟବସ୍ଥାର ବ୍ୟବସ୍ଥିତକୁ ସୁନିଶ୍ଚିତ କରିବାକୁ ନିର୍ଦେଶ ଦେଇଛନ୍ତି l ଜିଲ୍ଲାପାଳଙ୍କ ବୁଥ୍ ପରିଦର୍ଶନ ସମୟରେ ଉପଜିଲ୍ଲାପାଳ ସୋନପୁର ସୁରଜ କୁମାର ପଟ୍ଟନାୟକ, ଉପଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନିକା ସମ୍ପୃକ୍ତ ବି ଏଲ ଓ, ତଥା ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ l