-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
05-Apr-2024
ବୋଡ଼େନ (ଡୋଲେଶ୍ଵର ବାଗ)
ବୋଡ଼େନ ବ୍ଲକ ବାବେ ବିର ପଞ୍ଚାୟତର ଖଇର ଭାଡ଼ି ଗ୍ରାମରେ ଅଣ୍ଟା ଭିଡ଼ିଲେ ଗ୍ରାମର ଲୋକେ।ଗାଁ ଭିତରେ ଥିବା କଂକ୍ରିଟ ରାସ୍ତା ପାର୍ଶ୍ବରେ ଡ୍ରେନ ବର୍ଷ ବର୍ଷ ଧରି ମଇଳା ଭର୍ତ୍ତି ହୋଇଯାଇ ଥିବାରୁ ମଇଳା ପାଣି ରାସ୍ତା ଉପରକୁ ଚାଲି ଆସୁଥିଲା ଯାହାକି ଯିବା ଆସିବାରେ ଅସୁବିଧା ଆଣି ଦେଉଥିଲା ଲୋକଙ୍କୁ ।ତେଣୁ ଗ୍ରାମର ପ୍ରେମ ଲାଲ ହରିଜନ,ଭବାନୀ ହଂସ, ଡମନା ହଂସ,ଲମ୍ବୋଦର ବାଗ, ଡୋଲେଶ୍ୱର ବାଗ,ମୋହିତ ହଂସ,ଜଗବନ୍ଧୁ ହଂସ ,ରୂପ ସିଂ ହଂସ ଙ୍କ ସମେତ ଅନ୍ୟ ଯୁବକ ମାନେ ମିଶି ଡ୍ରେନ ସଫେଇ କରିଛନ୍ତି ।ଗାଁ ମଝି କଂକ୍ରିଟ ରାସ୍ତା ମଧ୍ୟ ଉପୁଡ଼ି ପଡ଼ିଲାଣି ଯେଉଁଥିରେ କି ଲୋକ ଝୁଣ୍ଟି ପଡୁଛନ୍ତି ।ସ୍ଥାନୀୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ନୂତନ ରାସ୍ତା ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି ।