-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
05-Apr-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ ) ବିଭିନ୍ନ ସଚେତନତା ବାର୍ତ୍ତା ନେଇ ଆଜି ସାଇକଲ ରେ ଭାରତ ଯାତ୍ରା ଆରମ୍ଭ କରିଛନ୍ତି ସୋନପୁର କଲେଜ ର ପ୍ରାକ୍ତନ ଏନ୍ ସି ସି କ୍ୟାଡେଟ ଶ୍ରୀମାନ ସତ୍ୟନାରାୟଣ ବାଗ l ଏକ୍ ଭାରତ ଶ୍ରେଷ୍ଠ ଭାରତ ସ୍ବଚ୍ଛ ଭାରତ ର ବାର୍ତ୍ତା ପରିପ୍ରେକ୍ଷୀରେ ଭାରତର ବିଭିନ୍ନ ସଂସ୍କୃତି , ପୋଷାକ, ଚାଲି ଚଳନ କୁ ସମସ୍ତ ଙ୍କ ପାଖରେ ପହଞ୍ଚାଇବା , ସ୍ବଚ୍ଛତା ଓ ଆଗାମୀ ସଧାରଣ ନିର୍ବାଚନ ରେ ଯୁବକ ଙ୍କ ଠୁଁ ଆରମ୍ଭ କରି ବୟସ୍କ ଯାଏଁ ବହୂ ମୂଲ୍ୟ ମତ ଦାନ ର ମହତ୍ତ୍ଵ ଓ ଏଥିରେ ଶତ ପ୍ରତିଶତ ସମସ୍ତ ଙ୍କ ସହଭାଗିତା ସହିତ ଏକ ସଶକ୍ତ ରାଷ୍ଟ୍ର ଗଠନ କରିବା ପ୍ରମୁଖ ସଚେତନତା ବାର୍ତ୍ତା ନେଇ ସାରା ଭାରତ ପରିଭ୍ରମଣ ପାଇଁ ପ୍ରସ୍ତୁତି କରି ଥିବା ଶ୍ରୀମାନ ବାଗ ଙ୍କ ଏହି ଦୁଃସାହସିକ ସାଇକଲ ଯାତ୍ରା କୁ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଓ ଏସପି ଶ୍ରୀ ୟସ୍ ପ୍ରତାପ ଶ୍ରୀମାଲ୍ ସବୁଜ ପତାକା ଦେଖାଇ ଶୁଭ ଉଦ୍ଘାଟନ କରିଥିଲେ l ଫୁଲ ତୋଡା ଓ ଉପଢୌକନ ପ୍ରଦାନ ପୂର୍ବକ ଶ୍ରୀ ବାଗ ଙ୍କୁ ଶୁଭ କାମନା ଓ ଉତ୍ସାହ ପ୍ରଦାନ କରିଥିଲେ l ଗଣତାନ୍ତ୍ରିକ ଅଧିକାର ରେ ଶତ ପ୍ରତିଶତ ନିଶ୍ଚିତ ମତ ଦାନ କରିବାକୁ ସବୁଠି ଯୁବ ଭୋଟର ଙ୍କୁ ସଚେତନ ଓ ପ୍ରେରଣା ଦେବାକୁ ଜିଲ୍ଲାପାଳ ଓ ଏସପି ଶ୍ରୀ ବାଗ ଙ୍କୁ ପରାମର୍ଶ କରିଥିଲେ l ଏଡିଏମ୍ ରବୀନ୍ଦ୍ର କୁମାର କହଁର, ଏଡିଏମ୍ ଅଞ୍ଜଳିନା ପ୍ରଧାନ, ଡେପୁଟି କଲେକ୍ଟର ବିଶି କେଶନ ପ୍ରଧାନ, ଆସିଷ୍ଟାଣ୍ଟ କଲେକ୍ଟର ତଥା ଜିଲ୍ଲା କ୍ରିଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ଆସିଷ୍ଟାଣ୍ଟ କଲେକ୍ଟର ରମେଶ ଚନ୍ଦ୍ର ଗୋଛି, କୃଷ୍ଣ ମୋହନ ସିଂ, ଶ୍ରୀମତୀ ତପସ୍ୱିନୀ ଶତପଥି, ସତ୍ୟ ବ୍ରତ ସାହୁ ପ୍ରମୁଖ ପାଞ୍ଚ ଜଣ ଆସିଷ୍ଟାଣ୍ଟ କଲେକ୍ଟର ଙ୍କ ସମେତ ସ୍ୱଚ୍ଛ ଭାରତ ସଂଗଠନ ସଭାପତି ଶୟଦ୍ ଅଲିମୂଲ୍ ଇସଲାମ, ଉପ ସଭାନେତ୍ରୀ ଇନ୍ଦୁ ମତି ପୁରୋହିତ, ବରିଷ୍ଠ ନାଗରିକ ଜ୍ୟୋତି ରଂଜନ ପଟ୍ଟନାୟକ, ଆଇନ୍ ଜିଵୀ ପ୍ରଦୀପ ପୁରୋହିତ, କ୍ରୀଡା ସଙ୍ଗଠକ ପୀୟୂଷ ପଣ୍ଡା, ରମଧୁନ୍ କ୍ଳବ୍ ସମ୍ପାଦକ ବିକାଶ ପଣ୍ଡା, ସମାଜସେଵୀ ଗୋବିନ୍ଦ ମାହାଣା, ପୋଲିସ୍ କନେଷ୍ଟବଳ ସଂଘ ସଭାପତି ଦିନେଶ ମିଶ୍ର ପ୍ରମୁଖ ବୁହୁ ବିଶିଷ୍ଟ ବ୍ୟକ୍ତି ଏଠାରେ ଉପସ୍ଥିତ ରହି ଯାତ୍ରା ସଫଳ ପାଈଁ ସୁବର୍ଣ୍ଣପୁର ର ଗୌରବ ବଢ଼ାଇବାକୁ ଭାରତ ଭ୍ରମଣକାରୀ ଶ୍ରୀମାନ ବାଗ ଙ୍କୁ ଶୁଭ କାମନା ଜଣାଇଥିଲେ l ସୋନପୁର କଲେଜ ଏନ୍ ସି ସି ଲେଫ୍ଟେନେଣ୍ଟ ଆଶିଷ ଅଗ୍ରୱାଲା, କ୍ରୀଡା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ସମାଜସେବୀ ତଥା ସାମ୍ୱାଦିକ ମନୋରଞ୍ଜନ ତ୍ରିପାଠୀ, ଓ ରକ୍ତଦାତା ସଂଘ ସଭାପତି ମନୋଜ ପଣ୍ଡା ଏହି କାର୍ଯ୍ୟକ୍ରମ କୁ ଅୟୋଜନ କରିଥିବା ବେଳେ ସ୍ବଚ୍ଛ ଭାରତ, ଗୋପlଲ୍ଜୀ ଯୋଗlଳୟ, ବରିଷ୍ଠ ନାଗରିକ ସଂଘ, ର ସମସ୍ତ କର୍ମକର୍ତା, ଗଣ ମାଧ୍ୟମ ପ୍ରତିନିଧି, କେଲେକ୍ଟ୍ରିଏଟ୍ କର୍ମଚାରୀ, ଇନ୍ଫିନିଟି କ୍ଳବ୍ ସଦସ୍ୟ, ଓ ସମସ୍ତ ଏନ୍ ସି ସି କ୍ୟାଡେଟ ଏଥିରେ ଯୋଗ ଦେଇଥିଲେ l