-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
05-Apr-2024
ଆଗଲପୁର, (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ର ଗାଁ ସାଥି ସଂଘ ତରଫରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ର କୁଲଦୀପ ମହାନ୍ତି ଙ୍କୁ ଗତକାଲି ଏକ ଦାବି ପତ୍ର ପ୍ରଦାନ କରିଥିଲେ l ଗାଁ ସାଥି ମାନଙ୍କ ର ଥିବା ବିଭିନ୍ନ ସମସ୍ୟା କୁ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ପ୍ରଦାନ କରାଯାଇଛି ମୁଖ୍ୟତଃ ସେମାନେ ଏକ ୫ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ସରକାର୍ ସମସ୍ତଙ୍କର ସମସ୍ୟା ଉପରେ ଦୃଷ୍ଟିଦେଇ ସମାଧାନ କରୁଥିବା ବେଳେ ଗାଆଁ ସାଥି ମାନଙ୍କ ପ୍ରତି କର୍ଣ୍ଣପାତ କରୁ ନାହାନ୍ତି l ତେଣୁ ସେମାନେ ଗାଆଁ ସାଥି ମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସରକାରଙ୍କୁ ବିନମ୍ର ଅନୁରୋଧ କରିଛନ୍ତି l ଯେତେଶୀଘ୍ର ହେବ ତାଙ୍କ ପ୍ରତି ସରକାର୍ ଦୃଷ୍ଟି ଦେବାକୁ ସଂଘ ଦାବି କରିଛି l ଦାବି ପତ୍ର ଦେବା ସମୟରେ ସଂଘ ସଭାପତି ଶ୍ରୀ ଆନନ୍ଦ ପ୍ରଧାନ, ଉପ ସଭାପତି ପ୍ରକାଶ ଦୀପ, ସମ୍ପାଦକ ଶ୍ରୀ ଗ୍ୟାନେଶ୍ୱର୍ ପଧାନ, ସହ ସଂପାଦକ ଶ୍ରୀ ସଚ୍ଚିକାନ୍ତ ପ୍ରଧାନ ସମେତ ବ୍ଲକ ର ସମସ୍ତ ରାଜସ୍ୱ ଗ୍ରାମର ଗାଆଁ ସାଥି ବୃନ୍ଦ ଉପସ୍ଥିତ ଥିଲେ l