-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
03-Apr-2024
ସୋନପୁର ( ମନୋରଞ୍ଜନ ତ୍ରୀପାଠି)
ବିଜୁ ପଟ୍ଟନାୟକ ଛକ ନିକଟରେ ଥିବା ସଦର ଥାନା ପାଚେରୀ ତଥା ମଝିପଡ଼ା ରାସ୍ତା କଡ ରେ ଥିବା ଡ୍ରେନ ରେ ଖସି ଚାପି ହୋଇ ବିପଦ ରେ ପଡିଥିବା ଏକ ବୁଲା ଷଣ୍ଢ କୁ ସୋନପୁର ଦମକଳ ବାହୀନି ଗତ କାଲି ସନ୍ଧ୍ୟା ରେ କୌଶଳ କ୍ରମେ ଉଦ୍ଧାର କରିଛି l ପୌର ପରିଷଦ ଦ୍ବାରା ନିର୍ମାଣଧିନ ଡ୍ରେନ ସବୁ ଦୀର୍ଘ ବର୍ଷ ଧରି ସହର ରେ ମୁକୁଳା ହୋଇ ପଡ଼ିଥିବା ଯୋଗୁଁ ପ୍ରତ୍ୟହ ଏଭଳି ଅଘଟଣ ଘଟୁଥିବା ଜଣା ପଡ଼ିଛି l ଯା ଦ୍ବାରା କି ଶହ ଶହ ଜୀବ ଜନ୍ତୁ ଆହତ ଓ ମୃତାହତ ହେଉଥିବା ଖବର କୁ ସ୍ଥାନୀୟ ବୁଦ୍ଧିଜୀବୀ ପୌର ପରିଷଦର ଅବହେଳା ଓ ଦାୟିତ୍ଵ ହୀନତା କାର୍ଯ୍ଯ କୁ ଦୃଢ଼ ନିନ୍ଦା କରିଛନ୍ତି l ୨୪ ବର୍ଷ ର ୫ ଟି ସରକାର ଯଦି ସହର ର କିଛି ଜୀବ ଜନ୍ତୁ ଙ୍କୁ ସୁରକ୍ଷା ଦେଇ ପାରୁନି ତାହେଲେ ସାଢେ଼ ଚାରି କୋଟି ଓଡ଼ିଆ ଙ୍କ ସୁରକ୍ଷା ପାଇଁ କେତେ ଯେ ଯତ୍ନବାନ ତାହା ଏଥିରୁ ସ୍ପଷ୍ଟ ଜଣା ପଡୁଛି ବୋଲି ସମାଲୋଚନା କରି ଛନ୍ତି l