-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
03-Apr-2024
ସୋନପୁର(ମନୋରଞ୍ଜନ ତ୍ରିପାଠୀ ): - ବିଜୁ ପଟ୍ଟନାୟକ ଛକ ନିକଟରେ ଥିବା ସଦର ଥାନା ପାଚେରୀ ତଥା ମଝିପଡ଼ା ରାସ୍ତା କଡ ରେ ଥିବା ଡ୍ରେନ ରେ ଖସି ଚାପି ହୋଇ ବିପଦ ରେ ପଡିଥିବା ଏକ ବୁଲା ଷଣ୍ଢ କୁ ସୋନପୁର ଦମକଳ ବାହିନୀ l ଗତକାଲି ସନ୍ଧ୍ୟାରେ କୌଶଳ କ୍ରମେ ଉଦ୍ଧାର କରିଛି l ପୌର ପରିଷଦ ଦ୍ବାରା ନିର୍ମାଣଧିନ ଡ୍ରେନ ସବୁ ଦୀର୍ଘ ବର୍ଷ ଧରି ସହର
ରେ ମୁକୁଳା ହୋଇ ପଡ଼ିଥିବା ଯୋଗୁଁ ପ୍ରତ୍ୟହ ଏଭଳି ଅଘଟଣ ଘଟୁଥିବା ଜଣା ପଡ଼ିଛି l ଯା ଦ୍ବାରା କି ଶହ ଶହ ଜୀବ ଜନ୍ତୁ ଆହତ ଓ ମୃତାହତ ହେଉଥିବା ଖବର କୁ ସ୍ଥାନୀୟ ବୁଦ୍ଧିଜୀବୀ ପୌର ପରିଷଦର ଅବହେଳା ଓ ଦାୟିତ୍ଵ ହୀନତା କାର୍ଯ୍ଯକୁ
ଦୃଢ଼ ନିନ୍ଦା କରିଛନ୍ତି l ୨୪ ବର୍ଷ ର ୫ ଟି ସରକାର ଯଦି ସହର ର କିଛି ଜୀବ ଜନ୍ତୁ ଙ୍କୁ ସୁରକ୍ଷା ଦେଇ ପାରୁନି ତାହେଲେ ସାଢେ଼ ଚାରି କୋଟି ଓଡ଼ିଆ ଙ୍କ ସୁରକ୍ଷା ପାଇଁ କେତେ ଯେ ଯତ୍ନବାନ ତାହା ଏଥିରୁ ସ୍ପଷ୍ଟ ଜଣା ପଡୁଛି ବୋଲି ସମାଲୋଚନା କରି ଛନ୍ତି l