-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
03-Apr-2024
ପାଟଣାଗଡ(ପୂର୍ଣ ଶଶୀ ଶେଖର ରାଓ ): ବଲାଙ୍ଗିର ଜ଼ିଲ୍ଲାର ପାଟଣାଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧିନସ୍ଥ ଚକlମାଲ ସରକାରୀ ଉନ୍ନୀତ ନୂତନ ଉଚ୍ଚ ବିଦ୍ୟାଳୟ,ର ନୂତନ ଶିକ୍ଷା ବର୍ଷରେ ନବମ ଶ୍ରେଣୀରେ ନାମ ଲେଖାଇବା ଆରମ୍ଭ ହୋଇଯାଇଛି l ଉକ୍ତ ବିଦ୍ୟାଳୟରେ ନାମଲେଖା ଶୁଭାରମ୍ଭ ଉତ୍ସବ ମହାସମାରୋହରେ ପାଳନ କରାଯାଇଥିଲା l ଏହି ମହାନ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି
ମୁଖ୍ୟଅତିଥି ଭାବରେ ଯୋଗ ଦେଇ ନାମଲେଖା ଉତ୍ସବର ଶୁଭ ଉଦଘାଟନ କରିଥିଲେ l ଅଷ୍ଟମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲାପରେ ଚକlମାଲ, କଳାଙ୍ଗlପାଲି, ତୁର୍ଲାମାଳ,ଖଲିଆ ଏବଂ ନୀଳଜୀବହାଲ ଗ୍ରାମର ଛାତ୍ରଛାତ୍ରୀ ଚକlମାଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଅଧ୍ୟୟନ କରିବା ସୁଯୋଗ ପାଇବେ l ସୂଚନାଯୋଗ୍ୟ ଯେ ଚକlମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଗରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିବା ସୁବିଧା ଥିଲା l ନବମ ଶ୍ରେଣୀକୁ ଉନ୍ନୀତ କରିବା ପାଇଁ ଓଡିଶା ସରକାର ଙ୍କ ଶିକ୍ଷା ବିଭାଗକୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସୁପାରିଶ କରିଥିଲେ l ଚଳିତ ଶିକ୍ଷା ବର୍ଷ ରୁ ନବମ ଶ୍ରେଣୀରେ ପାଠ ପଢ଼ା ଆରମ୍ଭ ପାଇଁ ସରକାର ଆଦେଶ ଦେଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ର ଲହରୀ ଖେଳି ଯାଇଥିଲା l ଚକlମାଲ ଗାଁ ରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କୁ ଗ୍ରାମବାସୀ ସାଂସ୍କୃତିକ ଶୋଭାଯାତ୍ରା ରେ ପାଛୋଟି ନେଇଥିଲେ l ବିଦ୍ୟାଳୟ ପରିସରରେ ନବମ ଶ୍ରେଣୀ ରେ ନାମଲେଖା ଶୁଭାରମ୍ଭ ଉତ୍ସବ ଉପଲକ୍ଷେ ବିଶାଳ ସଭା କରାଯାଇଥିଲା l ସଭା ରେ ଚକମାଲ, ନୀଳଜୀବହାଲ, କଳଙ୍ଗlପାଲି,ତୁର୍ଲାମାଳ, ଖଲିଆ ଗ୍ରାମ ଗୁଡିକ ର ଶତାଧିକ ଗ୍ରାମବାସୀ ଯୋଗଦେଇଥିଲେ l ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଓଡିଶା ସରକାର ଙ୍କ ୫ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରିକରଣ କାର୍ଯ୍ୟକ୍ରମ ତଥା ସ୍ମାର୍ଟ କ୍ଲାସରୁମ, ସାଇନ୍ସ ଲେବରେଟରି, ଇ-ଲାଇବ୍ରେରୀ, ଅନ ଲାଇନ ଶିକ୍ଷାଦାନ,
ଗ୍ରାଜୁଏସନ ପର୍ଯ୍ୟନ୍ତ ନିଃଶୁଳ୍କ ଶିକ୍ଷା ସୁବିଧା, ଆମ ଓଡିଶା ଯୁବ ଓଡିଶା, ଛାତ୍ରଛାତ୍ରୀ ବୃତ୍ତି ବୃଦ୍ଧି ବିଷୟରେ ଆଲୋକପାତ କରିଥିଲେ l ସାଂସଦ ଶ୍ରୀ ବିଶି ପାଠପଢ଼ା ସହିତ କ୍ରୀଡା, କଳା ସଂସ୍କୃତି, ସମାଜସେବା,ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ସଭାମଞ୍ଚ ରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଦେବାଶିଷ ମେହେର,ସମାଜସେବୀ ମନୋଜ ଲୁହା,ପ୍ରଧାନ ଶିକ୍ଷକ, ପ୍ରମୁଖ ଉପସ୍ଥିତ ଥିଲେ l