-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
27-Mar-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ): ରଙ୍ଗ ଓ ଭାଇଚାରା ର ପର୍ବ ହୋଲି ଅବସରରେ କଣ୍ଟାମାଳ ବ୍ଲକ ଛକ ସ୍ଥିତ ଶ୍ରୀରାମ ମନ୍ଦିର ଠାରେ ବ୍ଲକଛକ ଶ୍ରୀରାମ ଚରିତ ମାନସ ଭକ୍ତବୃନ୍ଦଙ୍କ ଦ୍ୱାରା ଶହେ ଆଠ ହନୁମାନ ଚାଳିଶା ପାଠ ଓ ଘୃତ ଯଜ୍ଞ ହୋଇଥିଲା l ଏହି ପାବନ ଅବସରରେ ଆସନ୍ତା ଏପ୍ରିଲ ମାସ ୫ ତାରିଖ ଠାରୁ ୧୩ତାରିଖ ପର୍ଯ୍ୟନ୍ତ ଦୀର୍ଘ ନଅ ଦିନ ଧରି ହେବାକୁଥିବା ତୁଳସୀ ରାମାୟଣ ପରାୟଣ ଓ ଶ୍ରୀରାମ ଚରିତ ମାନସ ନବାହ୍ନ ପରାୟଣ ଓ ପ୍ରବଚନ ନିମନ୍ତେ ମlଙ୍ଗଳିକ ଶ୍ରାଦ୍ଧ, ଦେବ ନିମନ୍ତ୍ରଣ ଓ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି l
ଏଥିରେ ହରିବନ୍ଧୁ ପୁରୋହିତ ସପତ୍ନୀକ ଯଜ୍ଞ କର୍ତ୍ତା ଓ ପଣ୍ଡିତ ସନତ କୁମାର ମିଶ୍ର ଯଜ୍ଞ ପୁରୋହିତ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ମନ୍ଦିର ପୂଜକ ଆନନ୍ଦ ଚନ୍ଦ୍ର ପାଢ଼ୀ ସହଯୋଗ କରିଥିଲେ l ସେହିପରି ଅଷ୍ଟତ୍ତର ସତଚାଳିଶା ସାମୁହିକ ପଠନ ର ବ୍ୟାସ ଭାବେ ଭାଗ୍ୟଧର ମିଶ୍ର ଓ ଦାମୋଦର ସ୍ୱାଇଁ ଦାୟିତ୍ୱ ତୁଲାଇଥିଲେ l କଣ୍ଟାମାଳ ବ୍ଲକଛକ ଶ୍ରୀରାମ ଚରିତ ମାନସ ଆୟୋଜନ କମିଟି ସଭାପତି ସନ୍ତୋଷ କୁମାର ବିଶି ଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ ଉତ୍ସବରେ ସଦାନନ୍ଦ ପାଢ଼ୀ, ନୀଳାଞ୍ଚଳ ଗୁରୁ, ରାଜ କିଶୋର ମିଶ୍ର, ସୁଶୀଲ ପାଣିଗ୍ରାହୀ, ଗୌରାଙ୍ଗ ବଗର୍ତ୍ତୀ, ଅପର୍ତ୍ତି ପ୍ରଧାନ, ଅରୁଣ ସାହୁ, ମନୋଜ କୁମାର ରାଜହଂସ ସମେତ ବହୁ ସଂଖ୍ୟାରେ ମହିଳା ଭକ୍ତ ଯୋଗଦେଇଥିଲେ l