-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
28-Mar-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର,)
ଜିଲ୍ଲାର ବିଭିନ୍ନ ଗ୍ରାମରେ ବିଭିନ୍ନ ଦିନରେ ଶିବରାତ୍ରି ପାଳିତ ହେଉଥିବା ବେଲେ ଆଜି ଡାବୁଗାଁ ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମରେ ମଧ୍ୟ ଧୁମଧାମରେ ଶିବରାତ୍ରି ପାଳିତ ହୋଇଛି |ସମଗ୍ର ଦେଶରେ ଗୋଟିଏ ଦିନରେ ଶିବରାତ୍ରୀ ପାଳିତ ହେଉଥିବା ବେଲେ ନବରଙ୍ଗପୁର ଜିଲ୍ଲାରେ କିନ୍ତୁ ଏହି ପର୍ବକୁ ଏକ ନିଆରା ଢଙ୍ଗରେ ପାଳନ କରାଯାଉଛି।ଗ୍ରାମବାସୀ ଏକ ବୈଠକ କରି ଦିନ ଧାର୍ଯ୍ୟ କଲାପରେ ଉକ୍ତ ଗ୍ରାମରେ ଶିବରାତ୍ରି ପାଳିତ ହୋଇଥାଏ।ଚିକିଲି ଗ୍ରାମରେ ପାଳିତ ହେଉଥିବା ଶିବରାତ୍ରିରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚିକିଲି, ମାଲିଗୁଡା, ଭୀମଗୁଡା, ବୁଟିଆଗୁଡା, ହଳଦୀ,ପୂଜାରୀଗୁଡା,ଚେରଚେଟିଆଗୁଡା ଆଦି ଗ୍ରାମର ଶତାଧିକ ଜନ ସାଧାରଣଙ୍କ ସମାଗମ ଦେଖିବାକୁ ମିଳିଛି |ଉଠା ଦୋକାନୀ ମାନଙ୍କ ମଧ୍ୟ ପ୍ରବଳ ଭିଡ଼ ଜମିଥିଲା|ମହାଦେବଙ୍କ ଦର୍ଶନ କରିବାକୁ ଆସିଥିବା ଭକ୍ତ ଓ ଶ୍ରଦ୍ଧାଳୁ ମହାଦେବଙ୍କ ଦର୍ଶନ କରିବା ସହ ବଜାର ଵୁଲି ବିଭିନ୍ନ ପ୍ରକାର ଘରୋଇ ଉପକରଣ କିଣିଥିଲେ |ରାତ୍ରିରେ ଜନସାଧାରଣଙ୍କ ମନରଞ୍ଜନ ନିମନ୍ତେ ଆଦିବାସୀ ନାଟକର ଆୟୋଜନ କରାଯାଇଥିଲା କମେଟ ତରଫରୁ |ବିପୁଳ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ନାଟକଟିକୁ ମନଭରି ଉପଭୋଗ କରିଥିଲେ | ଆଜି ଏହି ଯାତ୍ରା ଦେଖିବାକୁ ଡାବୁଗାଁ ବ୍ଲକ ଚେରମେନ ବୀଣା ମାଝିଙ୍କ ଶହ ଅନେକ ଜନପ୍ରତିନିଧି ମଧ୍ୟ ଆସିଥିଲେ।ଗ୍ରାମର ମୁକୁନ୍ଦ ପୂଜାରୀ,ତୁଲାରାମ ପୂଜାରୀ, ବୁଦନ ପୂଜାରୀ, ପର୍ମାନନ୍ଦ ଭତ୍ରା, ଡମୁ ଗାଣ୍ଡା, ସାନସିଂ ଗାଣ୍ଡା, ଈଶ୍ୱର ଗାଣ୍ଡା, ଧରମସିଂ ହରିଜନ ପ୍ରମ୍ମୁଖଙ୍କ ପ୍ରଚେଷ୍ଟା ରେଆଜି ଶାନ୍ତିଶୃଙ୍ଖଳାରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା।|