-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
27-Mar-2024
ବଲାଙ୍ଗି(ପ୍ରେରଣା ଖବର ): ନାଟକ ଆଜିର ସମୟର ଅପରିହାର୍ଯ୍ଯ ଆବଶ୍ୟକତା।ଜଗତ ଯେତେବେଳେ ପାରସ୍ପରିକ ହିଂସାର କବଳରେ,ସେତେବେଳେ ନାଟକ ମଣିଷକୁ ମଣିଷର ଭଲ ପାଇବାର ବାର୍ତ୍ତା ଦେଉଛି। ତେଣୁ ନାଟକ ଆମର ଜୀବନ ପାଇଁ ଜରୁରୀ।ଆଗକୁ ମଧ୍ଯ ଏହା ମଣିଷକୁ ଜୀବନବାଦୀ କରିବ ବୋଲି ବିଶ୍ବ ନାଟ୍ୟ ଦିବସ ପାଳନ ଅବସରରେ ଏହି ମତ ଦେଇଛନ୍ତି ନାଟକ ସହଜଡିତ ବହୁ ବ୍ୟକ୍ତିବିଶେଷ।ବଲାଙ୍ଗୀର ର ଅଗ୍ରଣୀ ନାଟ୍ୟାନୁଷ୍ଠାନ ଅନ୍ବେଷଣ ତରଫରୁ ବଲାଙ୍ଗିର ପାଟଣେଶ୍ବରୀ ମନ୍ଦିର ନିକଟରେ ମୁକ୍ତମଂଚରେ ବିଶ୍ବ ନାଟ୍ୟ ଦିବସ ୨୦୨୪ପାଳନ ଅବସରରେ ଏପରି ମତ ଦେଇଛନ୍ତି।
ସନ୍ଦୀପ କୁମାର କୁଅଁର ଙ୍କ ମଂଚ ସଂଯୋଜନା ଓ ପରିଚିଳନା କ୍ରମେ ବରିଷ୍ଠ ସଂଗଠକ ଓ କଳାକାର ପ୍ରଭାକର ମିଶ୍ର , ନାଟ୍ୟ
ନିର୍ଦ୍ଦେଶକ ଅଶୋକ କୁମାର ମିଶ୍ର , ଯୁବ କଳାକାର ତଥା ଦୈନିକ ସମାଜର ସହ ସମ୍ପାଦକ ବିଭୁକଲ୍ୟାଣ ଗଡତିଆ ଅତିଥିଭାବରେ ଯୋଗ ଦେଇଥିବା ବେଳେ ଅନ୍ବେଷଣ ର ସଂପାଦକ ପ୍ରକାଶ ଥନାପତି ବିଶ୍ବ ନାଟ୍ୟଦିବସ ଅବସରରେ
ଆନ୍ତର୍ଜାତୀୟ ନାଟ୍ୟ ଅନୁଷ୍ଠାନ ଦ୍ଵାରା ପ୍ରସାରିତ ବିଶିଷ୍ଟ କବି, ନାଟ୍ୟକାର, ଔପନ୍ୟାସିକ, ପ୍ରାବନ୍ଧିକ ଓ ଅନୁବାଦକ ୟନ୍ ଫସେଙ୍କ "କଳା ହେଉଛି ଶାନ୍ତି" ଶୀର୍ଷକ ବାର୍ତ୍ତାର ଓଡିଆ ଅନୁବାଦ କୁ ପାଠ କରିଥିଲେ।ଅନ୍ୟମାନଙ୍କ ମଧ୍ଯରେ ଦୀଲିପ କୁମାର ଦୀପ, ନାଟ୍ୟ ନିର୍ଦ୍ଦେଶକ ହିମାଂଶୁ ଶେଖର ଖମାରୀ , ଅନୁପ୍ରିୟା ମିଶ୍ର,କଣ୍ଠଶିଳ୍ପୀ ନବୀନ କିଶୋର କୁଅଁର, ଲୋକ ସଂସ୍କୃତି ଗବେଷକ ନିଳାଞ୍ଚଳ ନନ୍ଦ,ଭରତ ନାଗ,
ମଂଚ ଚଳଚ୍ଚିତ୍ର ଅଭିନେତା ବ୍ରହ୍ମାନନ୍ଦ ବନଛୋର , ଅନ୍ବେଷଣ ର ସଭାପତି ହୃଷୀକେଶ ପୁରୋହିତ ସମେତ ବଲାଙ୍ଗିର ର ବହୁ ନାଟ୍ୟ ପ୍ରେମୀ ମଂଚ ନାଟକ ସମ୍ପର୍କରେ ମତାମତ ଦେଇଥିଲେ।ଶେଷରେ ଅନ୍ବେଷଣ ତରଫରୁ ଅଶୋକ କୁମାର ଦୀପ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ବିଶ୍ବ ନାଟ୍ୟଦିବସ ସଚେତନତା ପାଇଁ ଏକ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ।