-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
27-Mar-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ବିଧାନସଭା ପାଇଁ ବିଜୁ ଜନତା ଦଳ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି l ଦଳ ର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଧ୍ୟାହ୍ନ ସମୟ ଆଗରୁ ନାମ ଘୋଷଣା କରିଛନ୍ତି l ବୌଦ୍ଧ ଜିଲ୍ଲା ର କଣ୍ଟାମାଳ ବିଧାନସଭା କ୍ଷେତ୍ର ପାଇଁ ମହୀଧର ରଣା ଙ୍କୁ ପୁନର୍ବାର ଦଳ ପ୍ରାର୍ଥୀ କରିଛି l ତୃତୀୟ ଥର ପାଇଁ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ କଣ୍ଟାମାଳ ପାଇଁ ଶ୍ରୀଯୁକ୍ତ ରଣା ଙ୍କ କାର୍ଯ୍ୟଦକ୍ଷତା, ସାଙ୍ଗଠନିକ ସ୍ଥିତି ଓ ଲୋକପ୍ରିୟତା ଉପରେ
ଆସ୍ଥା ପ୍ରକଟ କରି ପ୍ରାର୍ଥୀ କରିଛି l ଦଳ ତରଫରୁ ପୁନଃ ଶ୍ରୀ ରଣାଙ୍କ ନାମ ଘୋଷଣା ପରେ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି l ବିଭିନ୍ନ ସ୍ଥାନରେ ବିଜେଡି କର୍ମୀ ଓ ଜନସାଧାରଣ ଆତସବାଜି ସହ ମିଷ୍ଟାନ ବଣ୍ଟନ କରି ଖୁସିରେ ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଥିଲା l ସେହିପରି ଜିଲ୍ଲାର ଅନ୍ୟତମ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପୁନଃ ପୂର୍ବତନ ମନ୍ତ୍ରୀ ପ୍ରଦୀପ କୁମର ଅମାତ ଙ୍କୁ ଦଳ ପ୍ରାର୍ଥୀ କରିଛି l