-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
27-Mar-2024
ତରଭା(କପିଳାସ ସେଠ): ତରଭା ନିକଟସ୍ଥ ୫୭ ନମ୍ବର ଜାତୀୟ ରାଜପଥର ବଇରାସର ଠାରୁ ୧ କିଲୋମିଟର ଦୁରରେ ଥିବା ଭଦ୍ରାପାଲି ଛକ ଠାରେ ବୁଧବାର (୨୭ ତାରିଖ )ପ୍ରାୟ ପ୍ରାତଃ 5=30ଟା ସମୟରେ ଏକ ସରକାରୀ ବସ ସହିତ ଏକ ବାଇକ ର ଧକ୍କା ହେବାରୁ ବାଇକରେ ଥିବା ଦୁଇ ଜଣ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡିଛି। ପୁଇଁନ୍ତଲା ପୁଲିସ ର ସୂଚନା ଅନୁଯାୟୀ ସୋନପୁର ଜିଲ୍ଲା ର ବିରମାହାରାଜପୁର ବ୍ଲକ ଅଧିନସ୍ଥ ସୁବଳୟା ଗ୍ରାମର ହିମା°ଶୁଶେଖରମାହାପାତ୍ର (୨୩) ଓ ତାଙ୍କ ସାଙ୍ଗ ଡୁଙ୍ଗୁରିପାଲି ଥାନା ଅଧିନସ୍ଥ ଗମ୍ଭାରୀପାଲି ଗ୍ରାମର ନରେଶ ସାହୁ (୨୩) ଲାଞ୍ଜିଗଡ଼ ବେଦାନ୍ତ କାରଖାନାରେଉଭୟେ କାମ କରୁଥିଲେ। ହୋଲି ଛୁଟି ଥିବାରୁ ଉଭୟ ସାଙ୍ଗ ସୁବଳୟା ଆସିଥିଲେ। ଆଜି ବୁଧବାର ସେମାନେ କାମରେ ଯୋଗଦେବା ପାଇଁ ତାଙ୍କର ବାଇକ ନମ୍ବର ଓଡି-୧୫ ଓ୍ବାଇ-୭୯୮୩ ଯୋଗେ ଲାଞ୍ଜିଗଡ଼ ବେଦାନ୍ତ କାରଖାନା କୁ ଯାଉଥିଲେ । ବଇରାସର ଠାରୁ ୧ କିଲୋମିଟର ଦୂରରେ ଥିବା ଭଦ୍ରା ପାଲି ଛକରେ ଗତ ତିନିଦିନତଳେ ହୋଇଥିବାଝଡି ବର୍ଷା ରେ ଏକ ବଡ ବମୁର ଗଛ ଉପୁଡି ୫୭ ନମ୍ବର ଜାତୀୟ ରାଜପଥ ଉପରେ ପଡି ଅଧା ରାସ୍ତା ମାଡ଼ି ପଡ଼ିରହି ଥିଲା । ସେ ଠାରେ ବାଇକରେ ଯାଉଥିବା ଉଭୟ ସାଙ୍ଗ ହଠାତ ଗଛ ପଡିଥିବା ଦେଖି ଡାହାଣ କୁ କାଟି ଚାଲିଯିବାକୁ ଚେଷ୍ଟା କରୁଥିବା ବେଳେ ବଲାଙ୍ଗୀର ରୁ ଫୁଲବାଣୀ ଯାଉଥିବା ଓଡି -୦୩ ଭି- ୦୬୩୭ ନମ୍ବର ବସରପଛ
ଚକରେ ପଡି ଯାଇଥିଲେ । ଫଳରେ ବସ ଚକା ଉଭୟଙ୍କ ମୁଣ୍ଡରେ ଚଢ଼ିଯାଇ ଥିବାରୁ ଘଟଣା ସ୍ଥଳରେ ବାଇକରେ ଥିବା ଉଭୟ ସାଙ୍ଗ ଙ୍କ ମୃତ୍ୟୁ ଘଟିଥିଲା। ବସ ଚାଳକ ବସ କୁ ବଇରାସର ଠାରେ ଥିବା ପୁଲିସ ପାଖରେ ସରେଣ୍ଡର କରିବାରୁ ବସକୁ ତରଭା ଥାନା କୁ ନେଇ ରଖାଯାଇଥିଲା। ଖବର ପାଇ ପୁଇଁଁନ୍ତଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବଲାଙ୍ଗିର ଭିମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।ପୁଲିସ ଶବ ବ୍ୟବଚ୍ଛେଦ ପରେ ତାଙ୍କର ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇ ତଦନ୍ତ ଜାରି ରହିଥିବା ପୁଇଁନ୍ତଲା ଆଇଆଇସି ସୁଭରାଜ ଧରୁଆ ପ୍ରକାଶ କରିଥିଲେ। ଜାତୀୟ ରାଜପଥ ବିଭାଗ ରାସ୍ତା ରୁ ପଡିଥିବା ଗଛ ଅପସାରଣ କରିଥିଲେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ନ ଥାନ୍ତା ବୋଲି ଆଲୋଚନା ହେଉଛି i