-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
27-Mar-2024
ବଲାଙ୍ଗିର(ପ୍ରେରଣା ଖବର ): ବଲାଙ୍ଗୀର ଆଜି ସକାଳୁ ଖୋର୍ଦ୍ଧl ବଲାଙ୍ଗୀର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ସେପଟେ ଏହାକୁ ନେଇ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଲାଗି ରହିଛି।
ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି। ବଲାଙ୍ଗୀର ଖୋର୍ଦ୍ଧା ୫୭ ନମ୍ୱର୍ ଜାତୀୟ ରାଜପଥ ଭଦ୍ରା ପାଲି ଟୋଲ ଗେଟ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କୌଣସି ଅଜଣା ଗାଡ଼ି ଧକ୍କାରେ ବାଇକରେ ଯାଉଥିବା ଦୁଇ ଜଣ ଯୁବକଙ୍କ ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଛି। ତେବେ ମୃତ ଯୁବକଙ୍କ ପରିଚୟ ଏଯାଏଁ ମିଳି ପାରି ନାହିଁ। ସେହିପରି କେଉଁ ଗାଡ଼ି ତାଙ୍କୁ ଧକ୍କା ଦେଲା ଓ ଦୁର୍ଘଟଣା ଘଟାଇଲା ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ। ଅନ୍ୟପଟେ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଲାଗି ରହିଛି। ଏବଂ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଧରିବାକୁ ଦାବି ହୋଇଛି। ତେବେ ବଲାଙ୍ଗୀର ପୁଇନ୍ତଲା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏବଂ ଶବକୁ ଉଦ୍ଧାର
କରି ଅଧିକ ତଦନ୍ତ ଜାରି ରଖିଛି। ସମାନ ଭାବରେ ସେଠି ଆନ୍ଦୋଳନ କରୁଥିବା ଲୋକଙ୍କ ସହ ପୋଲିସ୍ ଆଲୋଚନା ଜାରି ରଖିଛି। ତେବେ ଦୁଇ ଯୁବକ ସୋନପୁର ପଟୁ ଏକ ୟମହା କମ୍ପାନୀର ବାଇକ୍ ନମ୍ୱର୍ ଓଡ଼ି ୧୫ ୱାଇ ୭୯୮୩ ରେ ବଲାଙ୍ଗୀର ଆସୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି। ସେପଟେ କୌଣସି ଅଜଣା ଗାଡ଼ି ତାଙ୍କ ବାଇକ୍ କୁ ଧକ୍କା ଦେବା ସହ ତାଙ୍କୁ ଘୋଷାଡି ନେଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବାର ସନ୍ଦେହ କରା ଯାଇଛି। ତେବେ ପୁଇନ୍ତଲା ପୋଲିସ୍ ଏଥିରେ ତଦନ୍ତ କରିଥିବା ବେଳେ ମୃତ ଯୁବକଙ୍କ ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀରୁ ତାଙ୍କ ପରିଚୟ ଖାଜିବା ଆରମ୍ଭ କରିଛି। ସେହିପରି ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ମଧ୍ୟ ଧରିବା ପାଇଁ ତନାଘନା ଜାରି ରଖିଛି।
ସୂଚନା ଥାଉ କି ଏହି ରାସ୍ତାରେ ବାରମ୍ବାର ଦୁର୍ଘଟନା ଘଟି ଶତାଧିକ ଲୋକଙ୍କ ପ୍ରାଣହାନୀ ଘଟିଛି। ତେବେ ଏହି ରାସ୍ତାରେ ଦୁର୍ଘଟନା କାହିଁକି ବାରମ୍ବାର ଘଟୁଛି ଓ ଏହାର ସବୁ ବ୍ଲାକ ସ୍ପଟ୍ ଚିହ୍ନଟ କରି ଉଚିତ୍ ପଦକ୍ଷେପ ଜାତୀୟ ରାଜପଥ ବିଭାଗ ନେଉ ବୋଲି ଦାବି ହୋଇଛି।